ଭୁବନେଶ୍ୱର, ଡିସେମ୍ବର ୨୩(ଲୋକାଲ ୱାୟାର): ଆଉ ଗୋଟିଏ ଦିନ ପରେ ଖ୍ରୀଷ୍ଟମାସ ବା ବଡ଼ଦିନ । ଏଥିପାଇଁ ସଜେଇ ହେଲାଣି ରାଜଧାନୀ ।
କରୋନା କଟକଣା ସତ୍ତ୍ୱେ କରୋନା ନିୟମକୁ ପାଳନ କରି ବଡ଼ଦିନ ପାଳନ କରିବାକୁ ଯୋଜନା କରିଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ ।
ଏଥିପାଇଁ ରାଜଧାନୀ ବିଭିନ୍ନ ଛକ, ଗଳିରେ ଏବେ ସାନ୍ତାକ୍ଲଜ୍, ସାନ୍ତା ପୋଷାକ, ଟୋପି ଓ ଖେଳଣା ବିକ୍ରି ହେଉଥିବାର ଦେଖିବାକୁ ମିଳିଛି ।
ଅନେକ ସ୍ଥାନରେ ଖ୍ରୀଷ୍ଟମାସ୍ ଟ୍ରି ବି ବିକ୍ରି ହେଉଛି ।
ଯଦିଓ ଚଳିତ ବର୍ଷ ବେଶୀ ବିକ୍ରୀ ନାହିଁ ତଥାପି କିଛି ଲୋକ ପ୍ରଭୁ ଯୀଶୁଙ୍କ ଜନ୍ମ ଦିବସକୁ ଧୁମଧାମରେ ପାଳନ କରିବା ପାଇଁ ନିଜ ନିଜ ଘରେ ଆୟୋଜନ କରିଛନ୍ତି ।
ଏଥିପାଇଁ ଋତୁକାଳୀନ ବ୍ୟବସାୟ କରୁଥିବା ଲୋକମାନେ ନିଜ ନିଜର ବ୍ୟବସାୟ ପସରା ମେଲାଇଛନ୍ତି ।
ଜୟଦେବ ବିହାରୁ ନନ୍ଦନକାନନ ଯିବା ରାସ୍ତାରୁ ଆରମ୍ଭ କରି ଖଣ୍ଡଗିରି-ବାଣୀବିହାର ରାସ୍ତର ଦୁଇ କଡ଼ରେ ଉଠା ଦୋକାନୀମାନେ ଭ୍ରାମ୍ୟମାଣ ଗାଡ଼ିରେ ସାନ୍ତା ବିକ୍ରୀ କରୁଥିବାର ଦେଖିବାକୁ ମିଳିଛି ।
ଏଥିପାଇଁ ରାଜଧାନରୁ ପାଖାପାଖି ୧୦୦ ଲୋକ ୭ଟି ଗାଡ଼ିରେ ଆସି ରାଜଧାନୀରେ ଡେରା ପକାଇଛନ୍ତି ।
ଏମାନେ ସାନ୍ତା ପୋଷାକ, ଖ୍ରୀଷ୍ଟମାସ୍ ଟ୍ରି, ଟୋପି ନେଇ ରାଜସ୍ଥାନରୁ ଆସିଛନ୍ତି ।
ଦିନ ଯାକ ଭଲ ବେପାର ହେଉଥିବା ବେଳେ ରାତିରେ ଏମାନେ ଅସ୍ଥାୟୀ ଆଶ୍ରୟସ୍ଥଳୀ ବା ନିଜ ଗାଡ଼ିରେ ବିଶ୍ରାମ ନେଇ ରହୁଛନ୍ତି ବୋଲି ମନସୁର ଦେୱାନ୍ କହିଛନ୍ତି ।
ଏ ବାବଦରେ ଶୁଭମ୍ ଶର୍ମା କହିଛନ୍ତି ଆଉ ମାତ୍ର ଗୋଟିଏ ଦିନ ଖ୍ରୀଷ୍ଟମାସ ରହିଥିଲେ ବି ଏଯାଏଁ ୩୦ ପ୍ରତିଶତ ବିକ୍ରି ହୋଇନାହିଁ । ଦିନକୁ କେବଳ ହାତଗଣତି ବ୍ୟବସାୟ ହେଉଛି ।
ପୂର୍ବରୁ ଭଲ ବ୍ୟବସାୟ ହେଉଥିଲା । ହେଲେ ଏ ବର୍ଷ କରୋନା ସବୁ ଛଡ଼ାଇ ନେଇଛି । ସବୁ ଜିନିଷର ଦାମ୍ ବଢ଼ିଛି ।
ଆମେ ବାହାରୁ ଜିନିଷ ଆଣୁଥିବାରୁ ବିନା ଲାଭରେ ଜିନିଷ ବିକ୍ରି କରି ପାରୁନୁ । ଚଢ଼ା ଦାମ୍ ଥିବାରୁ କେତେକ ଗ୍ରାହକ ଦର ଶୁଣି ଫେରିଯାଉଛନ୍ତି ।
ଲୋକାଲ ୱାୟାର
Leave a Reply