• Skip to primary navigation
  • Skip to main content
  • Skip to primary sidebar
  • About Us
  • Contact Us
  • Copyright
  • Privacy Policy
  • Our Advertisers
  • Careers
  • Wire-Events
  • Bhubaneswar

LocalWire

The hyper local news platform

  • Happenings
  • Special
    • Interview
  • Business
    • Tech
  • Education
  • Health
    • Travel
  • Politics
    • Election-2019
    • Opinion
  • Sports
  • Cyclone-Fani-2019
    • Weather
  • Odisha News in 30 seconds
କାଳିଆ ହିତାଧିକାରୀ ଯାଞ୍ଚ ଅବଧି ଅଗଷ୍ଟ ୭ତାରିଖକୁ ବୃଦ୍ଧି

କାଳିଆ ହିତାଧିକାରୀ ଯାଞ୍ଚ ଅବଧି ଅଗଷ୍ଟ ୭ତାରିଖକୁ ବୃଦ୍ଧି

August 13, 2019 By LocalWire Leave a Comment

Share

ଭୁବନେଶ୍ଵର ,ଅଗଷ୍ଟ ୧୩ (ଲୋକାଲ ୱାୟାର) କାଳିଆ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚ ଅବଧି ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ନେଇ ମଙ୍ଗଳବାର ଏକ ସମୀକ୍ଷା ବୈଠକପରେ କୃଷିମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

ପୂର୍ବରୁ ହିତାଧିକାରୀ ତାଲିକା ଯାଞ୍ଚ ଅବଧି ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ରହିଥିଲା।

ସୂଚନାଯୋଗ୍ୟ ଯେ କୃଷକ ସଶକ୍ତିକରଣ ଯୋଜନା ‘କାଳିଆ’ରେ ଯେଉଁ ଅଯୋଗ୍ୟ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯାଇଥିଲା ତାହାକୁ ଫେରାଇ ଆଣିବା ନିମନ୍ତେ ସରକାର ଚଳିତ ମାସରୁ ଉଦ୍ୟମ ଆରମ୍ଭ କରିଛନ୍ତି ।

ଏହି ପ୍ରକ୍ରିୟାରେ ସମୁଦାୟ ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୧୩ଲକ୍ଷଙ୍କ ଯାଞ୍ଚ ସରିଛି । ବଳକା ତାଲିକାର ଯାଞ୍ଚ ବର୍ଦ୍ଧିତ ସମୟସୀମା ଭିତରେ ସରିବ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ।

ସେହିପରି ଅଯୋଗ୍ୟ ହିତାଧିକାରୀ ପରବର୍ତ୍ତୀ କାଳିଆ କିସ୍ତି ଟଙ୍କା ପାଇପାରିବେନାହିଁ ବୋଲି ସେ କହିଥିଲେ ।

ଆସନ୍ତା ଅଗଷ୍ଟ ୨୭ରେ ପଞ୍ଚାୟତ ,୨୯ରେ ବ୍ଲକ ଓ ୩୧ରେ ଜିଲ୍ଲା ସ୍ତରରେ ଯାଞ୍ଚ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ବିଭିନ୍ନ ଗ୍ରାମରେ ଗୋଟିଏ ପରିବାର ଏକାଧିକ ସଦସ୍ୟ, ଚାକିରିଆ ଥିବା ପରିବାର, ଧନୀକ ଶ୍ରେଣୀର ଲୋକ, ଗାଁରେ ରହୁ ନ ଥିବା ପରିବାର ପ୍ରମୁଖ ଏହି ଯୋଜନାରେ ସାମିଲ ହୋଇଥିବାର ଖବର ସରକାରଙ୍କ ହସ୍ତଗତ ହୋଇଥିଲା, ଯାହା ଫଳରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

ଲୋକାଲ ୱାୟାର

Share

Related Posts:

  • ଅଢ଼େଇ ଲକ୍ଷ ‘କାଳିଆ’ ହିତାଧିକାରୀ ଅଯୋଗ୍ୟ, ୭,୨୫୮ ପିଲା…
  • ୪୫,୯୬୫ ଜଣ ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ନେଇଛନ୍ତି:…
  • ଆୟକର ରିଟର୍ଣ୍ଣ ଦାଖଲ ଅବଧି ଅଗଷ୍ଟ ୩୧କୁ ବଢ଼ିଲା
  • ଶପଥ ପରେ ନବୀନଙ୍କ ପ୍ରଥମ ନିଷ୍ପତ୍ତି : କାଳିଆ ହିତାଧିକାରୀ…
  • କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ଅଯୋଗ୍ୟ କାଳିଆ ହିତାଧିକାରୀ: ମନ୍ତ୍ରୀ
  • ଚୂଡ଼ାନ୍ତ ହୋଇପାରୁନି କାଳିଆ ହିତାଧିକାରୀ ତାଲିକା: ଅଡୁଆରେ ଅଫିସର

Filed Under: Odia, ଘଟଣା Tagged With: ଘଟଣା, ଭୁବନେଶ୍ୱର

Download LocalWire App for Hyperlocal Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

Primary Sidebar

Advertisement

  • Email
  • Facebook
  • Instagram
  • Phone
  • Twitter
  • YouTube

Most Popular

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମବାର୍ଷିକୀରେ ଜାଣିବା କିଛି ଜଣା ଅଜଣା କଥା (ବିଶେଷ)

୧୯୩୦ର ଲବଣ ସତ୍ୟାଗ୍ରହରେ ଲକ୍ଷ୍ମୀକାନ୍ତଙ୍କ ପୂରା ପରିବାର ମହାତ୍ମା ଗାନ୍ଧିଙ୍କୁ ସମର୍ଥନ ଜଣାଇ ଇଞ୍ଚୁଡିଠାରେ ଲୁଣ ମାରିଥିଲେ।

ଭାଗବତ ପ୍ରସାଦ ମହାନ୍ତିଙ୍କୁ ଝୁରୁଛି କେନ୍ଦ୍ରାପଡ଼ା (ବିଶେଷ)

ପ୍ରାଶାସନିକ ବ୍ୟବସ୍ଥା, ଆଇନକାନୁନ ଓ ସାହିତ୍ୟ ସଂସ୍କୃତିରେ ତାଙ୍କର ଉଲ୍ଲେଖନୀୟ ପାଣ୍ଡିତ୍ୟ ରହିଥିଲା।

ଜଗନ୍ନାଥ ମନ୍ଦିର ହୁଣ୍ଡିରେ ମିଳିଥିବା ଦାନ

ଡିସେମ୍ବର ୦୮ , ରବିବାର
ଜଗନ୍ନାଥ ମନ୍ଦିର ହୁଣ୍ଡିରେ ମିଳିଥିବା ଦାନ
୫,୨୬,୧୭୬ ଟଙ୍କା
ସୁନା ପ୍ରାୟ ୧୦୦ ମିଲିଗ୍ରାମ
ରୂପା ପ୍ରାୟ ୩୬ ଗ୍ରାମ ୨୦୦ ମିଲିଗ୍ରାମ
ସୌଜନ୍ୟ: ମନ୍ଦିର ପ୍ରଶାସନ

Tags

Award Berhampur Bhubaneswar Business Cyclone-Fani-2019 Education Election-2019 Environment Festivals Happenings Health Jagatsinghpur Kendrapara Odisha Paradip Politics Rourkela Special Sports Travel Weather ଅନୁଗୁଳ ଅପରାଧ ଓଡିଶା କଟକ କାର୍ଯ୍ୟକ୍ରମ କାର୍ଯ୍ୟାଳୟ କେନ୍ଦୁଝର କେନ୍ଦ୍ରାପଡା ଖେଳ ଘଟଣା ଦୁର୍ଘଟଣା ପରିବେଶ ପର୍ବପର୍ବାଣୀ ପାଣିପାଗ ପୁରୀ ବାଲେଶ୍ଵର ବ୍ରହ୍ମପୁର ଭଦ୍ରକ ଭୁବନେଶ୍ୱର ମନୋରଞ୍ଜନ ରାଉରକେଲା ରାଜନୀତି ଶିକ୍ଷା ସମ୍ବଲପୁର

Copyright © 2019 · LocalWire