ଭୁବନେଶ୍ୱର,ଅଗଷ୍ଟ ୨୭(ଲୋକାଲ ୱାୟାର): କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ରାଜ୍ୟର ଷଷ୍ଠ ପ୍ଲାଜମା ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ପ୍ଲାଜମା ଚିକିତ୍ସା ସଫଳ ହୋଇଛି ।
ଅଧିକରୁ ଅଧିକ ଲୋକ ଏହି ଚିକିତ୍ସାରେ ସୁସ୍ଥ ହେଉଛନ୍ତି ।
ପ୍ଲାଜମା ଚିକିତ୍ସା ପଦ୍ଧତିରେ ଓଡ଼ିଶା କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଅଗ୍ରଗଣ୍ୟ ସ୍ଥାନ ହାସଲ କରିପାରିଛି ।
ଆମର ଡାକ୍ତର ଓ ମେଡିକାଲ ଟିମର ଦକ୍ଷତା ଯୋଗୁ ଏହା ସଫଳ ହୋଇପାରିଛି । ଆମେ ସେମାନଙ୍କ ପାଇଁ ଗର୍ବିତ ।
ରାଜ୍ୟର ସବୁ ନାଗରିକଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦେବାକୁ ସରକାର ପ୍ରତିବଦ୍ଧ ।
ମୁଖ୍ୟମନ୍ତ୍ରୀ କରୋନାରୁ ସୁସ୍ଥ ହୋଇଥିବା ଲୋକମାନଙ୍କୁ ପ୍ଲାଜମା ଦାନ କରିବାକୁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ପ୍ଲାଜମା ବ୍ୟାଙ୍କ ସମ୍ପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା ଏବଂ ଜଣେ ପ୍ଲାଜମା ଦାତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ ।
କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ମନ୍ତ୍ରୀ ଜଗନ୍ନାଥ ସାରିକା, ସାଂସଦ ରମେଶ ଚନ୍ଦ୍ର ମାଝୀ, ବିଧାୟକ ତାରପ୍ରସାଦ ବାହିନୀପତି, ବିଧାୟକ ରଘୁରାମ ପଡ଼ାଲ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଏସଆରସି ପ୍ରଦୀପ କୁମାର ଜେନା, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି. କେ. ପାଣ୍ଡିଆନ ଏବଂ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଉପସ୍ଥିତ ଥିଲେ ।
ଲୋକାଲ ୱାୟାର
Leave a Reply