ଭୁବନେଶ୍ୱର, ମାର୍ଚ୍ଚ ୨୯ (ଲୋକାଲ ୱାୟାର) : ‘ତରଙ୍ଗ’ ଚ୍ୟାନେଲ୍ ତାର ପୁରୁଣା ପୌରାଣିକ ଧାରାବାହିକ ‘ଶ୍ରୀ ଜଗନ୍ନାଥ’ର ପୁନଃପ୍ରସାରଣ କରିବାକୁ ଯାଉଛି । ଏନେଇ ଚ୍ୟାନେଲ ପକ୍ଷରୁ ସୂଚନା ଦିଆଯାଇଛି ।
ଆସନ୍ତାକାଲି ସକାଳ ୯ଟାରେ ଓ ସନ୍ଧ୍ୟା ୫ଟାରେ ‘ତରଙ୍ଗ’ରେ ଏହାର ପୁନଃପ୍ରସାରଣ କରାଯିବ ।
ଏନେଇ ଚ୍ୟାନେଲ ପକ୍ଷରୁ ଏକ ପ୍ରୋମୋ ଜାରି କରାଯାଇଛି ।
ସୂଚନା ଅନୁସାରେ, ଲକ୍ ଡାଉନ୍ ଯୋଗୁଁ ଏବେ ସମସ୍ତ ଓଡ଼ିଆ ଧାରାବାହିକର ସୁଟିଂ ବନ୍ଦ ରହିଛି ।
ଆଉ ଏହାକୁ ଦୃଷ୍ଟିରେ ରଖି ବହୁ ଚ୍ୟାନେଲ୍ ସେମାନଙ୍କ ଲୋକପ୍ରିୟ ଧାରାବାହିକଗୁଡ଼ିକର ପୁନଃପ୍ରସାରଣ କରୁଛନ୍ତି ।
ଲୋକାଲ ୱାୟାର
Leave a Reply