ଭୁବନେଶ୍ୱର, ଡିସେମ୍ବର ୫(ଲୋକାଲ ୱାୟାର): ଏଥର ଇକୋ ରି-ଟ୍ରିଟ୍ରେ ମିଳିବ ବିବାହ ଅନୁଭୂତି । ଡେଷ୍ଟିନେସନ୍ ୱେଡିଂ କରିବାକୁ ଚାହୁଁଥିବା ଲୋକେ ଏହାର ମଜା ନେଇ ପାରିବେ ।
କେବଳ କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ଏହି ସୁବିଧା ମିଳିବ । ଏନେଇ ଜଣପିଛା ୫୦୦୦ ଟଙ୍କା ସହ ଟ୍ୟାକ୍ସ ଦେବାର ପ୍ରାବଧାନ ରଖାଯାଇଛି ।
ଏ ବାବଦରେ ଇକୋ ରିଟ୍ରିଟ୍ ଦାୟିତ୍ୱରେ ଥିବା ସେଲ୍ସ ଡାଇରେକ୍ଟର ସୌରଭ ସେନଗୁପ୍ତା କହିଛନ୍ତି କରୋନା କଟକଣାକୁ ଆଖି ଆଗରେ ରଖି ଆମେ ବର୍ତ୍ତମାନ ଯାଏଁ କେବଳ କୋଣାର୍କ ସ୍ଥିତ ଇକୋ-ରିଟ୍ରିଟରେ ଏହି ସୁବିଧା କରିବାକୁ ଚିନ୍ତା କରିଛୁ ।
ଡେଷ୍ଟିନେସନ ୱେଡିଂ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଆମେ କଷ୍ଟମାଇଜଡ ପ୍ୟାକେଜର ବ୍ୟବସ୍ଥା କରିଛୁ । ଯଦି ଜଣେ ଏହା କରିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ସମସ୍ତ ଟେ ବୁକିଂ କରିବାକୁ ହେବ ।
ସରକାର ବିବାହରେ ୨୦୦ ଲୋକଙ୍କ ଉପସ୍ଥିତିକୁ ଅନୁମତି ଦେଇଛନ୍ତି । ହେଲେ ଆମେ ଯେଉଁ ଡେଷ୍ଟିନେସନ୍ ୱେଡିଂର ପରିକଳ୍ପନା କରୁଛୁ ତାହା ଆମ ପାଖରେ ଥିବା ଟେଣ୍ଟ ଓ ରହଣି ସ୍ଥଳକୁ ନେଇ କରାଯିବ ।
ଏଥିରେ ବୁକିଂ କରି ଜଣେ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ନିକଟରେ ବିବାହ କରିବା ସହ ଇକୋ ରିଟ୍ରିଟର ସମସ୍ତ ସୁବିଧା ପାଇପାରିବ ।
ସକାଳ ଜଳଖିଆଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ସବୁକିଛି ନିଜସ୍ୱ ଇଚ୍ଛା ମୁତାବକ ପାଇବ । ଏହା ନିଶ୍ଚିତ ଭାବେ ଏକ ନିଆରା ଅନୁଭୂତି ଦେବ ।
କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ଇକୋ ରିଟ୍ରିଟ୍ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ।
ଭିଡ଼ିଥିବା ବେଳେ ଏଠାରେ ଚଳିତ ବର୍ଷ କୋଣାର୍କ ଚନ୍ଦ୍ରଭାଗା ସମୁଦ୍ର ବେଳାଭୂମିରେ ହେବାକୁ ଥିବା ଇକୋ-ରିଟ୍ରିଟରେ ପର୍ଯ୍ୟଟକ ସର୍ଫିଂର ମଜା ନେଇ ପାରିବ ।
ମୁକ୍ତାକାଶ ଚଳଚ୍ଚିତ୍ର ପ୍ରଦର୍ଶନୀ ସାଙ୍ଗକୁ ବେଳାଭୂମିରେ ଯୋଗ,ବିଭିନ୍ନ ପ୍ରକାର ଦୁଃସାହାସିକ କ୍ରୀଡା ଆଦି ଉପଭୋଗ କରିପାରିବ ।
ରାତିରେ ବନ୍ ଫାୟାର ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେବା ସହ କୋଣାର୍କ ସୂର୍ଯ୍ୟମନ୍ଦିର, ବାଲୁଖଣ୍ଡ ଅଭୟାଣ୍ୟରେ ନେଚର ଟ୍ରେଲ୍, ପାଖ ଧୀବର ଗାଁକୁ ବୁଲି ଯିବାର ସୁବିଧା କରାଯାଇଛି ।
ଏହାଛଡ଼ା ଅବସର ବିନୋଦନ ପାଇଁ ଏଟିଭି ରାଇଡ, ରଇଫେଲ୍ ସୁଟିଂ, ଆର୍ଚ୍ଚେରି, ଗାଇଡେଡ ବାଇସାଇକେଲ୍ ଟୁର୍, ବିଚ୍ ଭଲିବଲ୍, ଜେଟ୍ ସ୍କି, ମାନାନା ରାଇଡ, ସ୍ପିଡ ବୋଟିଂ ଭଳି ସୁବିଧା କରାଯାଇଛି । ଡେଷ୍ଟିନେସନ୍ ୱେଡିଂ ମାଧ୍ୟମରେ ନିମନ୍ତ୍ରିତ ଅତିଥିମାନେ ଏସବୁର ମଜା ନେଇ ପାରିବେ ।
ସେହିପରି ବର କନିଆଙ୍କୁ ଡେଷ୍ଟିନେସନ୍ ୱେଡିଂ ମାଧ୍ୟମରେ ସ୍ୱତନ୍ତ୍ର ବିବାହର ଅନୁଭୂତି ମିଳିବ ।
ସାଜ ସଜ୍ଜାରେ ଇକୋ ଫ୍ରେଣ୍ଡଲି ବିବାହ ମଣ୍ଡପ ପ୍ରସ୍ତୁତ କରାଯିବାକୁ ଥିବା ବେଳେ ଉପହାର, ମାସ୍କ, ଷ୍ଟେଜ୍, ଆଦି ସବୁ କିଛି କଷ୍ଟମାଇଜଡ ରହିବ ।
ଏ ବାବଦରେ ବିଭାଗୀୟ ନିଦେ୍ର୍ଦଶକ ସଚିନ ରାମଚନ୍ଦ୍ର ଯାଦବ କହିଛନ୍ତି, ବିବାହ ଉସôବରେ ୨୦୦ ଲୋକ ସାମିଲ ହେବା ପାଇଁ ସରକାରୀ ନିୟମ ଥିବା ବେଳେ ଆମେ କେବଳ ୫୦ ଜଣଙ୍କ ପାଇଁ ବ୍ୟବସ୍ଥା କରୁଛୁ ।
ଗ୍ରାହକଙ୍କ ଚାହିଦା ମୁତାବକ ଡେକୋରସନ୍, ଷ୍ଟେଜ୍, ଲାଇଟ୍, ଚେୟାର, ବେଦି ସାଙ୍ଗକୁ ବଫେଟ୍ ସୁବିଧା ରହିବ ।
ଏହା କୌଣସି ବିବାହ ମଣ୍ଡପ କିମ୍ବା ବିଳାସପୂର୍ଣ୍ଣ ହୋଟେଲ ଠାରୁ କମ୍ ହେବନି । କେବଳ ବିବାହ ନୁହେଁ ଜଣେ ଚାହିଁଲେ ଜନ୍ମଦିନ, ବିବାହ ବାର୍ଷିକୀ, ରିଙ୍ଗ ସେରିମନୀ ବି ଟେଣ୍ଟରେ କରିପାରିବେ ।
ଲୋକାଲ ୱାୟାର
Leave a Reply