ଭୁବନେଶ୍ୱର, ଡିସେମ୍ବର ୨(ଲୋକାଲ ୱାୟାର): ଆଜିଥିଲା କୋଣାର୍କ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା । କରୋନା କଟକଣା ସତ୍ତ୍ୱେ ଆଜି ମୁକ୍ତାକାଶ ରଙ୍ଗମ ରେ ଭିଡ ଦେଖିବାକୁ ମିଳିଥିଲା ।
କୋଭିଡ ପରବର୍ତ୍ତୀ ସମୟରେ ଏହାଥିଲା ଓଡ଼ିଶାର ପ୍ରଥମ ମୁକ୍ତାକାଶ ଆନ୍ତର୍ଜାତିକ ନୃତ୍ୟ ମହୋତ୍ସବ । ଏଥିପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା କୋଲକାତା ସ୍ଥିତ ସୁମନ ସରୌଗି ଓ ଦଳ ଦ୍ୱାରା ପ୍ରସ୍ତୁତ ମଣିପୁରୀ ନୃତ୍ୟରୁ । ପରେ ପରେ ବେଙ୍ଗାଲୁରୁ ସ୍ଥିତ ସଞ୍ଜଳି ଏନସେମ୍ବଲ ପ୍ରସ୍ତୁତ ଶର୍ମିଳା ମୁଖାର୍ଜୀ ଓ ଦଳ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା ।
ଏ ବାବଦରେ ପଦ୍ମଶ୍ରୀ ଗୁରୁ ଅରୁଣା ମହାନ୍ତି କହିଛନ୍ତି କରୋନା ଯୋଗୁଁ ଚାରିଆଡ଼େ ବନ୍ଦ । ମଞ୍ଚ ବି ଆଉ କଳା ବି ।
ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଆମ ପାଇଁ ଏତେ ବଡ ସୁଯୋଗ ଆଣିବା ସବୁଠାରୁ ବଡ ସ୍ୱାଗତଯୋଗ୍ୟ ପଦକ୍ଷେପ । କଳାକାର ସବୁବେଳେ ମଞ୍ଚ ଖୋଜେ । ନିଜ କଳା ପ୍ରତିଭା ଦେଖାଇବାକୁ ଆକୁଳ ହୋଇଉଠେ ।
ଲୋକାଲ ୱାୟାର
Leave a Reply