ଭୁବନେଶ୍ୱର, ଫେବ୍ରୁଆରୀ ୧୪(ଲୋକାଲ ୱାୟାର): ସରକାରଙ୍କ ଗାଇଡଲାଇନ୍ ଅନୁସାରେ ଯାତ୍ରା ହେଲେ ଯାତ୍ରା ମାଲିକ ଓ କମିଟି ବନ୍ଧୁ ମାନେ ପ୍ରବଳ ମାତ୍ରାରେ କ୍ଷତି ସହିବେ ।
ତେଣୁ ଯାତ୍ରା ମାଲିକ ସଂଘ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରତ୍ୟେକ କଳାକାର, କର୍ମଚାରୀ, ଲାଇଟ୍ ସାଉଣ୍ଡ୍, ଗାଡ଼ି, ପେଣ୍ଡାଲ, ଲେବର ତଥା ଯାତ୍ରା ସହିତ ଜଡ଼ିତ ପ୍ରତି କ୍ଷେତ୍ର ଉପରେ କିଛି ନା କିଛି ଦାୟିତ୍ୱ ଉଠାଇବାକୁ ପଡ଼ିବ ଏବଂ ଯାତ୍ରାକୁ ବଞ୍ଚାଇବାକୁ ପଡ଼ିବ ।
ସେଥିପାଇଁ କଳାକାରଙ୍କ ପାରିଶ୍ରମିକ ଓ ଅନ୍ୟାନ୍ୟ କ୍ଷେତ୍ରରେ କିଛି କାଣ୍ଟଛାଣ୍ଟ କରାଯାଇଛି ।
୨୦ ଲକ୍ଷରୁ ଅଧିକ ଦରମା ପାଉଥିବା କଳାକାରଙ୍କୁ ୧୦ ଲକ୍ଷରେ ସୀମିତ ରଖାଯାଇଛି ।
୫ରୁ ୨୦ଲକ୍ଷ ଭିତରେ ଦରମା ପାଉଥିବା କଳାକାରମାନଙ୍କୁ ୫୦% କଟାଯାଇ ବାକି ଦିଆଯିବ ।
୧ଲକ୍ଷରୁ ୫ଲକ୍ଷ ଭିତରେ ଦରମା ପାଉଥିବା କଳାକାରମାନଙ୍କୁ ୩୫ % କଟାଯାଇ ବାକି ଦରମା ଦିଆଯିବ ।
୨୦୧୯-୨୦ରେ ଯେଉଁ କଳାକାରମାନେ ଯେଉଁ ଯାତ୍ରା ପାର୍ଟିରେ କାମ କରୁଥିଲେ ସେମାନଙ୍କ ଓଭର୍ ଡ୍ର ଟଙ୍କା ସେହି ଅନୁଷ୍ଠାନକୁ ସୁଝିବାକୁ ପଡ଼ିବ ।
ଯଦି ନଶୁଝିବେ ତେବେ କଳାକାର ଯେଉଁ ଯାତ୍ରା ପାର୍ଟିରେ କାମ କରିବେ ସେହି ପାର୍ଟି ଟଙ୍କା ଶୁଝିବ ।
ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ଏ ନିଷ୍ପତ୍ତି ବଳବତ୍ତର ରହିବ ବୋଲି ଯାତ୍ରା ମାଲିକ ସଂଘ କହିଛନ୍ତି ।
ଲୋକାଲ ୱାୟାର
Leave a Reply