ଭୁବନେଶ୍ୱର, ଅକ୍ଟୋବର ୨୬ (ଲୋକାଲ ୱାୟାର): କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ସୋମବାର ସିବିଆଇ ସ୍ୱତନ୍ତ୍ର କୋର୍ଟ ୩ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇବା ପରେ ପରେ ତାଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି।
ଜଣେ ଜାମିନଦାର ଓ ୧ ଲକ୍ଷ ଟଙ୍କାର ମୁଚାଲିକା ବଦଳରେ ସ୍ପେଶାଲ ସିବିଆଇ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।
ଦିଲ୍ଲୀପ ରାୟଙ୍କ ସମେତ ଅନ୍ୟ ଦୋଷୀଙ୍କୁ ମଧ୍ୟ ଜାମିନ୍ ମିଳିଛି ।
ଉଲ୍ଲେଖଯୋଗ୍ୟ, ୧୯୯୯ରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରରେ ଶ୍ରୀ ରାୟ କୋଇଲା ରାଷ୍ଟ୍ର ମନ୍ତ୍ରୀ ଥିବା ବେଳେ ଝାଡ଼ଖଣ୍ଡର ଗିରିଡିହସ୍ଥିତ ବ୍ରହ୍ମଡିହ କୋଇଲା ଖଣି କାଷ୍ଟ୍ରୋଲ ଟେକ୍ନୋଲୋଜି ଲିମିଟେଡକୁ ନିଲାମ ଦିଆଯାଇଥିଲା ।
ଏଥିରେ ଅନିୟମିତତା ହୋଇଥିବାର ଅଭିଯୋଗ ହେବା ପରେ ଏହାର ସିବିଆଇ ତଦନ୍ତ ହୋଇଥିଲା ।
ସିବିଆଇ ସ୍ୱତନ୍ତ୍ର ଜଜ୍ ଏହି ମାମଲାର ଶୁଣାଣି କରି ଅକ୍ଟୋବର ୬ ତାରିଖରେ ଶ୍ରୀ ରାୟ ଓ କୋଇଲା ମନ୍ତ୍ରାଳୟର ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।
ଏହାପରେ ଆଜି ସମସ୍ତଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ ।
ଏହି ଦୁଇ ଅଧିକାରୀ ହେଲେ ତତ୍କାଳୀନ କୋଇଲା ମନ୍ତ୍ରାଳୟର ଅତିରିକ୍ତ ସଚିବ ପ୍ରଦୀପ କୁମାର ବାନାର୍ଜୀ ଓ ଆଡଭାଇଜର ନିତ୍ୟାନନ୍ଦ ଗୌତମ ଏବଂ କାଷ୍ଟ୍ରନ ଟେକ୍ନୋଲୋଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲ ।
ଲୋକାଲ ୱାୟାର
Leave a Reply