କେନ୍ଦ୍ରାପଡ଼ା, ଡିସେମ୍ବର ୧୪ (ଲୋକାଲ ୱାୟାର): କରୋନା ଯୋଗୁଁ ଚଳିତ ବର୍ଷ କେନ୍ଦ୍ରାପଡ଼ା ଜିଲ୍ଲାରେ ଶୀତବସ୍ତ୍ର ବ୍ୟବସାୟ ମାନ୍ଦା ରହିଛି ।
ସ୍କୁଲ, କଲେଜ ବନ୍ଦ ଥିବାରୁ ଶୀତବସ୍ତ୍ରର ଚାହିଦା ହ୍ରାସ ପାଇଛି ବୋଲି କେନ୍ଦ୍ରାପଡ଼ାର ବ୍ୟବସାୟୀ ପ୍ରକାଶ ସାହୁ କହିଛନ୍ତି ।
ସାଧାରଣତଃ ଶୀତଦିନେ ବ୍ୟବସାୟ ବଢ଼ିଥାଏ ।
ତେବେ ଚଳିତ ବର୍ଷ କରୋନା ଯୋଗୁଁ ଲୋକଙ୍କ ଆୟ କମିଥିବାରୁ ବ୍ୟବସାୟ ମାନ୍ଦା ରହିଛି ବୋଲି ପଟ୍ଟାମୁଣ୍ଡାଇର ବ୍ୟବସାୟୀ ସୂର୍ଯ୍ୟ ବେହେରା କହିଛନ୍ତି ।
ବାପଅଜା ଅମଳରୁ ଶୀତବସ୍ତ୍ର ବ୍ୟବସାୟ କରୁଛୁ ।
ହେଲେ ଏମିତି ପରିସ୍ଥିତି କେବେ ଦେଖିନଥିଲୁ ।
ସ୍କୁଲ, କଲେଜ, ମନ୍ଦିର ଖୋଲିବା ପରେ ବ୍ୟବସାୟ ବଢିବ ବୋଲି ଆଶା ରହିଛି ବୋଲି କହିଛନ୍ତି ତିନିମୁହାଣି ଛକର ବ୍ୟବସାୟୀ ଜ୍ଞାନରଞ୍ଜନ ସାହୁ ।
ହାତବୁଣା ସ୍ୱେଟର ଓ ଟୋପି ବଜାରରେ ବିକ୍ରି କରୁ ।
ଶୀତଦିନେ ଭଲ ଦୁଇ ପଇସା ରୋଜଗାର ହୋଇଥାଏ ।
ହେଲେ ଚଳିତ ବର୍ଷ କରୋନା ଯୋଗୁଁ ଅଳ୍ପ କିଛି ଶୀତବସ୍ତ୍ର ତିଆରି କରିଛୁ ବୋଲି ଚଉଦକୁଲାଟ ଗାଁର ସଂଖ୍ୟାଲଘୁ ସମ୍ପ୍ରଦାୟର ସବିନା ଖାତୁନ ।
ଲୋକାଲ ୱାୟାର
Leave a Reply