ଭୁବନେଶ୍ୱର, ଜାନୁଆରୀ ୩୦(ଲୋକାଲ ୱାୟାର): ରାଜ୍ୟରେ ଆଠଟି ଜିଲ୍ଲା ଓ ଭୁବନେଶ୍ୱର କୋଭିଡ ଟିକାକରଣରେ ପଛୁଆ ଥିବାରୁ ସେସବୁ ଜିଲ୍ଲାପାଳମାନଙ୍କୁ ଧାର୍ଯ୍ୟ ଲକ୍ଷ୍ୟରେ ପହଞ୍ଚିବା ଦିଗରେ ପଦକ୍ଷେପ ନେବାକୁ ତାଗିଦ କରାଯାଇଛି ।
ଗତ ସପ୍ତାହରେ ଦେବଗଡ଼ରେ ୪୨%, ଖୋର୍ଦ୍ଧାରେ ୬୧%, ଯାଜପୁରରେ ୬୨%, ଜଗତସିଂହପୁରରେ ୬୬ %, ନୟାଗଡ଼ରେ ୬୭ %, ଭୁବନେଶ୍ୱରରେ ୭୬ %, କଟକରେ ୭୬ %, ସମ୍ବଲପୁରରେ ୭୭ % ଏବଂ କେନ୍ଦୁଝରରେ ୭୮ % ଟିକାକରଣ ହୋଇଥିବାରୁ ଏହା ନୈରାଶ୍ୟଜନକ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
ଏବେ ମାଗଣାରେ ଟିକାକରଣ କରାଯାଉଥିବାରୁ ଆସନ୍ତା ମାସ ୧୦ ତାରିଖ ପୂର୍ବରୁ ପ୍ରଥମ ଡୋଜ୍ ନେଇଯିବାକୁ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ମଧ୍ୟ ତାଗିଦ କରାଯାଇଛି ।
ଲୋକାଲ ୱାୟାର
Leave a Reply