ଠିକ ଏକ ବର୍ଷ ପୂର୍ବେ ଭୁବନେଶ୍ୱର ସ୍ଥିତ ଆରଏମଆରସିରେ ଓଡ଼ିଶାର ପ୍ରଥମ କୋଭିଡ-୧୯ ମାମଲା ଚିହ୍ନଟ ହୋଇଥିଲା ।

ରାଜ୍ୟ ପାଇଁ ଏହା ଧକ୍କା ସଦୃଶ ଥିଲେ ବି ମହାରାଷ୍ଟ୍ର, ତାମିଲନାଡୁ, ପଞ୍ଜାବ, କେରଳ ଆଦି ରାଜ୍ୟ ଭଳି ଓଡ଼ିଶା ମଧ୍ୟ କୋଭିଡ-୧୯ ଜନିତ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିଲା ଓ ସମସ୍ତ ସଂପୃକ୍ତ ବିଭାଗକୁ ନୀରିକ୍ଷଣ, ପରୀକ୍ଷଣ ଓ ଅନ୍ୟ ନିୟମାବଳୀ ମାନିବାକୁ ସତର୍କ କରାଇ ଦେଇଥିଲା ।

କିପରି କୋଭିଡ-୧୯ ନିୟନ୍ତ୍ରଣ ହୋଇ ପାରିଥିଲା ତଥା ଗତ ଏକ ବର୍ଷ ମଧ୍ୟରେ ବିଶ୍ୱର ସବୁଠାରୁ ଭୟଙ୍କର ଭୂତାଣୁ ପାଲଟିଥିବା ଏହି ଭୂତାଣୁ ବିରୋଧରେ କିପରି ଲଢେଇ ହେଲା ସେ ସମ୍ପର୍କରେ ଏକ ବିସ୍ତୃତ ତଥ୍ୟାବଳୀ ନିମ୍ନରେ ଉପସ୍ଥାପିତ ହୋଇଛି ।

ଓଡ଼ିଶାର କୋଭିଡ-୧୯ ନିୟନ୍ତ୍ରଣ ରଣନୀତି ମୁଖ୍ୟତଃ ପାଞ୍ଚଟି ବିଷୟ ଉପରେ ଆଧାରିତ ଥିଲା । ଯଥା:

କ) ସଅଳ ପ୍ରସ୍ତୁତି ଓ ଦୃଢ଼ ନିୟନ୍ତ୍ରଣ ପଦକ୍ଷେପ

ଖ) ସୁଦକ୍ଷ ପ୍ରଶାସନ ଓ ପ୍ରମାଣଭିତ୍ତିକ ନିଷ୍ପତ୍ତି

ଗ) ପରିସ୍ଥିତି ଉପରେ ବର୍ଦ୍ଧିତ ନଜରଦାରି, ପରୀକ୍ଷଣ ଓ ଚିକିତ୍ସା ପଦକ୍ଷେପ

ଘ) କୋଭିଡ ଲଢେଇରେ ସାମିଲ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କର୍ମୀଙ୍କୁ ସମର୍ଥନ ତଥା ପ୍ରୋତ୍ସାହନ

ଙ) ଉପଯୁକ୍ତ ହିତାଧିକାରୀଙ୍କ ପାଇଁ କୋଭିଡ-୧୯ ଟିକାକରଣର ସଫଳ ରୂପାୟନ

କ) ସଅଳ ପ୍ରସ୍ତୁତି ଓ ଦୃଢ଼ ନିୟନ୍ତ୍ରଣ ପଦକ୍ଷେପ

ଜାନୁଆରୀ ୨୦୨୦ ପରଠାରୁ କୋଭିଡ-୧୯ ମାମଲାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ପ୍ରଥମ ମାମଲା ଚିହ୍ନଟ ପୂର୍ବରୁ ହୋଇଥିବା କାର୍ଯ୍ୟକ୍ରମ

ରାଜ୍ୟ କଂଟ୍ରୋଲ ରୁମ ଗଠନ: ଜାନୁଆରୀ ୨୦୨୦ । କୋଭିଡ-୧୯ ମାମଲା ଉପରେ କଣ୍ଟ୍ରୋଲ ରୁମ ତୀକ୍ଷଣ ନଜର ରଖିଥିଲା ଓ ପରିସ୍ଥିତି ଚିନ୍ତାଜନକ ହେଲେ ମୁକାବିଲା ପାଇଁ ଗାଇଡଲାଇନ ଓ ମାନକ ସଞ୍ଚାଳନ ପ୍ରକ୍ରିୟା ପ୍ରସ୍ତୁତ କରୁଥିଲା ।

କୋଭିଡ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ଜନ ସ୍ୱାସ୍ଥ୍ୟ ଟିମଗୁଡିକୁ ରାଜ୍ୟସ୍ତରୀୟ ଦିଶାନିଦେ୍ର୍ଦଶ: ୧୦ରୁ ୧୧

ମାର୍ଚ୍ଚ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଜନ ସ୍ୱାସ୍ଥ୍ୟ ଟିମ୍ଗୁଡିକୁ ଦିଶାନିଦେ୍ର୍ଦଶ ପ୍ରଦାନ କରାଯାଇଥିଲା । ଜିଲ୍ଲା ଓ ବ୍ଲକ ସ୍ତରରେ ମଧ୍ୟ ତାଲିମ ପ୍ରଦାନ କରାଯାଇଥିଲା ।

ଦକ୍ଷତା ବୃଦ୍ଧି ସମସ୍ତ ଡାକ୍ତର, ପାରା ମେଡିକାଲ କର୍ମଚାରୀ, ଆଗଧାଡିର କର୍ମକର୍ତାଙ୍କ ଦକ୍ଷତା ବୃଦ୍ଧି ପାଇଁ ନିଷ୍ଠାପର ପ୍ରୟାସ ହୋଇଥିଲା ।

ସମୁଦାୟ ପ୍ରାୟ ୩୩.୩ ଲକ୍ଷ ସ୍ୱାସ୍ଥ୍ୟ କର୍ମୀ, ଆଗଧାଡିର କର୍ମୀ ଓ ପଞ୍ଚାୟତ ସଦସ୍ୟଙ୍କୁ କୋଭିଡ-୧୯ ସମ୍ପର୍କରେ ଦିଗଦର୍ଶନ ପ୍ରଦାନ କରାଯାଇଥିଲା ।

ନୀରିକ୍ଷଣ, କ୍ୱାରାଂଟାଇନ, ପରୀକ୍ଷଣ, ମାଇକ୍ରୋପ୍ଲାନିଂ ଓ ଚିକିତ୍ସା ପ୍ରଦାନ ଆଦି ଜନ ସ୍ୱାସ୍ଥ୍ୟ ଓ ଚିକିତ୍ସା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପାଦନ କରିବାରେ ଏହା ସହାୟକ ହୋଇଥିଲା ।

କୋଭିଡ ନିୟନ୍ତ୍ରଣ ଆଇନ, ୨୦୨୦ ବିଧାନସଭାରେ ଆଲୋଚନା ହୋଇଥିଲା: ୧୩ ମାର୍ଚ୍ଚ ୨୦୨୦

ମାନ୍ୟବର ମୁଖ୍ୟମନ୍ତ୍ରୀ, ବାଚସ୍ପତି, ବିରୋଧୀ ଦଳ ନେତା ଓ ଅନ୍ୟ ବିଧାୟକମାନେ ଭଲ ଭାବେ ହାତ ଧୋଇବା ପ୍ରଦର୍ଶନ କରିଥିଲେ: ୧୩ ମାର୍ଚ୍ଚ ୨୦୨୦

ଏହା ଲୋକଙ୍କ ପାଇଁ ଉଦାହରଣ ସାଜିଥିଲା ଓ କୋଭିଡ ବିରୋଧୀ ଲଢେଇରେ ସକାରାତ୍ମକ ଭୂମିକା ନେଇଥିଲା ।

ଭୁବନେଶ୍ୱରରେ ରାଜ୍ୟର ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ଯୁଦ୍ଧକାଳୀନ ଭିତିରେ ଗୁରୁତ୍ୱପୂର୍ଣ୍ଣ ଜନସ୍ୱାସ୍ଥ୍ୟ ପଦକ୍ଷେପ ନିଆ ଯାଇଥିଲା । ସେଗୁଡ଼ିକ ମଧ୍ୟରୁ କିଛି ପ୍ରମୁଖ ପଦକ୍ଷେପ ହେଲା:

ବିଭିନ୍ନ ସମନ୍ୱୟ କମିଟି ଓ କାର୍ଯ୍ୟନିର୍ବାହୀ କମିଟି ଗଠନ: ମାର୍ଚ୍ଚ ୧୭

ରାଜ୍ୟରେ ଲକଡାଉନ ଲାଗୁ: ମାର୍ଚ୍ଚ ୨୧ (ରାଜ୍ୟରେ ମାତ୍ର ୨ଟି ପଜିଟିଭ ମାମଲା ଚିହ୍ନଟ ହୋଇଥିବା ବେଳେ ଲକଡାଉନ ଲାଗୁ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ଥିଲା) ।

ସେହିପରି ଲକଡାଉନ ଅବଧି ବଢ଼ାଇବାରେ ମଧ୍ୟ ଓଡ଼ିଶା ପ୍ରଥମ ରାଜ୍ୟ ଥିଲା । ଓଡିଶା ସରକାରଙ୍କ ଲକଡାଉନ ଅବଧି ବୃଦ୍ଧି ନିଷ୍ପତ୍ତି ଅନୁଯାୟୀ ଭାରତ ସରକାର ମଧ୍ୟ ଲକଡାଉନ ଅବଧି ବଢ଼ାଇଥିଲେ ।

ଲକଡାଉନର ଚାରିଟି ପର୍ଯ୍ୟାୟ ଅନୁଯାୟୀ ଭାରତ ସରକାର ଯୋଜନାବଦ୍ଧ ଓ ସମନ୍ୱିତ ଉପାୟରେ ଅନଲକ୍ ପର୍ଯ୍ୟାୟ ଜାରି କରିଥିଲେ ।

୧ ହଜାର ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ ଡାକ୍ତରଖାନା ପାଇଁ ଭୁବନେଶ୍ୱରରେ ଏମଓୟୁ ସ୍ୱାକ୍ଷର: ମାର୍ଚ୍ଚ ୨୫ (ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ) ।

ଖୁବ ଅଳ୍ପ ସମୟ ମଧ୍ୟରେ ସାରା ରାଜ୍ୟରେ ସ୍ୱତନ୍ତ୍ର କୋଭିଡ ଡାକ୍ତରଖାନା ସ୍ଥାପିତ ହୋଇଥିଲା । ରେକର୍ଡ ସମୟ ମଧ୍ୟରେ ସ୍ୱତନ୍ତ୍ର କୋଭିଡ ଭିତିଭୂମି ପ୍ରସ୍ତୁତ ହୋଇଥିଲା ।

୧୦ ହଜାରରୁ ଅଧିକ ଶଯ୍ୟା ବିଶିଷ୍ଟ ୫୩ଟି ସ୍ୱତନ୍ତ୍ର କୋଭିଡ ଡାକ୍ତରଖାନା ସ୍ଥାପିତ ହୋଇଥିଲା ।

ଉତ୍ତମ ଚିକିତ୍ସା ପ୍ରଦାନ ଓ ସମୁଦାୟ ମୃତ୍ଯହାର କମାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପିତ ସ୍ୱତନ୍ତ୍ର କୋଭିଡ ଡାକ୍ତରଖାନା ସ୍ଥାପନ ନିଷ୍ପତି ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା ।

ସରକାରୀ – ଘରୋଇ ସହଭାଗିତା ଓଡ଼ିଶାର କରୋନା ବିରୋଧୀ ଲଢେଇର ପ୍ରମୁଖ ଉପାଦାନ ଥିଲା ।

ସଙ୍କଟ ବେଳେ ଉଲ୍ଲେଖନୀୟ ପ୍ରଦର୍ଶନ କରି ତଥା ଉକ୍ରର୍ଷର କେନ୍ଦ୍ର ପ୍ରତିପାଦିତ କରିଥିବା କର୍ପୋରେଟ ଡାକ୍ତରଖାନା, ଅଶ୍ୱିନୀ ଡାକ୍ତରଖାନା, କିମ୍ସ, ସମ୍ ଡାକ୍ତରଖାନା ଓ ଟାଟା ଡାକ୍ତରଖାନା ଭଳି ଘରୋଇ ଡାକ୍ତରଖାନାଗୁଡ଼ିକର ଅବଦାନକୁ ସରକାର ନିଶ୍ଚିତ ଭାବେ ପ୍ରଶଂସା କରିବେ ।

ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା: ଜୁଲାଇ ୧୫

ରୋଗୀଙ୍କୁ ଆରୋଗ୍ୟପ୍ରଦାନକାରୀ ପ୍ଲାଜମା ଚିକିତ୍ସା ଉପଲବ୍ଧ କରାଇବା ପାଇଁ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠିତ ହୋଇଥିଲା ।

ଅନେକ କୋଭିଡ ସୁସ୍ଥ ରୋଗୀ ଆଗେଇ ଆସି ପ୍ଲାଜମା ଦାନ କରିଥିଲେ । ଆଂଶିକ ପ୍ରଭାବିତ ରୋଗୀଙ୍କ କ୍ଷେତ୍ରରେ ପ୍ଲାଜମା ଚିକିତ୍ସା ଦ୍ୱାରା ମୃତ୍ଯହାର କମିଥିଲା ।

ସଂକ୍ରମଣ ପ୍ରତିରୋଧ ଓ ନିୟନ୍ତ୍ରଣ (ଆଇପିସି) ରଣନୀତି ମାନ୍ୟବର ମୁଖ୍ୟମନ୍ତ୍ରୀ ଜୁନ ୧୦ରେ ଘୋଷଣା କରିଥିଲେ ।

ସମସ୍ତ ସରକାରୀ ଓ ଘରୋଇ ଡାକ୍ତରଖାନା ଆଇପିସି ନୀତି ଆପଣାଇବା ବାଧ୍ୟତାମୂଳକ ଥିଲା । ସ୍ୱାସ୍ଥ୍ୟ କେନ୍ଦ୍ର ବା ଡାକ୍ତରଖାନାଗୁଡ଼ିକରେ ସଂକ୍ରମଣ ନିୟନ୍ତ୍ରଣ କରିବାରେ ଏହା ସହାୟକ ହୋଇଥିଲା ।

ହଟସ୍ପଟ ଜିଲ୍ଲାଗୁଡ଼ିକ ପାଇଁ ରଣନୀତି ଘୋଷଣା ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମୀକ୍ଷା: ଜୁଲାଇ ୧୫

ଖ) ସୁଦକ୍ଷ ପ୍ରଶାସନ ଓ ପ୍ରମାଣଭିତ୍ତିକ ନିଷ୍ପତ୍ତି

ପ୍ରଥମ ମାମଲା ଚିହ୍ନଟ ହେବା ମାତ୍ରେ ରାଜ୍ୟ ସରକାର ଆକ୍ରମଣାତ୍ମକ କାର୍ଯ୍ୟପନ୍ଥା ଆପଣାଇ ଥିଲେ । ବରିଷ୍ଠ ସଚିବମାନଙ୍କୁ କୋଭିଡ-୧୯ ମୁକାବିଲାର ବିଷୟଗତ ଭାର ପ୍ରଦାନ କରାଯାଇଥିଲା ।

ବିଭିନ୍ନ ସମନ୍ୱୟ କମିଟି ଓ କାର୍ଯ୍ୟନିର୍ବାହୀ କମିଟି ଗଠନ: ମାର୍ଚ୍ଚ ୧୭, ୨୦୨୦

ଏହା ଅନ୍ୟତମ ସଫଳ ରଣନୀତି ସାବ୍ୟସ୍ତ ହୋଇଥିଲା । ବହୁମୁଖୀ ଜନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ଏହା ସହାୟକ ହୋଇଥିଲା ।

ମୁଖ୍ୟମନ୍ତ୍ରୀ ସାପ୍ତାହିକ ସମୀକ୍ଷା କରୁଥିଲେ ଓ ମୁଖ୍ୟ ଶାସନ ସଚିବ ଦୈନିକ ସମୀକ୍ଷା କରୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବେଳେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆ ଯାଇପାରୁଥିଲା ।

ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ୟୁଏନ, ଆଇସିଏମଆର ଭଳି ସଂସ୍ଥାର ବୈଷୟିକ ସୂଚନା, ପ୍ରମାଣ ତଥା ମତାମତ ଉପରେ ପର୍ଯ୍ୟବସିତ ଥିଲା ।

କୋଭିଡ ନିୟନ୍ତ୍ରଣ ଆଇନ: କୋଭିଡ-୧୯ ମହାମାରୀ ନିୟନ୍ତ୍ରଣରେ ରଖିବା ପାଇଁ ଜନ ସ୍ୱାସ୍ଥ୍ୟ ପଦକ୍ଷେପଗୁଡ଼ିକୁ କଠୋର ଓ ତ୍ୱରିତ ଭାବେ ଲାଗୁ କରିବା ପାଇଁ କରୋନା ନିୟନ୍ତ୍ରଣ ଆଇନ ପ୍ରଣୟନରେ ଓଡ଼ିଶା ଅଗ୍ରଣୀ ରହିଥିଲା ।

ସରପଞ୍ଚମାନଙ୍କୁ କ୍ଷମତା ହସ୍ତାନ୍ତର: କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା, ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଉପକରଣ କ୍ରୟ ଆଦି ସ୍ଥାନୀୟ ପ୍ରବନ୍ଧନ ପାଇଁ ସରପଞ୍ଚମାନଙ୍କୁ କ୍ଷମତା ପ୍ରଦାନ କରାଯାଇଥିଲା ।

ରାଜ୍ୟରେ ପର୍ଯ୍ୟାପ୍ତ ସଂଖ୍ୟାରେ ମାସ୍କ, ସାନିଟାଇଜକ ଓ ପିପିଇ କିଟ୍ ଉପଲବ୍ଧ କରାଇବା ପାଇଁ ଟାଳଟୁଳ ନକରି ଯଥାଶୀଘ୍ର ଔଷଧ, ଉପକରଣ କ୍ରୟ ।

ଗଣମାଧ୍ୟମରେ ନିୟମିତ ବିବୃତି

କରୋନା ଭୟାବହତାକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଆଶଙ୍କା ଦୂରେଇବା ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ନିୟମିତ ଭାବେ ଗଣମାଧ୍ୟମକୁ ବିବୃତି ପ୍ରଦାନ କରାଯାଉଥିଲା ।

ମହାମାରୀର ବିଭିନ୍ନ ରୂପ ତଥା ଏହାର ନିରାକରଣ ଓ ଚିକିତ୍ସା ସମ୍ପର୍କରେ ଲୋକଙ୍କୁ ଶିକ୍ଷିତ ଓ ସଚେତନ କରିବା ପାଇଁ ଆଇଇସି ଅଭିଯାନର ଚାରି ପର୍ଯ୍ୟାୟ ଅନୁସରଣ କରାଯାଇଥିଲା ।

ହୋମ ଆଇସୋଲେସନରେ ଥିବା କିଛି ରୋଗୀଙ୍କୁ ଫ୍ଲାବିପିରାଭିର ଖାଇବା ପାଇଁ କୁହାଯାଇଥିଲା ।

ସଫଳ ପ୍ରବାସୀ ପ୍ରବନ୍ଧନ: ୭.୬ ଲକ୍ଷ ପ୍ରବାସୀ ଓଡ଼ିଆଙ୍କୁ ସଫଳତାର ସହ ଅଣା ଯାଇଥିଲା । ସେମାନଙ୍କ କ୍ୱାରେଣ୍ଟାଇନ ପାଇଁ ୧୬,୮୨୪ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରସ୍ତୁତ ହୋଇଥିଲା ।

ବିଭିନ୍ନ ବିଭାଗ ଓ ଟିମ ମଧ୍ୟରେ ଉତ୍ତମ ସମନ୍ୱୟ ରଖି ଟିକିନିଖି ଭାବେ ପ୍ରବାସୀ ପ୍ରବନ୍ଧନ କରାଯାଇଥିଲା ।

ପରିସ୍ଥିତି ଉପରେ ବର୍ଦ୍ଧିତ ନଜରଦାରି, ପରୀକ୍ଷଣ ଓ ଚିକିତ୍ସା ପଦକ୍ଷେପ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇଟି ଓ ଗୃହ ବିଭାଗ ମିଳିତ ଭାବେ ପ୍ରଯୁକ୍ତି ସମ୍ବଳିତ ନୀରିକ୍ଷଣ ଓ କଣ୍ଟାକ୍ଟ ଟ୍ରେସିଂ କରିଥିଲେ ।

ହୋମ କ୍ୱାରାଂଟାଇନରେ ଥିବା ରୋଗୀଙ୍କୁ ଟ୍ରାକ୍ କରାଯିବା ସହ ସେହି ସମୟର ମୋବାଇଲ ଲୋକେସନକୁ ଭିତି କରି ଯୋଗାଯୋଗରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଇଥିଲା ।

ଆଇଏସଆଇ/ଏସଏଆରଆଇ ଓ ଡାଇବେଟିସ, ହାଇପର ଟେନସନ, ଟିବି ଆଦି ଏକାଧିକ ରୋଗଥିବା ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ଘରକୁ ଘର ଯାଇ ନଜର ରଖା ଯାଇଥିଲା ।

ଏହି ଉପାୟରେ ସମସ୍ତ ଘରେ ପହଁଚିବା ସହ ସନ୍ଦିଗ୍ଧ କରୋନା ରୋଗୀଙ୍କ ବିସ୍ତୃତ ବିବରଣୀ ମିଳି ପାରିଥିଲା ।

ଆରଟି- ପିସିଆର ପ୍ରକ୍ରିୟାରେ ସେମାନଙ୍କର କୋଭିଡ-୧୯ ପରୀକ୍ଷଣ ହୋଇଥିଲା ।

ଦୃଢ଼ ନଜରଦାରି ଦ୍ୱାରା ଅଧିକ ମାମଲା ଚିହ୍ନଟ ହୋଇ ପାରିଥିଲା ଓ ଆମେ ଏପିଡେମିକ କର୍ଭରେ ପ୍ରଦର୍ଶିତ ପ୍ରକାରେ ମହାମାରୀକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲୁ ।

ଗବେଷଣାଗାର କ୍ଷମତା ଓ ଦୈନିକ ନମୁନା ପରୀକ୍ଷଣ ବୃଦ୍ଧି

ସଂଗୃହୀତ ନମୁନାଗୁଡିକ ଏନଆଇଭି, ପୁନେ ପରୀକ୍ଷାଗାରକୁ ପଠାଯାଉଥିଲେ ମଧ୍ୟ ଖୁବଶୀଘ୍ର ଆରଏମଆରସି ପରୀକ୍ଷାଗାରରେ ଆରଟି-ପିସିଆର ପଦ୍ଧତିରେ କୋଭିଡ-୧୯ ପରୀକ୍ଷଣ କାର୍ଯ୍ୟକ୍ଷମ ହୋଇଥିଲା ।

ବିଳମ୍ବ ନକରି ମାନବ ସମ୍ବଳ, ପ୍ରଯୁକ୍ତି ଦକ୍ଷତା ବୃଦ୍ଧି କରାଯିବା ସହ ଓଏସଏମସିଏଲ ମାଧ୍ୟମରେ ଉପକରଣ କ୍ରୟ କରି ୨୪ଟି ଆରଟି-ପିସିଆର ପରୀକ୍ଷାଗାର, ୩୨ଟି ଟିଆରୟୁଏନଏଟି ଓ ଅନ୍ୟ ପରୀକ୍ଷାଗାର ସ୍ଥାପନ କରାଯାଇଥିଲା ।

ବେସରକାରୀ ସଂସ୍ଥା ଓ କେନ୍ଦ୍ରୀୟ ପ୍ରତିଷ୍ଠାନ ସହଭାଗିତାରେ ଦିନକୁ ୬୦ ହଜାର ପର୍ଯ୍ୟନ୍ତ ପରୀକ୍ଷଣ ଦକ୍ଷତା ବୃଦ୍ଧି କରାଯାଇଥିଲା । ଦିନକୁ ୧୦ ଲକ୍ଷରେ ୧୪୦ଟି ନମୁନା ପରୀକ୍ଷଣ ହେଉଥିବା ବେଳେ ଓଡିଶାରେ ଏହି ସଂଖ୍ୟା ୧୨ ଶହ ଛୁଇଁଥିଲା ।

ମାନସିକ ସ୍ୱାସ୍ଥ୍ୟ ପରାମର୍ଶ: କୋଭିଡ-୧୯ ରୋଗୀ, ସେବା ପ୍ରଦାନକାରୀ ଓ କାଉନସେଲିଂ ଆବଶ୍ୟକ କରୁଥିବା ସାଧାରଣ ଲୋକଙ୍କ ପାଇଁ ବିସ୍ତୃତ ମାନସିକ ସ୍ୱାସ୍ଥ୍ୟ ଅଭିଯାନ ଆରମ୍ଭ କରିବାରେ ଓଡ଼ିଶା ଅଗ୍ରଣୀ ରହିଥିଲା ।

ସ୍ୱତନ୍ତ୍ର ମାନସିକ ସ୍ୱାସ୍ଥ୍ୟ ମୋବାଇଲ ୟୁନିଟ ହିତାଧିକାରୀଙ୍କ ଘରକୁ ଯାଇ ସେମାନଙ୍କୁ ମାନସିକ ତଥା ସାମାଜିକ କାଉନସେଲିଂ ପ୍ରଦାନ କରିବା ସହ ଔଷଧ ଯୋଗାଉଥିଲେ ।

କୋଭିଡ ଲଢେଇରେ ସାମିଲ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କର୍ମୀଙ୍କୁ ସମର୍ଥନ ତଥା ପ୍ରୋତ୍ସାହନ

ସ୍ୱାସ୍ଥ୍ୟ ସେବା ଓ ଆଗଧାଡିର କର୍ମଚାରୀଙ୍କୁ ଗୁରୁତ୍ୱ ପ୍ରଦାନ କରାଯିବା ସହ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ କୌଣସି ଉପାୟରେ ହଇରାଣ ହରକତ କରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସରକାର ନିଦେ୍ର୍ଦଶ ଜାରି କରିଥିଲେ ।

ଖାଦ୍ୟ, ହଷ୍ଟେଲ ସୁବିଧା ଓ ଯାତାୟାତ ପାଇଁ ସ୍ୱତନ୍ତ୍ର ଗାଡ଼ି ଭଳି ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା ।

ସମସ୍ତ ପ୍ରକାରର ସ୍ୱାସ୍ଥ୍ୟ କର୍ମୀ ଓ ଅନ୍ୟ କର୍ମଚାରୀଙ୍କୁ ସ୍ୱତନ୍ତ୍ର ପ୍ରୋତ୍ସହନ ରାଶି ପ୍ରଦାନ କରାଯାଇଥିଲା ।

ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠିରୁ ଆର୍ଥିକ ସହାୟତା: କୋଭିଡ-୧୯ରେ ମୃତୁ୍ୟବରଣ କରୁଥିବା କୋଭିଡ ଯୋଦ୍ଧା ଓ ଭାରତ ସରକାରଙ୍କ ଠାରୁ ଆର୍ଥିକ ସହାୟତା ପାଉନଥିବା କୋଭିଡ ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ଚାକିରି ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

ମାଗଣା ଟିକାକରଣ ବ୍ୟବସ୍ଥା

ଉପଯୁକ୍ତ ହିତାଧିକାରୀଙ୍କ ପାଇଁ କୋଭିଡ-୧୯ ଟିକାକରଣର ସଫଳ ରୂପାୟନ

ହିତାଧିକାରୀଙ୍କ ଆଗୁଆ ତାଲିକା ପ୍ରସ୍ତୁତି ( ୩.୫ ଲକ୍ଷ ଏଚସିଡବ୍ଲୁ ଓ ୧.୯ ଲକ୍ଷ ଏଫଏଲଡବ୍ଲୁ)

ବୟସ୍କ (୬୦ ବର୍ଷରୁ ଅଧିକ) ଓ ଏକାଧିକ ରୋଗ ଥିବା ବ୍ୟକ୍ତି (୪୫ ବର୍ଷରୁ ୫୯ ବର୍ଷ ପର୍ଯ୍ୟନ୍ତ) ଲୋକଙ୍କ ପାଇଁ ଉପଯୁକ୍ତ ସମୟରେ ଟିକାକରଣ ।

ବୟସ୍କ ତଥା ବିପଦ ଥିବା ଲୋକଙ୍କ ସଅଳ ସୁରକ୍ଷା ପାଇଁ ରାଜ୍ୟ ସରକାର ଦିନକୁ ଏକ ଲକ୍ଷ ଲୋକଙ୍କୁ ଟୀକା ପ୍ରଦାନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।

କୋଭିଡ-୧୯ ପ୍ରଦର୍ଶନ ସୂଚକ ସମୂହ

ଚଳିତ ସପ୍ତାହରେ ହୋଇଥିବା ପରୀକ୍ଷଣର ପଜିଟିଭ : ୦.୨୯ ପ୍ରତିଶତ, ବର୍ତ୍ତମାନର ବୃଦ୍ଧି ହାର (ସାତ ଦିନର ହାରାହାରି) :୦.୦୨ ପ୍ରତିଶତ (ମାର୍ଚ୍ଚ ୧୩ ପର୍ଯ୍ୟନ୍ତ)

ସୁସ୍ଥ ହାର: ୯୯.୨ ପ୍ରତିଶତ, ୧୪ ମାର୍ଚ୍ଚ ସୁଦ୍ଧା ୬୫୨ ସକ୍ରିୟ ମାମଲା ଓ ୭୧ ନୂଆ ମାମଲା

କମ ମୃତୁ୍ୟହାର : ସମଗ୍ର ଦେଶରେ ଓଡ଼ିଶାର କରୋନା ମୃତୁ୍ୟହାର ସର୍ବନିମ୍ନ ରହିଥିଲା. ଏହା ୦.୫୫ ପ୍ରତିଶତ ଥିଲା । ୧୦ ମାସ ମଧ୍ୟରେ ମୃତୁ୍ୟ ହାର ନିୟମିତ ଭାବେ ୦.୫ ପ୍ରତିଶତ ଆଖପାଖରେ ରହିଥିଲା ।

ପରିସଂଖ୍ୟାନ ବିଶ୍ଳେଷଣରେ ଓଡ଼ିଶାର ପ୍ରଦର୍ଶନ ଜାତୀୟ ହାର ଠାରୁ ପ୍ରାୟ ସମସ୍ତ କ୍ଷେତ୍ରରେ ଆଗୁଆ ରହିଛି । ଭଲ ପ୍ରଦର୍ଶନ କରିଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଓଡ଼ିଶା ସ୍ଥାନ ପାଇପାରିଛି ।

ଅନ୍ୟ ରାଜ୍ୟରେ କରୋନା ଫେରୁଥିବା ବେଳେ ଓଡ଼ିଶାର ପ୍ରସ୍ତୁତି କିପରି ରହିଛି

ମହାରାଷ୍ଟ୍ର, କେରଳ, ପଞ୍ଜାବ ଓ କର୍ଣ୍ଣାଟକ ଭଳି ରାଜ୍ୟରେ ଦୈନିକ ନୂଆ କରୋନା ସଂକ୍ରମଣ ମାମଲା ଲୋକଲୋଚନକୁ ଆସିବାରେ ଲାଗିଛି ।

ସରକାର ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ଓ ସତର୍କ ଅଛନ୍ତି । ବାହାରୁ ସଂକ୍ରମଣ ରୋକିବା ପାଇଁ ବିମାନ, ରେଳ ଯାତ୍ରୀଙ୍କ ସ୍କ୍ରିନିଂ ବାଧ୍ୟତାମୂଳକ କରାଯାଇଛି ।

ଆଇଏଲଆଇ/ଏସଏଆରଆଇ ରୋଗୀଙ୍କ ଉପରେ ନିଜର ରଖାଯିବା ସହ ସନ୍ଦିଗ୍ଧଙ୍କ ବାଧ୍ୟତାମୂଳକ ଆରଟି-ପିସିଆର ପରୀକ୍ଷଣ ହେଉଛି ।

ଯଦି ଦୁର୍ଭାଗ୍ୟଜନକ ଭାବେ ମାମଲା ସଂଖ୍ୟା ବଢେ ତେବେ ଆଗକୁ ନିଆଯିବାକୁ ଥିବା ପଦକ୍ଷେପ ସମ୍ପର୍କରେ ବିଶେଷଜ୍ଞମାନଙ୍କ ମତ ନିଆଯିବ ଓ ପ୍ରସ୍ତୁତି ସ୍ତରର ସମୀକ୍ଷା ହେବ ।

ଓଡିଶାର କୋଭିଡ-୧୯ ଲଢ଼େଇକୁ ପ୍ରଶଂସା

ମହାମହିମ ରାଜ୍ୟପାଳ, ଓଢ଼ିଶା ରାଜ୍ୟର ପ୍ରସ୍ତୁତି ସମୀକ୍ଷା କରିବା ସହ କୋଭିଡ-୧୯ ମହାମାରୀ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ପ୍ରଶଂସା କରିଛନ୍ତି ।

ସୁଦକ୍ଷ ପ୍ରଶାସନ ଠାରୁ ଆରମ୍ଭ କରି ଗୋଷ୍ଠୀ ସ୍ଥିତିସ୍ଥାପକତା ସବୁଥିରେ ଓଡ଼ିଶାର କୋଭିଡ-୧୯ ମୁକାବିଲା ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ସ୍ୱୀକାର କରିଛି ।

କୋଭିଡ-୧୯ ନିୟନ୍ତ୍ରଣ ଓ ମୁକାବିଲାରେ ଦେଶର ଶୀର୍ଷ ଦୁଇଟି ରାଜ୍ୟ ମଧ୍ୟରେ ଥିବାରୁ କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଶଂସା କରିଛନ୍ତି ।

କୋଭିଡ-୧୯ ସଙ୍କଟକୁ ସଫଳ ଭାବେ ମୁକାବିଲା କରିଥିବା କେରଳ ଓ ଓଡ଼ିଶାକୁ ବିଶ୍ୱ ଅର୍ଥନୈତିକ ଫୋରମ ପ୍ରଶଂସା କରିଛି ।