ଭୁବନେଶ୍ୱର, ନଭେମ୍ବର ୨୬(ଲୋକାଲ ୱାୟାର): ଅତିରିକ୍ତ ପିସିସିଏଫ ତଥା ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପ୍ରାୟ ୧୩ଟି ସ୍ଥାନରେ ଦୁଇ ଦିନ ଧରି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଥିବା ବେଳେ ଗୁରୁବାର ତାଙ୍କ ପୁତ୍ର ଆକାଶଙ୍କୁ ପୁନେରୁ ଭୁବନେଶ୍ୱର ଅଣାଯାଇଛି ।
ଆକାଶ ନିଜକୁ ଟାଟା ମୋଟର୍ସର ପାସେଞ୍ଜର ଡିଭିଜନର ପରିଚାଳନା ନିର୍ଦ୍ଦେଶକ ଭାବେ ବିଭିନ୍ନ ସ୍ଥାନରେ ପରିଚୟ ଦେବା ସହ ନକଲି ଆଇକାର୍ଡ, ମେଲ୍ ଆଇଡି ବ୍ୟବହାର କରୁଥିବା ନେଇ ୬ ମାସ ତଳେ ଟାଟା ମୋଟର୍ସ ପକ୍ଷରୁ କ୍ରାଇମବ୍ରାଞ୍ଚରେ ଏତଲା ଦିଆଯାଇଥିଲା ।
ଏବେ ଏହାର ଖୋଳତାଡ଼ ଆରମ୍ଭ ହୋଇଛି ।
ଲୋକାଲ ୱାୟାର
Leave a Reply