• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
କ୍ୟାନସର ରୋଗୀଙ୍କ ପାଇଁ ଚୁଟି ଦାନ କଲେ ଶ୍ରୁତି

କ୍ୟାନସର ରୋଗୀଙ୍କ ପାଇଁ ଚୁଟି ଦାନ କଲେ ଶ୍ରୁତି

December 15, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୧୫(ଲୋକାଲ ୱାୟାର): କ୍ୟାନସର ରୋଗୀଙ୍କୁ ନିଜର ଚୁଟି ଦାନ କରି ଚର୍ଚ୍ଚାକୁ ଆସିଛନ୍ତି ବାରିପଦାର ଝିଅ ଶ୍ରୁତି ସ୍ୱପ୍ନା ।

ମାତ୍ର ୨୦ ବର୍ଷ ବୟସରେ ଶ୍ରୁତିଙ୍କ ଏଭଳି ତ୍ୟାଗକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।

ନିଜର ଏଭଳି ତ୍ୟାଗ ବାବଦରେ ଶ୍ରୁତି କହନ୍ତି, ମୁଁ ଯେହେତୁ ଜଣେ ଏନଏସଏସ୍ ସ୍ୱେଚ୍ଛାସେବୀ ତେଣୁ ସେବା ମୋର ବ୍ରତ ।

ତାଛଡ଼ା ମୋ ମା’ ସ୍ୱପ୍ନା ବୋଷ ବି ଜଣେ ସେବିକା । ସେ ଏବେ ଭୁବନେଶ୍ୱର ସ୍ଥିତ ଆମ୍ରି ଡାକ୍ତରଖାନାରେ ଜିଏନଏମ୍ ଅଛନ୍ତି ।

କହିବାକୁ ଗଲେ ପିଲାବେଳୁ ଏ ସେବା କରିବା ମନୋଭାବ ମା’ଙ୍କଠାରୁ ମୋ ଭିତରକୁ ଆସିଛି ।

ଚୁଟି ଦାନ କରିବା ସ୍ୱପ୍ନ ମୋର ଆଜିର ନୁହେଁ ବିଗତ ତିନି ବର୍ଷ ହେଲାଣି ମୁଁ ପ୍ରତିଦିନ ଏକଥା ଭାବେ ।

ବାରିପଦାରେ ଗତ କିଛି ବର୍ଷ ହେବ ୟୁନିସେକ୍ସ ସେଲୋନ୍ ଅରମ୍ଭ ହୋଇଛି । ତେଣୁ ମୁଁ ସେମାନଙ୍କୁ ଯାଇ ଚୁଟି ଦାନ ବାବଦରେ ପଚାରିଥିଲି ।

ସେଠାରୁ ନିରାଶ ହେବା ପରେ ମୁଁ ମୋର ଜଣେ ସିନିୟର ଆନନ୍ଦମୟୀ ଦିଦିଙ୍କ ସହ ସଂସ୍ପର୍ଶରେ ଆସିଲି ।

ଆଉ ତାପରେ ଚୁଟି ଦାନ ବାବଦରେ ଜାଣିବାକୁ ପାଇଥିଲି । ଶେଷରେ ନିଜର ଚୁଟି କାଟିଛି । ଜାନୁଆରୀ ୩ ତାରିଖରେ ମୁଁ ଏହାକୁ କୋରିୟର କରିବି ।

ଏନଏସଏସରେ ଯୋଗଦେବା ଦିନକୁ ମୁଁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ସେବା କାମରେ ନିଜକୁ ନିୟୋଜିତ କରେ ।

ଇତି ମଧ୍ୟରେ ମୁଁ ରଥଯାତ୍ରା, ନ୍ୟାସନାଲ୍ ଇଣ୍ଟିଗ୍ରେସ୍ କ୍ୟାମ୍ପ, ନ୍ୟାସନାଲ୍ ଆଡଭେଞ୍ଚର କ୍ୟାମ୍ପ ଆଦିରେ ଯୋଗ ଦେଇ ସାରିଛି ।

ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଜନ୍ମିତ ଶ୍ରୁତି ଏମକେସି ହାଇସ୍କୁଲରେ ପାଠ ପଢ଼ା ଶେଷ କଲା ପରେ ଏମପିସି ଜୁନିୟର କଲେଜରୁ ଯୁକ୍ତ ଦୁଇ କଳାରେ ଶିକ୍ଷା ଲାଭ କରିଛନ୍ତି ।

ଶ୍ରୁତି ଏବେ ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ ।

ଲୋକାଲ ୱାୟାର

Filed Under: Odia, Special, ବିଶେଷ Tagged With: Special, ଓଡିଶା, ବିଶେଷ, ମୟୁରଭଞ୍ଜ

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକାଲ ୱାୟାର ନୂଆ ଡିଜାଇନ

ଲୋକପ୍ରିୟ

କୋଭିଡ-୧୯ ମହାମାରୀ ବିରୋଧରେ ଓଡିଶାର ଲଢେଇ: ଏକ ବିହଙ୍ଗାବଲୋକନ

କୋଭିଡ-୧୯ ନିୟନ୍ତ୍ରଣ ଓ ମୁକାବିଲାରେ ଦେଶର ଶୀର୍ଷ ଦୁଇଟି ରାଜ୍ୟ ମଧ୍ୟରେ ଥିବାରୁ କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଶଂସା କରିଛନ୍ତି ।

କୋଭିଡ-୧୯ ସଙ୍କଟକୁ ସଫଳ ଭାବେ ମୁକାବିଲା କରିଥିବା କେରଳ ଓ ଓଡ଼ିଶାକୁ ବିଶ୍ୱ ଅର୍ଥନୈତିକ ଫୋରମ ପ୍ରଶଂସା କରିଛି ।

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ଅଧିକ ବିଶେଷ ଖବର

Copyright © 2021 · LocalWire