• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ବିଶେଷ : ଖାଆନ୍ତୁ କୋରାଖଇ, ଜାଣନ୍ତୁ ଏହାର ମିଠା କାହାଣୀ

ବିଶେଷ : ଖାଆନ୍ତୁ କୋରାଖଇ, ଜାଣନ୍ତୁ ଏହାର ମିଠା କାହାଣୀ

January 19, 2020 By Itishree Mishra Leave a Comment

ଭୁବନେଶ୍ବର, ଜାନୁଆରୀ ୧୯ (ଲୋକାଲ ୱାୟାର): ବହୁ ଧାରାର ସଂସ୍କୃତି, ଲୋକକଥା ଆଉ ଇତିହାସକୁ ନେଇ ମନ୍ଦିରମାଳିନୀ ସହର ଭୁବନେଶ୍ବର ଯେତେ ପ୍ରସିଦ୍ଧ, ସେତିକି ପ୍ରସିଦ୍ଧ ଏଠାକାର ସ୍ବତନ୍ତ୍ର ଖାଦ୍ୟ ସଂସ୍କୃତି ପାଇଁ।

ରାଜଧାନୀ ଭୁବନେଶ୍ବରର କଳେବର ବଢ଼ିବା ସାଙ୍ଗକୁ ଏହା ଏବେ ସ୍ମାର୍ଟ ସିଟିରେ ପରିଣତ ହୋଇଛି ଆଉ ସାମ୍ନାକୁ ଏକ ଆକର୍ଷଣୀୟ ଚେହେରା ଆସିବା ସହ ଅନ୍ତର୍ଜାତୀୟ ମାନର ଖାଦ୍ୟ ବି ଏଠାରେ ମିଳୁଛି।

ହେଲେ ଏଭଳି କିଛି ସ୍ବତନ୍ତ୍ର ଖାଦ୍ୟ ଭୁବନେଶ୍ବରକୁ ସ୍ବତନ୍ତ୍ର କରିରଖିଛି ଆଉ ସେଥିରୁ ଗୋଟିଏ ହେଲା ସୁସ୍ବାଦୁ କୋରାଖଇ।

ପୁରୀରେ ଯେମିତି ନୀଳାଦ୍ରିବିଜେ ଅବସରରେ ମହାଲକ୍ଷ୍ମୀଙ୍କ ମାନଭଂଜନ ଲାଗି ଶ୍ରୀଜଗନ୍ନାଥ ତାଙ୍କୁ ରସଗୋଲା ଦିଅନ୍ତି, ସେହିପରି ଏକାମ୍ର କ୍ଷେତ୍ର ଭୁବନେଶ୍ବରରେ ପ୍ରଭୁ ଲିଙ୍ଗରାଜଙ୍କ ଆଗରେ କୋରାଖଇ ଲାଗି ହେବାର ପରମ୍ପରା ରହିଛି।

ଶ୍ରଦ୍ଧାଳୁଙ୍କ କହିବା ଅନୁସାରେ, କୋରାଖଇ ଲାଗି କଲେ ପ୍ରଭୁ ଲିଙ୍ଗରାଜ ବେଶ୍ ଖୁସି ହୁଅନ୍ତି।

କେମିତି ତିଆରି ହୁଏ କୋରାଖଇ?

ରାଜଧାନୀ ଭୁବନେଶ୍ବରରେ କୋରାଖଇର ତିଆରି ପରମ୍ପରା ବେଶ୍ ପ୍ରାଚୀନ।

ପୁରୁଣା ଭୁବନେଶ୍ବର ଅଞ୍ଚଳର ଅନେକ ସ୍ଥାନରେ ଏହା ତିଆରି ହୁଏ।

କୋରାଖଇ ପ୍ରସ୍ତୁତ କରିବା ପାଇଁ ଚାରିଟି ଉପଦାନ ଦରକାର- ଖଇ, ଚିନି ବା ଗୁଡ଼, ନଡ଼ିଆ ଏବଂ ଗୋଲମରିଚ, ଗୁଜରାତି, ଜାଇଫଳ ଓ ପାନମଧୁରୀରୁ ପ୍ରସ୍ତୁତ ଏକ ସ୍ବତନ୍ତ୍ର ପ୍ରକାର ମସଲା।

ଏହାର ପ୍ରସ୍ତୁତ ପ୍ରଣାଳୀ ପାରମ୍ପରିକ ଆଉ ଖୁବ୍ ସହଜ।

 

ପ୍ରଥମେ ପାଣିରେ ଗୁଡ଼ ବା ଚିନିକୁ ମିଶାଇ ଶିରା ପ୍ରସ୍ତୁତ କରାଯିବା ପରେ ସେଥିରେ ନଡ଼ିଆ ଖଣ୍ଡଗୁଡ଼ିକୁ ଏବଂ ମସଲା ପକାଇ ଭଲ ଭାବେ ଘାଣ୍ଟି ଦିଆଯାଏ।

ଏହା ପ୍ରସ୍ତୁତ ହେବା ପରେ ସେଥିରେ ଖଇ ମିଶାଇ ଘାଣ୍ଟି ଦିଆଯାଏ, ଯେମିତି ସବୁ ଖଇରେ ଶିରା ଲାଗିବ।

ଏହାକୁ ସୁବାସିତ କରିବା ପାଇଁ ଏଥିରେ ସାମାନ୍ୟ ଦେଶୀ ଘିଅ ପକାଯାଇଥାଏ।

ମୁଆଁ ପ୍ରସ୍ତୁତ ହୋଇସାରିବା ପରେ ତାକୁ ଆବଶ୍ୟକତା ଅନୁସାରେ ଖଣ୍ଡ ଖଣ୍ଡ କରିଦିଆଯାଏ।

ପୁରୁଣା ଭୁବନେଶ୍ବରରେ ଏମିତି ଅନେକ ପରିବାର ଅଛନ୍ତି, ଯେଉଁମାନେ ପୁରୁଷ ପୁରୁଷ ଧରି କୋରାଖଇ ତିଆରି କରିଆସୁଛନ୍ତି।

ଏହି ଅଂଚଳରେ ଏମିତି କେତେକ କୋରାଖଇ ଦୋକାନ ରହିଛି, ଯେଉଁ ଦୋକାନକୁ ବିଭିନ୍ନ ସମୟରେ ଭୁବନେଶ୍ବର ଆସୁଥିବା ରାଜ୍ୟର ଅନ୍ୟ ପ୍ରାନ୍ତର ଲୋକ ମଧ୍ୟ ଜାଣନ୍ତି।

କେଉଁଠାରୁ ପାଇବେ କୋରାଖଇ?

କୋରାଖଇର ଲୋକପ୍ରିୟତା ବେଶ୍ ଅଧିକ ଥିବାରୁ କେବଳ ପୁରୁଣା ଭୁବନେଶ୍ବର ଅଂଚଳ ନୁହେଁ, ରାଜଧାନୀର ବିଭିନ୍ନ ଅଂଚଳରେ ଥିବା ଦୋକାନଗୁଡ଼ିକରେ ମଧ୍ୟ ଏହା ବିକ୍ରି ହେଉଛି।

ଏପରିକି ରାଜ୍ୟର ଅନ୍ୟ ଅଂଚଳକୁ ମଧ୍ୟ କୋରାଖଇ ବ୍ୟବସାୟ ପହଞ୍ଚିସାରିଲାଣି।

ପୁରୁଣା ଭୁବନେଶ୍ବରରେ ଏଭଲି ୨୫ରୁ ଅଧିକ ଦୋକାନ ରହିଛି, ଯେଉଁ ଦୋକାନଗୁଡ଼ିକ ସେମାନଙ୍କ ଦ୍ବାରା ପ୍ରସ୍ତୁତ ସ୍ବତନ୍ତ୍ର ସ୍ବାଦର କୋରାଖଇ ପାଇଁ ପ୍ରସିଦ୍ଧ।

ଏହିସବୁ ଦୋକାନ ପ୍ରଭୁ ଲିଙ୍ଗରାଜଙ୍କ ପୂଜା ପରମ୍ପରା ସହ ଜଡ଼ିତ।

ଏଭଳି ଏକ ଦୋକାନ ହେଉଛି ‘ବାୟାବାବା କୋରାଖଇ ଦୋକାନ’।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହାର ପ୍ରତିଷ୍ଠାତା ରାମ ସାହୁ ହୋଇଥିବାବେଳେ ଏହା ରାଜଧାନୀର ସବୁଠାରୁ ପୁରୁଣା ଦୋକାନ।

ଭୁବନେଶ୍ବର ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହି ଦୋକାନ ଏକ ଆକର୍ଷଣ ଭଳି ଏବଂ ବାୟାବାବା କୋରାଖଇକୁ ପ୍ରାୟ ସମସ୍ତେ ଜାଣନ୍ତି।

ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଏଭଳି ଅନେକ ପରିବାର ଅଛନ୍ତି, ଯେଉଁମାନଙ୍କ ପେସା ହେଉଛି କୋରାଖଇ ପ୍ରସ୍ତୁତି ଓ ତାର ବ୍ୟବସାୟ କରିବା।

ଏହି ଅଂଚଳକୁ ଗଲେ ଆପଣ ଏହିଭଳି ଅନେକ ଦୋକାନ ଦେଖିବାକୁ ପାଇବେ, କେଉଁଠି ଭାରତ ବିଖ୍ୟାତ କୋରାଖଇ ଲେଖାହୋଇଥିବ ତ କେଉଁଠି ଜଗତ ବିଖ୍ୟାତ କୋରାଖଇ, ପୁଣି କେଉଁଠି ଓଡ଼ିଶା ପ୍ରସିଦ୍ଧ କୋରାଖଇ ଲେଖା ହୋଇଥିବ।

ଯୁଗ ରୁଚି ଅନୁସାରେ ଏବେ ବିଭିନ୍ନ କିସମର କୋରାଖଇ ବଜାରକୁ ଆସିଲାଣି।

ଓଡ଼ିଶାକୁ ଆଉ ଏକ ପରିଚିତି ଦେଇଥିବା ଏହି କୋରାଖଇର କିଲୋ ପିଛା ଦର ୧୮୦ରୁ ୨୨୦ ଟଙ୍କା।

ଲୋକାଲ୍ ଓ୍ବାୟାର୍

Filed Under: Odia, Special, ପର୍ବପର୍ବାଣୀ, ବିଶେଷ Tagged With: Special, ଓଡିଶା, ପର୍ବପର୍ବାଣୀ, ବିଶେଷ

Download LocalWire App for Hyperlocal  Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକାଲ ୱାୟାର ନୂଆ ଡିଜାଇନ

ଲୋକପ୍ରିୟ

କୋଭିଡ-୧୯ ମହାମାରୀ ବିରୋଧରେ ଓଡିଶାର ଲଢେଇ: ଏକ ବିହଙ୍ଗାବଲୋକନ

କୋଭିଡ-୧୯ ନିୟନ୍ତ୍ରଣ ଓ ମୁକାବିଲାରେ ଦେଶର ଶୀର୍ଷ ଦୁଇଟି ରାଜ୍ୟ ମଧ୍ୟରେ ଥିବାରୁ କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଶଂସା କରିଛନ୍ତି ।

କୋଭିଡ-୧୯ ସଙ୍କଟକୁ ସଫଳ ଭାବେ ମୁକାବିଲା କରିଥିବା କେରଳ ଓ ଓଡ଼ିଶାକୁ ବିଶ୍ୱ ଅର୍ଥନୈତିକ ଫୋରମ ପ୍ରଶଂସା କରିଛି ।

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ଅଧିକ ବିଶେଷ ଖବର

Copyright © 2021 · LocalWire