ଭୁବନେଶ୍ୱର, ଫେବ୍ରୁଆରୀ ୧୭(ଲୋକାଲ ୱାୟାର): ଧଉଳି ଚାରୁକଳା ମହାବିଦ୍ୟାଳୟର ଶିଳ୍ପୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ ଇକୋ ଫ୍ରେଣ୍ଡଲି ସରସ୍ୱତୀ ମୂର୍ତ୍ତି ପୂଜା ପାଇଛନ୍ତି ।
ମୂର୍ତ୍ତିଟି କେବଳ କୁଶ, ନଡ଼ିଆ ପତ୍ର ଓ କଦଳୀ ପତ୍ରରେ ସୁନ୍ଦର ଭାବେ ନିର୍ମାଣ ହୋଇଛି ।
ପାଖାପାଖି ୧୦କେଜି କୁଶ, ୫କେଜି ଶୁଖିଲା କଦଳୀପତ୍ର, ୫କେଜି ନଡ଼ିଆପତ୍ର ଓ ଆବଶ୍ୟକ କଦଳୀ ପଟୁଆ ଲାଗିଛି ।
ମୂର୍ତ୍ତିଟି ଗଢ଼ିବା ପାଇଁ ୮ଦିନ ସମୟ ଲାଗିଥିଲା । ସରସ୍ୱତୀ ଅଙ୍ଗରିଆ, ଅର୍ପିତା ଦାସ, ଜୟଦ୍ରଥ ମଣ୍ଡଳ, ରାଜେଶ୍ୱର ମହାପାତ୍ର, ଗତିକୃଷ୍ଣ ନାୟକ, ଜଗନ୍ନାଥ ସ୍ୱାଇଁ, ବିଶ୍ୱଦୀପ ବିଶ୍ୱାଳ, ଜ୍ୟୋତିର୍ବିଦ ସିଂ ପ୍ରମୁଖ ଛାତ୍ରଛାତ୍ରୀ ମୂର୍ତ୍ତି ନିର୍ମାଣ କରିଥିଲେ ।
ଅଧ୍ୟାପକ ଚନ୍ଦନ କୁମାର ସାମଲ ଓ ମାନସ ରଞ୍ଜନ ନାୟକଙ୍କ ତତ୍ତ୍ୱାବଧାନରେ ନିର୍ମିତ ମୂର୍ତ୍ତିରେ କୌଣସି ରାସାୟନିକ ରଙ୍ଗ ବ୍ୟବହାର କରାଯାଇନଥିଲା ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷ ପଞ୍ଚାନନ ସାମଲ କହିଛନ୍ତି । ଏହାକୁ ସମସ୍ତେ ପସନ୍ଦ ସହ ପ୍ରଶଂସା କରିଛନ୍ତି ।
ଲୋକାଲ ୱାୟାର
Leave a Reply