ଭୁବନେଶ୍ୱର, ଅଗଷ୍ଟ ୨ (ଲୋକାଲ ୱାୟାର) : ଓଡ଼ିଶା ଖଣି ନିଗମ (ଓଏମ୍ସି) ପକ୍ଷରୁ ୪ଟି ସ୍ଥାନରେ କୋଭିଡ୍ କେୟାର ହୋମ୍ (ସିସିଏଚ୍) ଖୋଲାଯାଇଛି ବୋଲି ଓଏମ୍ସିର ଜଣେ ବରିଷ୍ଠ ଅଧିକାରୀ ଶନିବାର କହିଛନ୍ତି ।
ଶନିବାର ଠାରୁ ଭୁବନେଶ୍ୱର ସହ ସାଉଥ କାଳିଆପାଣି, ଗନ୍ଧମାର୍ଦ୍ଦନ ଏବଂ ଦୈତାରୀରେ କୋଭିଡ୍ କେୟାର ହୋମ୍ କାର୍ଯ୍ୟକ୍ଷମ ହୋଇଛି । ପ୍ରତି ସିସିଏଚ୍ରେ ୨୦ଟି ଲେଖାଏଁ ଶଯ୍ୟା ରହିଛି ।
ଓଏମ୍ସିର କୌଣସି କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୁଅନ୍ତି ଏବଂ କର୍ମଚାରୀଙ୍କ କୋଭିଡ୍ ଲକ୍ଷଣ ସାମାନ୍ୟ ଥିଲେ, ସେ ଏଠାରେ ଆଇସୋଲେସନ୍ରେ ରହି ଚିକିତ୍ସିତ ହୋଇପାରିବେ । ତାଙ୍କୁ କୋଭିଡ୍ ହସ୍ପିଟାଲ ଯିବାକୁ ପଡିବନି ।
ଦ୍ୱିତୀୟ ପର୍ଯ୍ୟାୟରେ ଓଏମ୍ସି ପକ୍ଷରୁ କୋଇଡାର କୁରମିତାର, ବଡବିଲର ସେରମଡ଼ା, ବାଙ୍ଗୁର ଓ ରାୟଗଡ଼ାର କୋଡିଙ୍ଗାମାଳିରେ ସିସିଏଚ୍ ଖୋଲିବ । ଏଠାରେ ୧୦ଟି ଲେଖାଏଁ ଶଯ୍ୟା ରହିବ ।
ଉଲ୍ଲେଖଯୋଗ୍ୟ, କରୋନା ନିୟନ୍ତ୍ରଣ ପାଇଁ ଓଏମ୍ସି ରାଜ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦୦ କୋଟି ପ୍ରଦାନ କରିଥିଲା ।
୨୦୧୯-୨୦ ଆର୍ଥିକ ବର୍ଷରରେ ଅନ୍ତରୀଣ ଡିଭିଡେଣ୍ଡ ଆକାରରେ ୨୫୦ କୋଟି ଟଙ୍କା ଦେଇଥିଲା ।
ନିଗମ କିମସ୍ ସହ ମିଶି ଏକ ୫ଶହ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲିଥିଲା ।
୮ ଜିଲ୍ଲାରେ ୧୦ କୋଭିଡ୍ ହସ୍ପିଟାଲ ପାଇଁ ମଧ୍ୟ ପାଣ୍ଠି ପ୍ରଦାନ କରିଛି ।
ଲୋକାଲ ୱାୟାର