ଖୋର୍ଦ୍ଧା, ଅଗଷ୍ଟ ୧୧ (ଲୋକାଲ ୱାୟାର) : ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସୋମବାର ସନ୍ଧ୍ୟା ୭ଟାରୁ ଜିଲ୍ଲାର ୨ଟି ବ୍ଲକ ଓ ୨ଟି ଏନଏସି ସଟ୍ଡାଉନ୍ ରହିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି।
ଚିଲିକା-ବାଣପୁର ବ୍ଲକ ଏବଂ ବାଲୁଗାଁ-ବାଣପୁର ଏନ୍ଏସିର ସମସ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ସଟ୍ଡ଼ାଉନ ଘୋଷଣା କରାଯାଇଛି।
ଏସବୁ ଅଞ୍ଚଳରେ ଆଜି ସନ୍ଧ୍ୟା ୭ଟାରୁ ୧୪ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ।
ସଟ୍ଡାଉନ୍ ସମୟରେ ଦୋକାନ ବଜାର ଓ ସମସ୍ତ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ । ହେଲେ ଜରୁରୀ ସେବା ଜାରି ରହିବ।
ଜିଲ୍ଲା ପ୍ରଶାସନ ଦ୍ୱାରା ଗଠନ କରାଯାଇଥିବା ଟିମ୍ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବେ । ଲୋକଙ୍କୁ ଘରୁ ନ ରହିବାକୁ ଜିଲ୍ଲପାଳ ଅନୁରୋଧ କରିଛନ୍ତି ।
ଲୋକାଲ ୱାୟାର
Leave a Reply