ଭୁବନେଶ୍ୱର, ନଭେମ୍ବର ୨୫ (ଲୋକାଲ ୱାୟାର) : ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରକୁ ମଙ୍ଗଳବାର ରାତିରେ ୧୮ଟି ହାତୀ ପଶି ଆସିଥିବା ବେଳେ ଏବେ ନିକଟସ୍ଥ କାଜୁ ଜଙ୍ଗଲରେ ଥିବା ସ୍ଥାନୀୟ ବନ ବିଭାଗ ସୂଚନା ଦେଇଛି ।
ହାତୀମାନେ ଡାକ୍ତରଖାନାର ପାଚେରୀ ଭାଙ୍ଗି ଦେଇଛନ୍ତି । ଫଳରେ ରୋଗୀ, କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଛି । ବନ ବିଭାଗ କର୍ମଚାରୀମାନେ ସେଠାରେ ଜଗି ରହିଛନ୍ତି ।
୧୮ଟି ହାତୀ ମଧ୍ୟରୁ ୧୪ଟି ବଡ଼ ଓ ୪ଟି ଛୋଟ ହାତୀ ଥିବା କୁହାଯାଉଛି ।
ବର୍ତ୍ତମାନ ଲୋକମାନଙ୍କ ଯାତାୟତ ଥିବାରୁ ସନ୍ଧ୍ୟାରେ ହାତୀକୁ ଚନ୍ଦକାକୁ ନେବା ପାଇ ବନ ବିଭାଗ ଉଦ୍ୟମ କରୁଛି ।
ହସ୍ପିଟାଲ କ୍ୟାମ୍ପସ ନିକଟରେ ୧୩୨କେଭି ଇଲେକ୍ଟ୍ରିକ୍ ଲାଇନ୍ କ୍ରସିଂ ଥିବାରୁ ହାତୀମାନଙ୍କର ଗତିବିଧି ଉପରେ ନଜର ରଖିବା ପାଇଁ ସେସୁର ଅଧିକାରୀମାନେ ମଧ୍ୟ ପହଞ୍ଚିଛନ୍ତି।
ଲୋକାଲ ୱାୟାର
Leave a Reply