• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
କେନ୍ଦ୍ରାପଡ଼ା ଜିଲ୍ଲାରେ କମୁଛି ଝୋଟ ଚାଷ

କେନ୍ଦ୍ରାପଡ଼ା ଜିଲ୍ଲାରେ କମୁଛି ଝୋଟ ଚାଷ

July 6, 2020 By Ashis Senapati Leave a Comment

କେନ୍ଦ୍ରାପଡ଼ା, ଜୁଲାଇ ୬ (ଲୋକାଲ ୱାୟାର): ଅଧିକାରୀମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାରେ ଝୋଟ ଚାଷ ହ୍ରାସ ପାଇବାରେ ଲାଗିଛି ।

ଦୁଇ ଦଶନ୍ଧି ପୂର୍ବେ ପ୍ରମୁଖ ଅର୍ଥକରୀ ଫସଲ ଭାବେ ଜିଲ୍ଲାରେ ଝୋଟ ଚାଷକୁ ପ୍ରାଧାନ୍ୟ ଦିଆ ଯାଉଥିଲା ।

ସରକାର ଝୋଟ ମଞ୍ଜି ନଯୋଗାଇବା, ଶ୍ରମିକ ସଙ୍କଟ, ଜଳସେଚନ ବ୍ୟବସ୍ଥାର ଅଭାବ ତଥା ବଜାର ସୁବିଧା ନଥିବାରୁ ଜିଲ୍ଲାରେ ଝୋଟ ଚାଷ କମୁଛି ।

ଦିନ ଥିଲା ଆମେ ବଜାରର ଝୋଟ ବିକି ବେଶ ଦିପଇସା ରୋଜଗାର କରୁଥିଲୁ ।

ଝୋଟ ବ୍ୟବସାୟୀମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୋଦାମ ଖୋଲି ଅମଳ ବେଳେ ଝୋଟ ସଂଗ୍ରହ କରନ୍ତି । ପ୍ରତିବର୍ଷ ଝୋଟ ଚାଷ କମିଚାଲିଛି ।

ଏପରି ସ୍ଥିତି ଜାରି ରହିଲେ ଆଗାମୀ ୧୦ ବର୍ଷ ମଧ୍ୟରେ ଜିଲ୍ଲାର କୃଷି ମାନଚିତ୍ରରୁ ଝୋଟ ଚାଷ ଲୋପ ପାଇଯିବ ।

ବହୁ ଝୋଟ ଚାଷୀ ଅନ୍ୟ ଚାଷ କଲେଣି ବୋଲି କହିଛନ୍ତି ଗରଦପୁରର ଝୋଟ ଚାଷୀ ରବୀନ୍ଦ୍ର ସାମଲ ।

କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର, ମାର୍ଶାଘାଇ, ଡେରାବିଶ, ପଟ୍ଟାମୁଣ୍ଡାଇ ଓ ମହାକାଳପଡ଼ା ବ୍ଲକରେ ଝୋଟ ଚାଷ ହୁଏ ।

ଏକ ଦଶନ୍ଧି ପୂର୍ବେ ୧୦ ହଜାର ହେକ୍ଟର ଜମିରେ ଝୋଟ ଚାଷ ହେଉଥିବା ବେଳେ ଚଳିତ ବର୍ଷ ମାତ୍ର ୨ ହଜାର ହେକ୍ଟର ଜମିରେ ଝୋଟ ଚାଷ ହୋଇଛି ।

୨୦୦୭ରେ ପଡ଼ୋଶୀ ଯାଜପୁର ଜିଲ୍ଲାର ଧାନମଣ୍ଡଳରେ ଥିବା ଏକମାତ୍ର ଝୋଟ କଳ ବନ୍ଦ ହୋଇଯିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଝୋଟ ଚାଷ କମି ଯାଇଥିଲା ।

ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଝୋଟ ଚାଷୀଙ୍କୁ ସହାୟତା କରିବା ପାଇଁ ୧୯୭୪ରେ ରାଜ୍ୟ ସରକାର ଧାନମଣ୍ଡଳରେ ୮୪ ଏକର ଜମିରେ ଝୋଟ କଳ ପ୍ରତିଷ୍ଠା କରିଥିଲେ ।

ତେବେ ପରିଚାଳନାଗତ ଅନିୟମିତତା ଓ ବ୍ୟାପକ ଦୁର୍ନୀତି ଯୋଗୁଁ ୨୦୦୭ରେ କର୍ତ୍ତୃପକ୍ଷ ଝୋଟ କଳ ବନ୍ଦ ହୋଇ ଯାଇଥିଲା ।

ଝୋଟ କଳ ବନ୍ଦ ହୋଇଯିବାରୁ ଚାଷୀମାନେ ବେଶ ପ୍ରଭାବିତ ହୋଇଥିଲେ ।

ସେହିପରି ପଲିଥିନ ଓ ପ୍ଲାଷ୍ଟିକ ଉଦ୍ୟୋଗର ବିକାଶ ଝୋଟ ଉତ୍ପାଦନ ହ୍ରାସ ପାଇବାର କାରଣ ପାଲଟିଛି ।

ବହୁ ଉଦ୍ୟୋଗ ଓ ଶିଳ୍ପ ସଂସ୍ଥା ଏବେ ବ୍ୟାଗ ତିଆରି ପାଇଁ ପଲିଥିନ, ପ୍ଲାଷ୍ଟିକ ଓ ସିନ୍ଥେଟିକ ଫାଇବର ବ୍ୟବହାର କରୁଥିବାରୁ ରାଜ୍ୟରେ ଝୋଟର ଚାହିଦା କମିଛି ।

ସରକାର ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନିଷିଦ୍ଧ କରିଥିଲେ ମଧ୍ୟ ଅଧିକାରୀମାନେ ଏପର୍ଯ୍ୟନ୍ତ ଇକୋ- ଫ୍ରେଣ୍ଡଲି ଝୋଟ ଉତ୍ପାଦ ପାଇଁ ଝୋଟ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ବିସ୍ତୃତ ଯୋଜନା ପ୍ରସ୍ତୁତ କରି ପାରିନାହାନ୍ତି ବୋଲି କୃଷକ ନେତା ତଥା କୃଷକ ସଭାର ଜିଲ୍ଲା ଶାଖା ସଭାପତି ଉମେଶ ଚନ୍ଦ୍ର ସିଂହ କହିଛନ୍ତି ।

ଏ ସମ୍ପର୍କରେ ଜିଲ୍ଲା କୃଷି ଅଧିକାରୀ ସାରଦା ପ୍ରସନ୍ନ ମିଶ୍ର କହିଛନ୍ତି, ଭାରତ ସରକାର କପା, ଝୋଟ ଓ ଆଖୁ ଉତ୍ପାଦନ ତଥା ଉତ୍ପାଦକତା ବୃଦ୍ଧି ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ମିଶନ- ଅର୍ଥକରୀ ଫସଲ (ଏନଏଫଏସଏମ-ସିସି) ଯୋଜନାରେ ଝୋଟ ଚାଷୀଙ୍କୁ ସହାୟତା କରୁଛନ୍ତି ।

ଏହି ଯୋଜନାରେ ଝୋଟ ଚାଷୀଙ୍କୁ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଉନ୍ନତ ଚାଷ ପ୍ରଣାଳୀ ଓ ତାଲିମ ପ୍ରଦାନ କରାଯାଉଛି ।

ଝୋଟ ଚାଷ କମି ଚାଲିଥିବାରୁ ଏନଏଫଏସଏମ-ସିସି କାର୍ଯ୍ୟକ୍ରମରେ ଚାଷୀଙ୍କୁ ମଞ୍ଜି, ଜୈବିକ ସାର ଓ ମାଇକ୍ରୋ ନୁ୍ୟଟ୍ରିଏଣ୍ଟ ପ୍ରଦାନ କରି ଜିଲ୍ଲାରେ ଝୋଟ ଚାଷର ପୁନରୁଦ୍ଧାର ପାଇଁ ଉଦ୍ୟମ ହେଉଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କେନ୍ଦ୍ରାପଡା

Download LocalWire App for Hyperlocal  Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire