ଭୁବନେଶ୍ୱର, ଅଗଷ୍ଟ ୧୦ (ଲୋକାଲ ୱାୟାର) : କୋଭିଡ୍ ହସ୍ପିଟାଲ ସମ୍ପର୍କରେ ଅଡ଼ିଓ ଭାଇରାଲ ଘଟଣାରେ ସୋମବାର ଭୁବନେଶ୍ୱରରୁ ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ୍।
ଗିରଫ ଦୁଇ ଜଣ ହେଲେ ବିଶ୍ୱଜିତ ମହାନ୍ତି ଓ ଲକ୍ଷ୍ମୀକାନ୍ତ ବେହେରା ।
ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ ଓ ଏପିଡେମିକ୍ ଡିଜିସ୍ ଆକ୍ଟରେ ଦୁହିଁଙ୍କୁ ଗିରଫ କରାଯାଇଛି।
ଏହି ଦୁଇ ଜଣ କୋଭିଡ୍ ଚିକିତ୍ସା ଓ ହସ୍ପିଟାଲରେ ଅବ୍ୟବସ୍ଥା ନେଇ ଫୋନ୍ ଯୋଗେ କଥା ହେଉଥିବାର ଅଡିଓ ଭାଇରାଲ ହୋଇଥିଲା ।
ଏନେଇ ଏକ ବୈଦ୍ୟୁତିକ ଗଣମାଧ୍ୟମର ସୋସିଆଲ ମେଡିଆରେ ଅଗଷ୍ଟ ୬ତାରିଖରେ ଖବର ପ୍ରସାରଣ ହୋଇଥିଲା। ଉକ୍ତ ଗଣମାଧ୍ୟମକୁ ବିଏମ୍ସି ପକ୍ଷରୁ ନୋଟିସ ଜାରି କରାଯିବା ସହ କ୍ୟାପିଟାଲ ଥାନାରେ ମାମଲା ହୋଇଥିଲା ।
ଏହି ମାମଲା ତଦନ୍ତ କରି ପୁଲିସ ଗତକାଲି ବିଶ୍ୱଜିତ ଓ ଲକ୍ଷ୍ମୀକାନ୍ତକୁ ଉଠାଇ ନେଇଥିଲା । ଦୁହିଁକୁ ପଚରାଉଚରା କରାଯିବା ପରେ ଆଜି ଗିରଫ କରାଯାଇଛି ।
ଏହି ଘଟଣା ପଛରେ ଆଉ କିଏ କିଏ ଅଛନ୍ତି ସେ ନେଇ ପୁଲିସ ତଦନ୍ତ କରିବା ସହ ବିଭିନ୍ନ ହ୍ୱାଟ୍ସ୍ ଆପ୍ ଗ୍ରୁପରେ ଅଡିଓ ଭାଇରାଲ କରାଇଥିବା ଆଡ୍ମିନ ମଧ୍ୟ ପୁଲିସ ସ୍କାନରେ ଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ସମ୍ପୃକ୍ତ ଗଣ ମାଧ୍ୟମ ଏହି ପଦକ୍ଷେପକୁ ମେଡିଆର କଣ୍ଠରୁଦ୍ଧ କରିବାର ଏକ ଉଦ୍ୟମ ବୋଲି ଦର୍ଶାଇଛି ।
ଲୋକାଲ ୱାୟାର
Leave a Reply