କେନ୍ଦୁଝର, ଅକ୍ଟୋବର ୩ (ଲୋକାଲ ୱାୟାର) : କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ମେଧାବୀ ଛାତ୍ର ରାହୁଲ ମହତଙ୍କୁ ଉଚ୍ଚଶିକ୍ଷା ପାଇଁ ସହାୟତାର ହାତ ବଢାଇଛି କିସ୍ ଫାଉଣ୍ଡେସନ ।
ରାହୁଲ କିଟ୍ ବିଶ୍ୱବିଦ୍ୟାଳୟରେ ବିନା ଦେୟରେ ମେକାନିକାଲ ଇଞ୍ଜିନିୟରିଂରେ ପାଠ ପଢିବେ ।
ଏହାସହିତ ଭବିଷ୍ୟତରେ ତାଙ୍କ ନିଯୁକ୍ତି ମଧ୍ୟ ସୁନିଶ୍ଚିତ କରିବା ପାଇଁ କିସ୍ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଘୋଷଣା କରିଛନ୍ତି ।
ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ ୮୭ ପ୍ରତିଶତ ନମ୍ବର ରଖି ପାସ କରିଥିଲେ ରାହୁଲ ।
ହେଲେ ହଠାତ୍ ପିତା ଆରପାରିକୁ ଚାଲିଯିବାରୁ ରାହୁଲଙ୍କ ପାଠପଢାରେ ଡୋରୀ ବନ୍ଧା ହୋଇଥିଲା ।
ପରିବାର ପ୍ରତିପୋଷଣ ପାଇଁ ସେ ଗୁପଚୁପ ବ୍ୟବସାୟ କରିବାକୁ ବାଧ୍ୟ ହୋଇଥିଲେ ।
ତାଙ୍କ ସଂଘର୍ଷମୟ ଜୀବନ ବିଷୟରେ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ସାଂସଦ ଅଚ୍ୟୁତ ସାମନ୍ତ ରାହୁଲଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ ।
ଲୋକାଲ ୱାୟାର
Leave a Reply