ଭୁବନେଶ୍ୱର, ଫେବ୍ରୁଆରୀ ୨୪(ଲୋକାଲ ୱାୟାର): ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ଼ ଆନୁକୁଲ୍ୟରେ ଖଦୀ ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଏବଂ ବିକ୍ରୟ ମେଳା ଖଦୀ ବଜାରର ଆଜି ଥିଲା ୬ଷ୍ଠ ଦିବସ ।

ଏହି ମେଳାରେ ୬୦ଟି ଷ୍ଟଲରେ କାର୍ପାସ, ସିଲ୍କ ଓ ମସଲିନ୍ ଖଦି ପ୍ରସ୍ତୁତ ଶାଢୀ, ଲୁଙ୍ଗି, ଗାମୁଛା ଓ ବିଭିନ୍ନ ପୋଷାକ ପ୍ରଦର୍ଶିତ ହୋଇଛି ।

ବେତ ବାଉଁଶ ଏବଂ ଝୋଟ ନିର୍ମିତ ଘରକରଣା ସମାଗ୍ରୀ, ଚମଡ଼ା ଉତ୍ପାଦ, ଘଣାପେଡ଼ା ସୋରିଷ ତେଲ, ବିଶୁଦ୍ଧ ମହୁ, କନ୍ଧମାଳ ହଳଦୀ, ଝୁଣା ଓ ମସଲା ଇତ୍ୟାଦି ଉପଲବ୍ଧ ରହିଛି ।

ଦର୍ଶକମାନଙ୍କ ପାଇଁ ଖଦିର ବିଚାରଧାରାକୁ ପ୍ରଚାରପ୍ରସାର ପାଇଁ ଚରଖାରେ ସୂତା କାଟିବା, ଖଦି ପୋଷାକ ତିଆରି ଓ ଧୂପକାଠି ତିଆରି ସମ୍ପର୍କିତ କାରିଗରୀ କୌଶଳ ସିଧାସଳଖ ଏହି ଖଦି ବଜାରରେ ପ୍ରଦର୍ଶିତ ହେଉଛି ।

ଯାହାକୁ ଦେଖିବାପାଇଁ ଭିଡ଼ ଜମୁଛି । ଏହି ଅବସରରେ ଓଡ଼ିଶାର ଗାନ୍ଧୀ ଭାବେ ପରିଚିତ ସିଲଭର ଗାନ୍ଧୀ ଖଦୀ ବୋର୍ଡ଼ର ସଭାପତି ସଂଗ୍ରାମ ପାଇକରାୟଙ୍କୁ ଭେଟିବା ସହିତ ଖଦୀର ପ୍ରର ଓ ପ୍ରସାର ପାଇଁ ରାଜଧାନୀବାସୀଙ୍କୁ ଅନୁରୋଧ କରିଥିଲେ ।

ଏହା ସହିତ ଖଦୀ ବଜାରକୁ ବୁଲି ଆସିବାକୁ ସେ ରାଜଧାନୀବାସୀଙ୍କୁ ଅନୁରୋଧ କରିଛନ୍ତି ।

ଲୋକାଲ ୱାୟାର