ବ୍ରହ୍ମପୁର, ଡିସେମ୍ବର ୧୩ (ଲୋକାଲ ୱାୟାର): ଗଞ୍ଜାମ ଜିଲ୍ଲାର ଅନ୍ୟତମ ଆକର୍ଷଣ ତପ୍ତପାଣି ହରିଣ ପାର୍କ ଦୁଇ ଦିନ ହେଲା ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ।
ସରକାରୀ ଗାଇଡଲାଇନ ଅନୁଯାୟୀ ଦିନକୁ ୩ ଶହ ପର୍ଯ୍ୟଟକ ଚିଡ଼ିଆଖାନା ବୁଲି ପାରିବେ । ଏଥିପାଇଁ ସ୍ଲଟ ପ୍ରସ୍ତୁତ ହୋଇଛି ।
ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ପ୍ରତି ସ୍ଲଟରେ ୩୦ରୁ ୪୦ ପର୍ଯ୍ୟଟକ ରହିବେ ବୋଲି ପାରଳାଖେମୁଣ୍ଡି ଡିଏଫଓ ଏସ.କେ. ବେହେରା କହିଛନ୍ତି ।
କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଗାଇଡଲାଇନ ଅନୁଯାୟୀ ମରାମତି ପାଇଁ ପାର୍କ ବନ୍ଦ ରହିଥିଲା ।
୧.୮୬ ହେକ୍ଟର ଜମିରେ ପରିବ୍ୟାପ୍ତ ତପ୍ତପାଣି ପାର୍କରେ ୧୭୨ଟି ହରିଣ ରହୁଛନ୍ତି ।
ଏଥିରେ ୫୪ଟି ସମ୍ବର, ୧୦୨ ଚିତ୍ରା ହରିଣ, ୧୨ ହରିଣ, ଗୋଟିଏ ଲେଖାଏଁ କୃଷ୍ଣସାର ମୃଗ ଓ ଚଉଶିଙ୍ଘା ଅଛନ୍ତି ।
ଲୋକାଲ ୱାୟାର
Leave a Reply