ଭୁବନେଶ୍ୱର, ଏପ୍ରିଲ ୮(ଲୋକାଲ ୱାୟାର): ମହାମାରୀ କରୋନରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସରକାର ଟିକା ଦେଉଛନ୍ତି ।
ବିଭିନ୍ନ ରାଜ୍ୟରେ ଏହି ଟିକା ଦିଆଯାଉଛି । ତେବେ ଓଡ଼ିଶା ବାହାରେ ଓ ଓଡ଼ିଶାରେ ରହୁଥିବା ଚର୍ଚ୍ଚିତ ଓଡ଼ିଆ ଷ୍ଟାରମାନେ ଏବେ ଟିକା ନେବା ଆରମ୍ଭ କରିଛନ୍ତି ।
ଅନେକ ଟିକାର ପ୍ରଥମ ଡୋଜ୍ ନେଇ ସାରିଛନ୍ତି । ଅନ୍ୟମାନଙ୍କୁ ମଧ୍ୟ ଟିକା ନେବାକୁ ଅନୁରୋଧ କରିଛନ୍ତି ।
ଏଥିସହ ମାସ୍କ ପିନ୍ଧିବା, ହାତକୁ ଭଲ ଭାବରେ ସାନିଟାଇଜ୍ କରିବାକୁ ନଭୁଲିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।
ଟିକା ନେବା ପରେ ସେମାନେ ସମସ୍ତେ ସୁସ୍ଥ ଅଛନ୍ତି । କୌଣସି ଅସୁବିଧା ନାହିଁ । ତେଣୁ ନଡରି ସମସ୍ତେ ଟିକା ନିଅନ୍ତୁ ବୋଲି କହିଛନ୍ତି ।
ବଡ଼ କଥା ହେଲା ଟିକା ନେବା ସମୟର ଫଟୋକୁ ସମସ୍ତେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ।
ପ୍ରଥମେ ନନ୍ଦିତା ଦାସ ଫଟୋ ପୋଷ୍ଟ କରିଥିଲେ । ଦେଶ ତଥା ଦେଶ ବାହାରେ ସିନେମା କ୍ଷେତ୍ରରେ ସୁନାମ ଆଣିଥିବା ଓଡ଼ିଆ ଝିଅ ନନ୍ଦିତା ଦାସ ଟିକା ନେଇ ଅନ୍ୟମାନଙ୍କୁ ନେବାକୁ ପ୍ରେରିତ କରିଛନ୍ତି ।
ସେହିପରି ପ୍ରସିଦ୍ଧ ସିନେ ନିର୍ମାତା ପଦ୍ମଶ୍ରୀ ନୀଳମାଧବ ପଣ୍ଡା, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫଡିସି)ର ଅଧ୍ୟକ୍ଷ ତଥା ବରିଷ୍ଠ ଅଭିନେତା କୁନା ତ୍ରିପାଠୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଜଗତର ହାସ୍ୟ ସମ୍ରାଟ୍ ଜୟୀରାମ ସାମଲ ପତ୍ନୀଙ୍କ ସହ ଟିକା ନେଇଛନ୍ତି ।
ଆଗକୁ ଆହୁରି କିଛି କଳାକାରମାନେ ମଧ୍ୟ ଟିକା ନେବେ ଏବଂ ଅନ୍ୟମାନଙ୍କୁ ଟିକା ନେବାରେ ଉତ୍ସାହିତ କରିବେ ବୋଲି ଆଶା ।
ଲୋକାଲ ୱାୟାର
Leave a Reply