ଭୁବନେଶ୍ୱର, ଅଗଷ୍ଟ ୧୯(ଲୋକାଲ ୱାୟାର): ମହାମାରୀ କରୋନା ସାରା ବିଶ୍ୱରେ ଜନଜୀବନକୁ ପ୍ରଭାବିତ କରିବା ସହ ବଞ୍ଚିବା କଷ୍ଟକର କରିଦେଲାଣି ।
ଏଭଳି ପରିସ୍ଥିତିରେ ପୁଲିସଠୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ କରୋନା ଯୋଦ୍ଧା ଭାବେ ସିଧାସଳଖ ଭାଇରସ୍ ସହ ଲଢ଼ୁଛନ୍ତି ।
ସେମାନଙ୍କ କଷ୍ଟକୁ ଲାଘବ କରିବା ଏବଂ ସେମାନଙ୍କ ମନୋବଳ ଦୃଢ଼ କରିବାକୁ କିଏ କେତେ ପ୍ରକାରର କାର୍ଯ୍ୟ କରୁଥିଲାବେଳେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କରୋନା ଯୋଦ୍ଧାଙ୍କୁ ଉତ୍ସର୍ଗ କରି ଏକ ଗୀତ ଗାଇଛନ୍ତି । ଗୀତଟି ହେଲା ‘ତେରି ମିଟି’ ।
ଜଣେ କଳାକାର ଭାବେ ପରିଚିତା ଶ୍ରୀମୟୀ ରାଜନୀତିକୁ ଆସିବା ଏବଂ ଓଟିଡିସି ଅଧ୍ୟକ୍ଷା ହେବା ପୂର୍ବରୁ ଧାରାବାହିକରେ ଅଭିନୟ କରି ସମସ୍ତଙ୍କ ମନ ଜିଣିପାରିଥିଲେ ।
ଏବେ ଓଟିଡିସି ମାଧ୍ୟମରେ ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ଅଣ୍ଟା ଭିଡ଼ିଛନ୍ତି ।
ତାଙ୍କ କାର୍ଯ୍ୟଧାରା ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ।
ଲୋକାଲ ୱାୟାର
Leave a Reply