• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
କୋଭିଡ-୧୯ ରୋଗୀଙ୍କ ତଥ୍ୟ ସଂଗ୍ରହ କରିବାରୁ ଆଶା କର୍ମୀଙ୍କୁ ଆକ୍ରମଣ

କୋଭିଡ-୧୯ ରୋଗୀଙ୍କ ତଥ୍ୟ ସଂଗ୍ରହ କରିବାରୁ ଆଶା କର୍ମୀଙ୍କୁ ଆକ୍ରମଣ

April 25, 2020 By LocalWire Leave a Comment

ଭୁବନେଶ୍ୱର, ଏପ୍ରିଲ ୨୫ (ଲୋକାଲ ୱାୟାର): ଆଶା କର୍ମୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ବାଲେଶ୍ୱର ସହରର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

କରୋନା ବିରୋଧୀ ଲଢ଼େଇର ସମ୍ମୁଖ ଭାଗରେ କାମ କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ଉପରେ ହେଉଥିବା ଆକ୍ରମଣରୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାର ଅଧ୍ୟାଦେଶ ଜାରି କରିବାର କିଛି ଦିନ ମଧ୍ୟରେ ଏହି ଆକ୍ରମଣ ହୋଇଛି । ଗିରଫ ବ୍ୟକ୍ତି ହେଲେ ନିଲିଆବାଗ ଅଞ୍ଚଳର ରମେଶ ମହାଳିକ ।

ଉଲ୍ଲେଖଯୋଗ୍ୟ ଯେ, ନିଳିଆବାଗରେ ଗତ ସପ୍ତାହକ ମଧ୍ୟରେ ୫ କରୋନା ପଜିଟିଭ ରୋଗୀ ଚିହ୍ନଟ ହେଲେଣି ।

ଆଶା କର୍ମୀ ସୁଭଦ୍ରାଙ୍କୁ ତାଙ୍କ ଘରେ ଆକ୍ରମଣ ହୋଇଥିଲା । ନିଳିଆବାଗ କଣ୍ଟେନମେଣ୍ଟ ଜୋନରୁ କୋଭିଡ-୧୯ ଲକ୍ଷଣ ଥିବା ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରୁଥିବା ବେଳେ ରମେଶ ଆଶା କର୍ମୀଙ୍କୁ ଆପତ୍ତିଜନକ କଥା କହିଥିଲା ।

ଆଶା କର୍ମୀ ଘରକୁ ଫେରିବା ପରେ, ଅଭିଯୁକ୍ତ ନିଜ ପରିବାର ସଦସ୍ୟଙ୍କ ସହ ତାଙ୍କ ଘରେ ଜୋର ଜବରଦସ୍ତ ପଶି ତାଙ୍କୁ ଓ ତାଙ୍କ ପରିବାରକୁ ଆକ୍ରମଣ କରିଥିଲେ ।

ଆଶାକର୍ମୀଙ୍କ ଝିଅ ଓ ଶାଶୂ ମଧ୍ୟ ଆକ୍ରମଣରୁ ବାଦ ପଡ଼ିନଥିଲେ ବୋଲି ବାଲେଶ୍ୱର ଏସପି ବି ଯୁଗଳ କିଶୋର କହିଛନ୍ତି ।

ପଡ଼ୋଶୀମାନେ ଆଶା କର୍ମୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଉଦ୍ଧାର କରିଥିଲେ ।

ବୁଧବାର ଯାଜପୁର ଜିଲ୍ଲାର ଏକ କରୋନା ହଟସ୍ପଟ ଜୋନରେ କିଛି ପଶ୍ଚିମବଙ୍ଗ ଫେରନ୍ତାଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେବାରୁ ସେମାନେ ଆଶା, ଅଙ୍ଗନବାଡ଼ି କର୍ମୀ ଓ ସ୍ଥାନୀୟ ସରପଞ୍ଚଙ୍କୁ ଆକ୍ରମଣ କରିଥିଲେ ।

ଆଶା କର୍ମୀ ରମା ପରମାଣିକ, ଅଙ୍ଗନବାଡ଼ି କର୍ମୀ ରମା ସୁନ୍ଦରୀ ପଣ୍ଡା, ରାହାସୋଳ ଗ୍ରାମ ପଞ୍ଚାୟତର ସରପଞ୍ଚ ମାଧବ ମଲ୍ଲିକ ପାଞ୍ଚ ଜଣ ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଉଥିବା ବେଳେ ସେମାନେ ଆକ୍ରମଣ କରିଥିଲେ ।

ଏହି ପାଞ୍ଚ ଜଣ ନିକଟରେ କୋଲକାତାରୁ ଫେରିଛନ୍ତି । ହେଲେ କୌଣସି ଲକ୍ଷଣ ନଥିବାରୁ କ୍ୱାରେଣ୍ଟାଇନରେ ରହିବାକୁ ମନା କରୁଥିଲେ ।
ସୋମବାର ସକାଳେ ନୟାଗଡ଼ ଜିଲ୍ଲାର ଆଶା କର୍ମୀ ମାଧୁରୀ ନାୟକ କରୋନା ଭୂତାଣୁ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ନୂଆଗାଁ ଯାଉଥିବା ବେଳେ ପଡ଼ୋଶୀ ତାଙ୍କ ମୁହଁ ଉପରେ ଗରମ ପେଜ ଢାଳି ଦେଇଥିଲେ ।

ଚିକିତ୍ସା ପାଇଁ ନାୟକଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ପୁଲିସ ଅଭିଯୁକ୍ତ ମନୁଆକୁ ଗିରଫ କରିଛି ।

ଓଡ଼ିଶାରେ କରୋନା ପଜିଟିଭଙ୍କ ସଂଖ୍ୟା ୯୪ରେ ପହଞ୍ଚିଲାଣି । ସଦ୍ୟତମ ପଜିଟିଭ ନମୁନାଗୁଡିକର ପଶ୍ଚିମବଙ୍ଗ ଭ୍ରମଣ ଇତିହାସ ରହିଛି ।
୯୪ କରୋନା ରୋଗୀଙ୍କ ମଧ୍ୟରୁ ୩୮ ଜଣଙ୍କ ପଶ୍ଚିମବଙ୍ଗ ଭ୍ରମଣ ଇତିହାସ ଥିବାରୁ ରାଜ୍ୟ ସରକାର ଓଡ଼ିଶାକୁ ପଶ୍ଚିମବଙ୍ଗ ସହ ସଂଯୋଗ କରୁଥିବା ୫୭ଟି ରାସ୍ତାକୁ ସିଲ୍ କରିଛି । ଏପରିକି ଆମ୍ବୁଲାନ୍ସକୁ ମଧ୍ୟ ଅଟକା ଯାଉଛି ।

ଡାକ୍ତର, ନର୍ସ, ପାରାମେଡିକ ଓ ଅନ୍ୟ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ବିରୋଧରେ ହିଂସା ତଥା ଅସଦାଚରଣ ପ୍ରଦର୍ଶନକାରୀଙ୍କ ପ୍ରତି ଜିରୋ ଟଲେରାନ୍ସ ଆଭିମୁଖ୍ୟ ପ୍ରଦର୍ଶନ କରିବାକୁ କେନ୍ଦ୍ର ସରକାର ନିଦେ୍ର୍ଦଶ ଦେଇଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କରୋନା

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire