ଜୟପୁର, ଅଗଷ୍ଟ ୨୧ (ଲୋକାଲ ୱାୟାର) : କୋରାପୁଟର ଜିଲ୍ଲା କୋଟପାଡ ୮ନଂ ୱାର୍ଡର ଏକ କୂଅ ଭିତରୁ ପରିବାରର ୩ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ବୋଲି ଶୁକ୍ରବାର ସ୍ଥାନୀୟ ପୁଲିସ କହିଛି ।
ମା’ ସହ ଦୁଇ ବର୍ଷର ପୁଅ ଏବଂ ୩ ବର୍ଷର ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି ।
ପରିବାରିକ କଳହରୁ ମହିଳା ଜଣଙ୍କ ପୁଅ, ଝିଅଙ୍କୁ ଧରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ହେଲେ ଏ ପର୍ଯ୍ୟନ୍ତ କାରଣ ସ୍ପଷ୍ଟ ହୋଇ ନାହିଁ ।
ପୁଲିସ କୂଅ ଭିତରୁ ମୃତଦେହ ଉଦ୍ଧାର କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି ।
ଘଟଣାରେ ମହିଳାଙ୍କ ସ୍ବାମୀଙ୍କୁ ଅଟକ ରଖି ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।
ଲୋକାଲ ୱାୟାର
Leave a Reply