ପାରାଦୀପ, ନଭେମ୍ବର ୩୦ (ଲୋକାଲ ୱାୟାର): କୋଭିଡ କଟକଣା ମଧ୍ୟରେ ବନ୍ଦର ଦିବସ-୨୦୨୦ ନିରାଡମ୍ବର ଭାବେ ପାଳିତ ହୋଇଛି ।
ପାରାଦୀପ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରୟ ଏହି ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୱେଟ ବେସିନ ଠାରେ ବନ୍ଦରର ପତାକା ଉତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବନ୍ଦର ହାସଲ କରିଥିବା ଆଖିଦୃଶିଆ ପ୍ରଗତି ସମ୍ପର୍କରେ ସେ ସୂଚନା ଦେଇଥିଲେ ।
ବନ୍ଦର ଉପସଂରକ୍ଷକ କ୍ୟାପ୍ଟେନ ଏ.କେ. ମହାପାତ୍ର ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଦିନଟିର ମହତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ ।
ବନ୍ଦର ଉପାଧ୍ୟକ୍ଷ ଏ.କେ. ବୋଷ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ ।
ଲୋକାଲ ୱାୟାର
Leave a Reply