• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଖାଦ୍ୟର ମାନ ଉପରେ ମହାନଗର ନିଗମର ନଜର, ଚାଲିଛି ଘନ ଘନ ଯାଞ୍ଚ

ଖାଦ୍ୟର ମାନ ଉପରେ ମହାନଗର ନିଗମର ନଜର, ଚାଲିଛି ଘନ ଘନ ଯାଞ୍ଚ

December 3, 2019 By Raja Mohanty Leave a Comment

ରାଉରକେଲା, ଡିସେମ୍ବର ୦୩ (ଲୋକାଲ ୱାୟାର): ଗଲା କିଛିଦିନ ହେଲା ସହରର ରାସ୍ତାକଡ଼ରେ ଖାଦ୍ୟ ବିକ୍ରି କରୁଥିବା ଉଠାଦୋକାନ ସମେତ ରେଷ୍ଟୁରାଣ୍ଟ ଓ ହୋଟେଲଗୁଡ଼ିକ ଉପରେ ରାଉରକେଲା ମହାନଗର ନିଗମ (ଆର୍.ଏମ୍.ସି)ର ଖାଦ୍ୟ ନିରାପତ୍ତା ବିଭାଗ ଘନ ଘନ ଚଢ଼ାଉ ଚଳାଇଛି।

“ପୂର୍ବରୁ ମଧ୍ୟ ମହାନଗର ନିଗମ ପକ୍ଷରୁ ଏଭଳି ଚଢ଼ାଉ ହେଉଥିଲା। ହେଲେ ଏବେ ନିମ୍ନମାନର ଖାଦ୍ୟ ବିକ୍ରି ହେବା ନେଇ ଲୋକଙ୍କ ଅଭିଯୋଗ ପରେ ଏହାର ମାତ୍ରା ଆହୁରି ବଢ଼ାଇଦିଆଯାଇଛି।

ବୋଲି କହିଛନ୍ତି ଆର୍.ଏମ୍.ସି.ର ଖାଦ୍ୟ ନିରାପତ୍ତା ଅଧିକାରୀ ସ୍ବାଗତିକା ବେହେରା।

ସେ କହିଛନ୍ତି, “ଆମେ ବାରମ୍ବାର ରେଡ୍ କରିବାର କାରଣ ହେଉଛି ଦୋକାନୀମାନେ ସତର୍କ ହେବେ ଏବଂ ଭେଜାଲ୍ ଖାଦ୍ୟ ଉପରେ ଅଙ୍କୁଶ ଲାଗିବା ସହ ଲୋକେ ଭଲ ଖାଇବା ପାଇପାରିବେ।”

ବାସିଖାଦ୍ୟ, ତେଲ ସମେତ ଖାଦ୍ୟରେ ବ୍ୟବହୃତ ହେଉଥିବା ଅନ୍ୟ ସାମଗ୍ରୀ ଠିକ୍ ଅଛି ନା ନାହିଁ ଏସବୁ ଉପରେ ନଜର ଦିଆଯାଉଥିବା ସ୍ବାଗତିକା ସୂଚନା ଦେଇଛନ୍ତି।

ସେହିପରି ସଫାସୁତୁରା ପରିବେଶରେ ଦୋକାନ ଖୋଲାଯାଇଛି କି ନାହିଁ, ତା ଉପରେ ମଧ୍ୟ ନଜର ଦିଆଯାଉଛି।

କେବଳ ରାସ୍ତାକଡ଼ ଉଠାଦୋକାନ ନୁହେଁ, ବଡ଼ ବଡ଼ ହୋଟେଲ ଓ ରେଷ୍ଟୁରାଣ୍ଟ ଉପରେ ଓ ଚଢାଉ କରାଯାଉଛି ଓ ନିମ୍ନମାନର ଖାଦ୍ୟ ଅଭିଯୋଗରେ ସାତଜଣ ଦୋକାନ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା ସ୍ବାଗତିକା କହିଛନ୍ତି।

ଅନ୍ୟପକ୍ଷରେ ମହାନଗର ନିଗମର ଏହି ପଦକ୍ଷେପକୁ ସହରର ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।

ପୂର୍ବରୁ ଖାଦ୍ୟକୁ ନେଇ ଡର ରହୁଥିଲା। ଏବେ ତାହା ଆଉ ନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଲୁଲୁ ପଣ୍ଡା କହିଛନ୍ତି।

ସେହିପରି ପୂର୍ବରୁ ବର୍ଷାଦିନରେ ଏଭଳି ରେଡ୍ ହେଉଥିବା ଆମେ ଜାଣିଥିଲୁ, ହେଲେ ଏବେ ନିୟମିତ ରେଡ୍ ସ୍ବାଗତଯୋଗ୍ୟ ବୋଲି ଆଉ ଜଣେ ସ୍ଥାନୀୟ ବ୍ୟକ୍ତି କହିଛନ୍ତି।

ସୂଚନାଯୋଗ୍ୟ, ରାଉରକେଲା ସହରର ଛେଣ୍ଡ, ସିଭିଲ୍ ଟାଉନସିପ୍, ଉଦିତ ନଗର ଓ ପ୍ଲାଣ୍ଟ ସାଇଟ୍ ଅଂଚଳରେ ଘନ ଘନ ଚଢ଼ାଉ କରାଯାଉଥିବାବେଳେ ଆଗକୁ ଅନ୍ୟ ଅଞ୍ଚଳରେ ମଧ୍ୟ ଚଢ଼ାଉ କରାଯିବ ବୋଲି ମହାନଗର ନିଗମ ପକ୍ଷରୁ କୁହାଯାଇଛି।

ଲୋକାଲ ୱାୟାର

Filed Under: Odia, ଖାଦ୍ୟ Tagged With: ଓଡିଶା, ଖାଦ୍ଯ, ରାଉରକେଲା

Download LocalWire App for Hyperlocal  Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire