କେନ୍ଦୁଝର, ଅଗଷ୍ଟ ୧୦ (ଲୋକାଲ ୱାୟାର) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଳାଶପଙ୍ଗା ପଞ୍ଚାୟତ ଖପରାଖାଇ ଗ୍ରାମରୁ ୮ ଫୁଟ ୬ ଇଞ୍ଚର ଏକ ଅଜଗର ସାପ ଉଦ୍ଧାର କରାଯାଇଛି ବୋଲି ସୋମବାର ଗ୍ରାମବାସୀ କହିଛନ୍ତି ।
ସୂଚନା ଅନୁସାରେ, ଗାଁ ପୋଖରୀରେ ମାଛ ଧରିବା ପାଇଁ ରବିବାର ରାତିରେ ଲୋକେ ଜାଲ ବସାଇଥିଲେ । ସୋମବାର ସକାଳେ ଯାଇ ଦେଖିଲା ବେଳକୁ ଜାଲରେ ବିରାଟ ଅଜଗର ସାପ ପଡିଥିଲା ।
ଗ୍ରାମର ମିଥୁନ ମୁଣ୍ଡା ଓ ମୂରଲି ମହାନ୍ତ ଜାଲରୁ ଅଜଗରଟିକୁ ଉଦ୍ଧାର କରିଥିଲେ।
ଏହାପରେ ବନ ବିଭାଗ କର୍ମଚାରୀ ଆସି ଅଜଗର ସାପଟିକୁ ଉଦ୍ଧାର କରି ସ୍ଥାନୀୟ ଜଙ୍ଗଲରେ ଛାଡିଦେଇଛନ୍ତି।
ଲୋକାଲ ୱାୟାର
Leave a Reply