ଭୁବନେଶ୍ୱର, ଅଗଷ୍ଟ ୩୦(ଲୋକାଲ ୱାୟାର): ମୁମ୍ବାଇର ଆନ୍ତର୍ଜାତିକ ଚଳଚ୍ଚିତ୍ର ଫେଷ୍ଟିଭାଲରେ ପୁରସ୍କୃତ ହୋଇଛି ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା ବିଶ୍ୱନାଥ ରଥଙ୍କ ନିର୍ମିତ ବିଏନଆର୍ ଫିଲ୍ମସର ସାମାଜିକ କ୍ଷୁଦ୍ର ଚଳଚ୍ଚିତ୍ର ‘ରୱୈୟା’ ।
ଫିଲ୍ମକୁ ସର୍ବୋତ୍ତମ ଚିନ୍ତାଧାରା ପ୍ରଦାନକାରୀ କାହାଣୀ ପୁରସ୍କାର ମିଳିଛି । ଅଗଷ୍ଟ ୧୬ରେ ଭର୍ଚୁଆଲ୍ ପ୍ଲାଟଫର୍ମରେ ମୁମ୍ବାଇର ସିନେମା ଅଫ୍ ଦ ୱାର୍ଲ୍ଡ ପକ୍ଷରୁ ଆୟୋଜିତ ଫେଷ୍ଟିଭାଲରେ ଏହି ପୁରସ୍କାର ଜିତିଛି ଫିଲ୍ମ ‘ରୱୈୟା’ । ଫେଷ୍ଟିଭାଲରେ ୨୩ଟି ଦେଶର ଚଳଚ୍ଚିତ୍ର ଅଂଶଗ୍ରହଣ କରିଥିଲା ।
ସେଥିରେ ‘ରୱୈୟା’ ସର୍ବୋତ୍ତମ ଚିନ୍ତାଧାରା ପ୍ରଦାନକାରୀ କାହାଣୀ ବର୍ଗର ୮୦ଟି ଅଂଶଗ୍ରହଣକାରୀ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ ଥିଲା ।
ଫିଲ୍ମଟି ବିଚାରପତିଙ୍କ ମନ ଜିଣିବା ସହ ପ୍ରଶଂସା ପାଇବାରେ ଆଗରେ ଥିଲା । ଗତ ଜୁଲାଇ ମାସରେ ୟୁକେ ଲିଫ୍ଟ ଅଫ୍ ସେସନ୍ସ ଫିଲ୍ମ ଫେଷ୍ଟିଭାଲ୍ ବିଶ୍ୱ ଚଳଚ୍ଚିତ୍ର ମହୋତ୍ସବରେ ଫିଲ୍ମଟି ପ୍ରିମିୟର ହୋଇଥିଲା ।
ଏବେ ଏହା ଜାପାନ ଏସିଆ ଆନ୍ତର୍ଜାତିକ ଚଳଚ୍ଚିତ୍ର ଫେଷ୍ଟିଭାଲ୍, ୟୁକେ ଏସେକ୍ସ ଡକଫେଷ୍ଟ, ଅଫିସିଆଲ୍ ସିଲେକ୍ସନ୍ ହୋଇଛି । ଯାହା ଆସନ୍ତା ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ଅନୁଷ୍ଠିତ ହେବ ।
ଜାତୀୟ ଲକଡାଉନ୍ ସମୟରେ ସାରା ଭାରତରେ ଘଟିଥିବା କିଛି ବାସ୍ତବ ଘଟଣା ଉପରେ ‘ରୱୈୟା’ର କାହାଣୀ ପର୍ଯ୍ୟବେସିତ । ପୂରା ଫିଲ୍ମଟି ଫୋନ୍ କ୍ୟାମେରାରେ ଏବଂ ଅଭିନେତାଙ୍କ ଘରେ ସୁଟିଂ ହୋଇଛି ।
ଲୋକାଲ ୱାୟାର
Leave a Reply