ଭୁବନେଶ୍ୱର, ଜାନୁଆରୀ ୫(ଲୋକାଲ ୱାୟାର): କ୍ରିଷ୍ଣା ଫିଲ୍ମସ୍ ନିବେଦିତ ଓଡ଼ିଆ ଚଳଚ୍ଚିତ୍ର ‘ହମ୍ କିସିସେ କମ୍ ନେହି’ର ମହୁରତ୍ ଆଜି କଟକ ଖାନନଗର ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି ।
ସିନେମାର କାହାଣୀରେ ବାପା, ମା’ଙ୍କୁ ପୁଅ, ବୋହୂମାନେ କେମିତି ଅବହେଳା କରୁଛନ୍ତି ତା’ର ପୃଷ୍ଠଭୂମି ଉପରେ ରହିଛି ।
ଏଥିରେ ତିନି ନାୟକଙ୍କ ସହ ତିନି ନାୟିକା ରହିଛନ୍ତି ।
ପୂରା ପାରିବାରିକ ଡ୍ରାମା । ନାୟକ ଓ ନାୟିକା ଭୂମିକାରେ ରୋଷନ-ସୁରଭି, ଶୁଭ୍ରାଂଶୁ-ସଙ୍ଗୀତା ଏବଂ କରନ-ଖୁସି ଅଭିନୟ କରୁଛନ୍ତି ।
ସିନେମାର କିଛି ପ୍ରମୁଖ ଚରିତ୍ରରେ ବରିଷ୍ଠ ଅଭିନେତା ସରୋଜ ଦାସ, ରବି ମିଶ୍ର, ଇଲୁ ବାନାର୍ଜୀ ଅଭିନୟ କରୁଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ଖଳନାୟକ ଚରିତ୍ରରେ ଆରକେ, ରୋନି, ଶିଶୁ କଳାକାର ଭୂମିକାରେ ଲକ୍ଷ୍ମୀପ୍ରିୟା ଓ ନନ୍ଦିନୀ, ପ୍ରଜ୍ଞା, ଟିକି ରଥ, ମିନତି, ଲିପ୍ସା, ମହିପାଳ, ଜ୍ୟୋତି ତ୍ରିପାଠୀ ଅଭିନୟ କରୁଛନ୍ତି ।
ସିନେମାର ସଂଳାପ ଲେଖିଛନ୍ତି ସୁନୀଲ । କାହାଣୀ ରଚନା ଓ ଚିତ୍ରନାଟ୍ୟ ପ୍ରସ୍ତୁତି ସାଙ୍ଗକୁ ନିର୍ଦ୍ଦେଶନା ଭାର ବହନ କରିଛନ୍ତି ଟି. ଗଣେଶ । କ୍ୟାମେରା ପରିଚାଳନା କରୁଛନ୍ତି ପ୍ରିୟରଞ୍ଜନ ପରିଜା ।
ନୃତ୍ୟ ସଂଯୋଜନା କରୁଛନ୍ତି ସରୋଜ ଜେନା । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏସ୍. ଚନ୍ଦ୍ରକାନ୍ତ ।
ଟି. ଗଣେଶ ଏବଂ ପୂରା ଟିମ୍ ସିନେମାକୁ ସବୁ ଦୃଷ୍ଟିରୁ ଉଚ୍ଚକୋଟୀର ଏବଂ ସମୃଦ୍ଧ କରିବାକୁ ଲାଗିଛନ୍ତି ।
ଲୋକାଲ ୱାୟାର
Leave a Reply