ଭୁବନେଶ୍ୱର, ଏପ୍ରିଲ ୧୭ (ଲୋକାଲ ୱାୟାର) : ଖୁବ୍ କମ ସମୟ ମଧ୍ୟରେ କେନ୍ଦ୍ରାପଡା ଓ ସୁବର୍ଣ୍ଣପୁର ଜିଲ୍ଲାରେ କୋଭିଡ୍-୧୯ ହସ୍ପିଟାଲ ପ୍ରସ୍ତୁତ ହୋଇଥିବାରୁ ଉଭୟ ଜିଲ୍ଲାର ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ପ୍ରଶଂସା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ଲଢୁଥିବା କରୋନା ଲଢେଇକୁ ଆହୁରି ମଜବୁତ କରିବାକୁ ଯାଇ କେନ୍ଦ୍ରାପଡାରେ ସମ ହସ୍ପିଟାଲ ସହାୟତାରେ ପ୍ରସ୍ତୁତ ହୋଇଛି କୋଭିଡ-୧୯ ହସ୍ପିଟାଲ ।
ଏଥିରେ ୧୦ଟି ଆଇସିୟୁୁ ସମେତ ୧୦୦ଟି ବେଡର ବ୍ୟବସ୍ଥା କରାଯାଇଛି । ମେଡିକାଲଟି ବହୁତ କମ୍ ସମୟରେ ପ୍ରସ୍ତୁତ ହୋଇଥିବାରୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ କାର୍ଯ୍ୟ ପ୍ରଶଂସନୀୟ ।
ସେହିଭଳି ଖୁବ କମ୍ ସମୟରେ ସୁବର୍ଣ୍ଣପୁର ଜିଲ୍ଲାରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପ୍ରସ୍ତୁତ ହୋଇଥିବାରୁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ଲୋକାଲ ୱାୟାର
Leave a Reply