ଭୁବନେଶ୍ୱର,ଅଗଷ୍ଟ ୩୧(ଲୋକାଲ ୱାୟାର): ରାଜ୍ୟରେ ଘରୋଇ ଚିକିତ୍ସାଳୟ କୋଭିଡ ଚିକିତ୍ସା ପାଇଁ ରୋଗୀଙ୍କ ଠାରୁ କେତେ ଦେୟ ନେବେ ତହା ରାଜ୍ୟ ସରକାର ଧାର୍ଯ୍ୟ କରିଥିବା ବେଳେ ଯଦି କେହି ଏହାଠାରୁ ଅଧିକ ଅର୍ଥ ନିଅନ୍ତି ତେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ, ୩୦ କିମ୍ବା ତାହାଠାରୁ ଅଧିକ ଶଯ୍ୟା ଥିବା ଘରୋଇ ଚିକିତ୍ସାଳୟ ଗୁଡ଼ିକରେ କୋଭିଡ ରୋଗୀଙ୍କ ଚିକିତ୍ସା ବାଧ୍ୟତାମୂଳକ କରାଯାଇଛି ।
ଏହି ହସପିଟାଲ ଗୁଡ଼ିକ ଆଇସିୟୁ ଓ ଭେଣ୍ଟିଲେଟର ସହ ୧୦% ଶଯ୍ୟା କୋଭିଡ ରୋଗୀଙ୍କ ପାଇଁ ସଂରକ୍ଷିତ ରଖିବାକୁ ବାଧ୍ୟ ।
ସ୍ୱାସ୍ଥ୍ୟ ବିଭାଗ ଧାର୍ଯ୍ୟ କରିଥିବା ଦେୟ ଅନୁଯାୟୀ ସାଧାରଣ ବେଡ୍ ପାଇଁ ୧୨୦୦ ଟଙ୍କା (ନନ୍ ଏନଏବିଏଚ୍ ହସପିଟାଲ) ଏବଂ ୩୦୦୦ ଟଙ୍କା (ଏନଏବିଏଚ୍) ହସପିଟାଲ ପାଇଁ ଧାର୍ଯ୍ୟ ହୋଇଛି ।
ଆଇସିୟୁ ଏବଂ ଭେଣ୍ଟିଲେଟର ସହ ଆଇସିୟୁ ବେଡ ଚାର୍ଜ ଯଥାକ୍ରମେ ୨ ହଜାର ଓ ୫ ହଜାର କରାଯାଇଛି । ଖାଇବା ପିଇବା ଓ ବେଡଚାର୍ଜ ମିଶି ସାଧାରଣ ବେଡ୍ ପାଇଁ ଦିନକୁ ୧୭୫୦ ଟଙ୍କା, ଆଇସିୟୁ ବେଡ ପାଇଁ ୮ ହଜାର (ଅଣ-ଏନଏବିଏଚ୍) ଏବଂ ୧୨ ହଜାର (ଏନଏବିଏଚ୍) ସକାଶେ ସ୍ଥିର ହୋଇଛି । ଭେଣ୍ଟିଲେଟର ସହ ଆଇସିୟୁ ବେଡ୍ ପିଛା ୧୦ ହଜାର (ଅଣ-ଏନଏବିଏଚ୍) ଏବଂ ୧୩ ହଜାର (ଏନଏବିଏଚ୍) ଧାର୍ଯ୍ୟ ହୋଇଛି ।
ଏହାଠାରୁ କୌଣସି ହସପିଟାଲ ଅଧିକ ଦେୟ ଲାଗୁ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଲୋକାଲ ୱାୟାର
Leave a Reply