ଭୁବନେଶ୍ୱର, ଜାନୁଆରୀ ୧୧(ଲୋକାଲ ୱାୟାର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କେନ୍ଦୁପତ୍ର କଲ୍ୟାଣ ବୋର୍ଡ ବୈଠକରେ ଅଧ୍ୟକ୍ଷତା କରି କେନ୍ଦୁପତ୍ର ତୋଳାଳି ଓ ଏହି କ୍ଷେତ୍ରରେ ଥିବା କର୍ମଚାରୀମାନଙ୍କ ପାଇଁ ୯୨.୭ କୋଟି ଟଙ୍କାର ବୋନସ ସହ ଅନ୍ୟାନ୍ୟ ସହାୟତା ଘୋଷଣା କରିଛନ୍ତି ।
ଘୋଷିତ ସହାୟତା ମଧ୍ୟରେ ୫୯.୭୮ କୋଟି ଟଙ୍କାର ବୋନସ ଥିବା ବେଳେ କେନ୍ଦୁପତ୍ର କର୍ମଚାରୀଙ୍କ ମୃତୁ୍ୟ କିମ୍ବା ସମ୍ପୂର୍ଣ୍ଣ ଅକ୍ଷମତା ପାଇଁ ଅନୁକମ୍ପା ସହାୟତାକୁ ୧ ଲକ୍ଷରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।
ଲୋକାଲ ୱାୟାର
Leave a Reply