• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
କାଳିଆ ଟଙ୍କା ଫେରାଇବାକୁ ବିଜ୍ଞପ୍ତି ଯୋଗୁଁ ଚିନ୍ତାରେ ଚାଷୀ

କାଳିଆ ଟଙ୍କା ଫେରାଇବାକୁ ବିଜ୍ଞପ୍ତି ଯୋଗୁଁ ଚିନ୍ତାରେ ଚାଷୀ

August 6, 2020 By Amarnath Parida Leave a Comment

ଜଗତସିଂହପୁର, ଅଗଷ୍ଟ ୬(ଲୋକାଲ ୱାୟାର); କାଳିଆ ସହାୟତା ରାଶି ଫେରାଇବାକୁ ସରକାରୀ ବିଜ୍ଞପ୍ତି ଜାରି ହେବା ପରେ ଚାଷୀମାନେ ବିବ୍ରତ ହୋଇ ପଡିଛନ୍ତି ।

କରୋନା ମହାମାରୀ ଯୋଗୁଁ ଚାଷୀମାନଙ୍କ ସ୍ଥିତି ବିପନ୍ନ ହୋଇ ପଡ଼ିଥିବା ବେଳେ ଖରିଫ ଫସଲ ପାଇଁ ଋଣଭାରରେ ବୁଡି ରହିଛନ୍ତି ।

ଏପରି ସ୍ଥିତିରେ କାଳିଆ ଟଙ୍କା ଫେରାଇବାକୁ ସରକାରୀ ବିଜ୍ଞପ୍ତି ସେମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି ।

ମୁଁ ଜଣେ ଗରିବ ଚାଷୀ । କରୋନା ଯୋଗୁଁ ରୋଜଗାର ନଥିବାରୁ ବଞ୍ଚିବା କଷ୍ଟକର ହୋଇପଡିଛି ।

ମହାଜନ ଠାରୁ ହାତଉଧାରି ନେଇ ଧାନ ଚାଷ କରିଛି । କାଳିଆ ଯୋଜନାରେ ସହାୟତା ପାଇଁ ଆବେଦନ କରିନଥିଲେ ବି ଗତବର୍ଷ କାଳିଆ ଯୋଜନାରେ ୫ ହଜାର ଟଙ୍କା ମିଳିଥିଲା ।

ଚାଷକାମରେ ସେହି ଟଙ୍କା ଖର୍ଚ୍ଚ କରି ଦେଇଛି । ଏବେ ଟଙ୍କା ଫେରାଇବାକୁ ବିଜ୍ଞପ୍ତି ଜାରି ହୋଇଛି ।

ଗତ ବିଧାନସଭା ନିର୍ବାଚନ ବେଳେ ଚାଷୀଙ୍କୁ ଆକର୍ଷିତ କରିବାକୁ କାଳିଆ ସହାୟତା ଦିଆଯାଇଥିବା କହିଛନ୍ତି ଜଗତସିଂହପୁର ବ୍ଲକ ମଣ୍ଡାସାହି ଗାଁର ୭୦ ବର୍ଷୀୟ ଗୋପୀନାଥ ମହାରଣା ।

ସେହିପରି ସିଦ୍ଧଳ ଗାଁର ପ୍ରଦୀପ୍ତ କୁମାର ସେନାପତି କହିଛନ୍ତି ୨୦-୨୫ ଡେସିମିଲ ଜମିରେ ଭାଗ ଚାଷ କରିଛି ।

ରାସନ କାର୍ଡ ଥିବାରୁ କାଳିଆ ଯୋଜନାରେ ସହାୟତା ପାଇବାକୁ ମୁଁ ଯୋଗ୍ୟ । ଗତବର୍ଷ ମିଳିଥିବା କାଳିଆ ଟଙ୍କା ଚାଷବାସରେ ଖର୍ଚ୍ଚ କରିଥିଲି । ହେଲେ ଏବେ କାଳିଆ ଟଙ୍କା ଫେରାଇବାକୁ ବିଜ୍ଞପ୍ତି ମୋ ପ୍ରତି ଅନ୍ୟାୟ ।

ସରକାରୀ କର୍ମଚାରୀ ହୋଇଥିବାରୁ କାଳିଆ ଯୋଜନାରେ ଆବେଦନ କରିନଥିଲି ।

କୌଣସି ସହାୟତା ମିଳି ନଥିବା ବେଳେ ଫେରାଇବାକୁ ବିଜ୍ଞପ୍ତି ମୋତେ ଆଶ୍ଚର୍ଯ୍ୟ କରିଛି ବୋଲି ଚାନ୍ଦପୁର ଗାଁର ସରକାରୀ କର୍ମଚାରୀ ଦୈତାରୀ ରଥ କହିଛନ୍ତି ।

କାଳିଆ ଯୋଜନାରେ ସହାୟତା ପାଇବାକୁ ଯୋଗ୍ୟ ପ୍ରାୟ ୨୦ ଗରିବ ଚାଷୀଙ୍କୁ ଅଯୋଗ୍ୟ ଘୋଷଣା କରା ଯାଇଥିଲା ।

ହେଲେ ଏବେ ଟଙ୍କା ଫେରାଇବାକୁ ସେମାନଙ୍କୁ ନୋଟିସ ଜାରି ହେବା ଦୁର୍ଭାଗ୍ୟଜନକ । ଯୋଗ୍ୟ, ଅଯୋଗ୍ୟ ଚୟନ କରିଥିବା ଅଧିକାରୀଙ୍କ ଠାରୁ ଅର୍ଥ ଆଦାୟ ହେବା ଉଚିତ ବୋଲି ବିରିଡ଼ି ବ୍ଲକ ଉତରଶାସନ ପଞ୍ଚାୟତର ସରପଞ୍ଚ ଶିଳ୍ପା ସାହୁ କହିଛନ୍ତି ।

କରୋନା ମହାମାରୀ ବେଳେ ମାସକ ମଧ୍ୟରେ କାଳିଆ ଟଙ୍କା ଫେରାଇବା ନୋଟିସ ଜାରି ହେବାରୁ ଚାଷୀମାନେ ଆତଙ୍କିତ ହୋଇ ପଡିଛନ୍ତି । ତେଣୁ ତୁରନ୍ତ ବିଜ୍ଞପ୍ତି ପ୍ରତ୍ୟାହାର କରିବାକୁ ଦାବି ହୋଇଛି ।

ସରକାରୀ ଚାକିରି, ଆୟକର ଦାତା, ୫ ଏକରରୁ ଅଧିକ ଜମି, ରାସନ କାର୍ଡ ନଥିବା ଭଳି ମାନଦଣ୍ଡକୁ ବିଚାର କରି ୩୨୪୦ ଅଯୋଗ୍ୟ ଚାଷୀଙ୍କୁ ବିଭାଗ ନୋଟିସ ଜାରି କରିଛି ।

ଏଥିରୁ ଜଗତସିଂହପୁର ବ୍ଲକରେ ୩୭୫, ନାଉଗାଁ ବ୍ଲକରେ ୨୦୩, ବାଲିକୁଦା ବ୍ଲକ ୫୨୯, ବିରିଡି ବ୍ଲକ ୨୮୨, ରଘୁନାଥପୁର ବ୍ଲକ ୩୧୩, ତିର୍ତ୍ତୋଲ ବ୍ଲକ ୪୬୮, କୁଜଙ୍ଗ ବ୍ଲକ ୬୮୪ ଓ ଏରସମା ବ୍ଲକରେ ୩୮୧ ଚାଷୀ ଅଛନ୍ତି ।

ଗତବର୍ଷ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧.୧୯ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରା ଯାଇଥିଲା ।

ରାସନ କାର୍ଡ ଓ ଅନ୍ୟ ଯୋଗ୍ୟତାକୁ ବିଚାରକୁ ନେଇ ବିଭାଗ ୩୨୪୦ ଅଯୋଗ୍ୟ ଚାଷୀଙ୍କୁ ନୋଟିସ ଜାରି କରିଛି । ଟଙ୍କା ଫେରାଇବାକୁ ଆମେ ଚାଷୀଙ୍କୁ ବୁଝାଉଛୁ ବୋଲି ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ମହାପାତ୍ର କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଜଗତସିଂହପୁର

Download LocalWire App for Hyperlocal  Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire