• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
କ୍ୱାକ ଚିକିତ୍ସାରେ ମୃତ କରୋନା ଲକ୍ଷଣ ଥିବା କୋଲକାତା ଫେରନ୍ତା

କ୍ୱାକ ଚିକିତ୍ସାରେ ମୃତ କରୋନା ଲକ୍ଷଣ ଥିବା କୋଲକାତା ଫେରନ୍ତା

April 23, 2020 By Ashis Senapati Leave a Comment

କେନ୍ଦ୍ରାପଡ଼ା, ଏପ୍ରିଲ ୨୩ (ଲୋକାଲ ୱାୟାର): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଧୀ୍ଥ ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ରାଜେନ୍ଦ୍ରନାରାୟଣପୁର ଗାଁର ଜଣେ କୋଲକାତା ଫେରନ୍ତା ତଥା କରୋନା ସଂକ୍ରମଣ ଲକ୍ଷଣ ଥିବା ୬୫ ବର୍ଷୀୟା ମହିଳାଙ୍କ ଏପ୍ରିଲ ୧୮ରେ ମୃତୁ୍ୟ ହୋଇଛି । ସେ ଗାଁ କ୍ୱାକ ପାଖରେ ଚିକିତ୍ସିତ ହେଉଥିଲେ ।

ମୃତକଙ୍କ ସ୍ୱାମୀ ପରେଶ ଚନ୍ଦ୍ର ପାତ୍ର ଓ ଅନ୍ୟ ସମ୍ପର୍କୀୟମାନେ କର୍ତ୍ତୃପକ୍ଷଙ୍କୁ ନଜଣାଇ ଗୋପନ ଭାବେ ଦାହ ସଂସ୍କାର କରି ଦେଇଥିଲେ ।

କୋଲକାତା ଫେରନ୍ତାଙ୍କ ମୃତ୍ୟୁ ସମ୍ପର୍କରେ ସ୍ଥାନୀୟ ଲୋକେ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବା ପରେ ବୁଧବାର ଏହି ଘଟଣା ଲୋକଲୋଚନକୁ ଆସିଥିଲା ।

କୋଲକାତା ଫେରନ୍ତାଙ୍କ ମୃତ୍ୟୁ ଖବର ପାଇ ଏକ ଡାକ୍ତରୀ ଦଳ ଗାଁକୁ ଯାଇ ମୃତ ମହିଳାଙ୍କ ସ୍ୱାମୀଙ୍କ ସ୍ୱାବ ନମୁନା ସଂଗ୍ରହ କରି ପରୀକ୍ଷଣ ପାଇଁ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ, କଟକକୁ ପଠାଇଛି ।

ଜ୍ୱର, ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ଯୋଗୁଁ ଏପ୍ରିଲ ୧୩ରୁ ମୃତକ ଗାଁ କ୍ୱାକ ମନୁ ମାଇତି ନିକଟରେ ଚିକିତ୍ସିତ ହେଉଥିଲେ ।

କ୍ୱାକ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ମୃତ ମହିଳା ଶ୍ୱାସ ରୋଗରେ ପୀଡିତ ଥିଲେ ବୋଲି ଡାଙ୍ଗମାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଡା ଆଦିତ୍ୟ ପ୍ରଧାନ କହିଛନ୍ତି ।

ମୃତକ ଓ ତାଙ୍କ ସ୍ୱାମୀ ମାର୍ଚ୍ଚ ୧୩ରେ କୋଲକାତାରୁ ଆମ୍ବୁଲାନ୍ସ ଯୋଗେ ଫେରି ଘରେ କ୍ୱାରେଣ୍ଟାଇନରେ ରହିଥିଲେ ବୋଲି ଡାକ୍ତର ପ୍ରଧାନ କହିଛନ୍ତି ।

ପଶ୍ଚିମବଙ୍ଗ ଫେରନ୍ତା ଓଡ଼ିଶା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି । ରାଜ୍ୟର କୋଭିଡ-୧୯ ରୋଗୀଙ୍କ ମଧ୍ୟରୁ ଅନେକ ପଶ୍ଚିମବଙ୍ଗ ଫେରନ୍ତା, ସେମାନଙ୍କ କୋଲକାତା ଭ୍ରମଣ ଇତିହାସ ରହିଛି କିମ୍ବା ପଶ୍ଚିମବଙ୍ଗରୁ ଫେରିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି ।

ତେଣୁ କୋଲକାତା ଫେରନ୍ତାଙ୍କ ମୃତୁ୍ୟ ପରେ ଗାଁ ଓ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି ।

ଉପକୂଳବର୍ତୀ କେନ୍ଦ୍ରାପଡ଼ା ଜିଲ୍ଲାର ନୀରିହ ଗ୍ରାମବାସୀଙ୍କୁ ଡାକ୍ତରୀ ସୁବିଧା ଯୋଗାଇ ଦେବା ଆଳରେ କ୍ୱାକ ଓ ନକଲି ଔଷଧ ଦୋକାନ ମାଲିକମାନେ ବେଶ ରୋଜଗାର କରୁଛନ୍ତି ।

କର୍ତ୍ତୃପକ୍ଷଙ୍କ ବେପରୱା ମନୋଭାବ ଯୋଗୁଁ ଜିଲ୍ଲାରେ ଛତୁ ଫୁଟିବା ଭଳି ଲାଇସେନ୍ସ ବିହୀନ ଔଷଧ ଦୋକାନ ଓ କ୍ଲିନିକ ଖୋଲୁଛି ।

ଦୁଇ ବର୍ଷ ତଳେ ଗୋଟିଏ ୧୩ ବର୍ଷର ବାଳକର ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟ ହେବା ପରେ ବାଲିକଣା ଗାଁର ଜଣେ କ୍ୱାକ୍ ଗିରଫ ହୋଇଥିଲା ବୋଲି କେନ୍ଦ୍ରାପଡ଼ା ନାଗରିକ ଫୋରମ ସଭାପତି ବିଶ୍ୱନାଥ ବେହେରା କହିଛନ୍ତି ।

ଡାକ୍ତରୀ କର୍ମଚାରୀଙ୍କ ଅଭାବ, ଦୁର୍ବଳ ପରିବହନ ବ୍ୟବସ୍ଥା ଓ ଭିତିଭୂମି ଅଭାବରୁ ଦୂରବର୍ତୀ ଉପକୂଳ ଅଂଚଳରେ ସ୍ୱାସ୍ଥ୍ୟସେବା ଭୁଷୁଡି ପଡିଛି ।

ଫଳରେ ବହୁ ଲୋକ ତତ୍କ୍ଷଣାତ ଡାକ୍ତରୀ ସୁବିଧା ପାଇଁ କ୍ୱାକମାନଙ୍କ ଉପରେ ନିର୍ଭର କରି ବିପଦରେ ପଡୁଛନ୍ତି ।

ଆଭ୍ୟନ୍ତରୀଣ ଗାଁରୁ ଦୂର ତଥା ପରିବହନ ବ୍ୟବସ୍ଥା ନଥିବାରୁ ଗର୍ଭବତୀ ମହିଳାମାନେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ପାରୁନାହାନ୍ତି । ବିଶେଷ କରି ପ୍ରସୂତିକାଳୀନ ଯନ୍ତ୍ରଣା ବେଳେ ଗର୍ଭବତୀମାନେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ପାରୁନାହାନ୍ତି ବୋଲି ରାଜନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଜଗବନ୍ଧୁ ନାୟକ କହିଛନ୍ତି ।

କେନ୍ଦ୍ରାପଡା ଜିଲ୍ଲା ଓ ଆଖପାଖ ଅଞ୍ଚଳରେ ପଶ୍ଚିମବଙ୍ଗ, କେରଳ, ପଞ୍ଜାବ, ଦିଲ୍ଲୀ, ଗୁଜରାଟ, ମହାରାଷ୍ଟ୍ର ଓ ଅନ୍ୟ ରାଜ୍ୟ ତଥା ବିଦେଶରୁ ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ପହଁଚିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣ ଭୟ ବୃଦ୍ଧି ପାଇଛି ।

ଶହ ଶହ ପ୍ରବାସୀ ଶ୍ରମିକ ସେମାନଙ୍କ କର୍ମସ୍ଥଳୀରୁ ମାସ୍କ ନପିନ୍ଧି ଆସିଛନ୍ତି । ଅନେକ ପ୍ରବାସୀ ଶ୍ରମିକ ସ୍ୱାସ୍ଥ୍ୟ ପରୀକ୍ଷଣ ନକରି ନିଜ ଗାଁକୁ ଚାଲି ଯାଇଛନ୍ତି । ଫଳରେ ସ୍ଥାନୀୟ ଲୋକେ ଚିନ୍ତିତ ଅଛନ୍ତି ।

କୋଭିଡ-୧୯ ସଂକ୍ରମଣ ରୋକିବା ପାଇଁ ଅଧିକାରୀମାନେ ଗାଁରେ ପହଁଚୁଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଦରକାର ।

ସେମାନେ କର୍ମସ୍ଥଳୀରେ ଛୋଟ ଛୋଟ ଘରେ ରହନ୍ତି । ପରିଚ୍ଛନ୍ନତା ଅବଲମ୍ବନ କରାଯାଏ ନାହିଁ, ସ୍ୱଚ୍ଛ ପାନୀୟ ଜଳ ମିଳେ ନାହିଁ ଓ ସ୍ୱାସ୍ଥ୍ୟ ସେବା ହାତପାଆନ୍ତାରେ ନଥାଏ ।

ଯଦି କରୋନା ସଂକ୍ରମଣ ହୁଏ ତେବେ ଏହା ସେମାନଙ୍କ ପାଇଁ ଖୁବ ବିପଜ୍ଜନକ ହେବ ବୋଲି ଶ୍ରମିକ ନେତା ଜଗଜ୍ଜୀବନ ଦାସ କହିଛନ୍ତି ।

ଲୋକାଲ ୱାୟାର

—

Filed Under: Odia Tagged With: ଓଡିଶା, କରୋନା, କେନ୍ଦ୍ରାପଡା

Download LocalWire App for Hyperlocal  Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire