ଭୁବନେଶ୍ୱର, ସେପ୍ଟେମ୍ବର ୯(ଲୋକାଲ ୱାୟାର): ଖ୍ୟାତନାମା ଓଡ଼ିଆ ସିନେମାଟୋଗ୍ରାଫର ଗାଗାରିନ ମିଶ୍ରଙ୍କର ମୁମ୍ବାଇର ଏକ ପ୍ରାଇଭେଟ ହସପିଟାଲରେ ପରଲୋକ ହୋଇଯାଇଥିବା ତାଙ୍କ ପରିବାର ପକ୍ଷରୁ ବୁଧବାର କୁହାଯାଇଛି ।
ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ଡାକ୍ତର କହିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ହୋଇଥିଲା ୬୭ ବର୍ଷ ।
ସୁପରହିଟ୍ ଓଡ଼ିଆ ସିନେମା ଫୁଲ ଚନ୍ଦନ ଓ ନଇ ସେପାରି କନକ ଗୋରୀର ସିନେମାଟୋଗ୍ରାଫର ଭାବେ ସେ ଚର୍ଚ୍ଚିତ ଥିଲେ ।
ନଇ ସେପାରି କନକ ଗୋରୀ ଚଳଚ୍ଚିତ୍ର ପାଇଁ ତାଙ୍କୁ ୨୦୧୨ ମସିହାରେ ଶ୍ରେଷ୍ଠ ଫଟୋଗ୍ରାଫର ଭାବେ ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।
ବଲିଉଡରେ ମଧ୍ୟ ସେ ଅନେକ ସୁରପହିଟ୍ ଚଳଚ୍ଚିତ୍ରରେ କାମ କରିଛନ୍ତି । ସେଥି ମଧ୍ୟରେ ରହିଛି ବେତାବ୍, ଅକେଲା, ଚାନ୍ଦନୀ, ତେଜାବ୍, ଚାଲବାଜ୍, ପ୍ୟାର କୀ ଜିତ୍, ଜଲୱା, ରାମ ଅବତାର, ଲମହେ ଏବଂ ନରସିଂହା । ସେ ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ମଧ୍ୟ କାମ କରିଥିଲେ ।
ଉଲ୍ଲେଖଯୋଗ୍ୟ, ତାଙ୍କ ଭାଇ ତଥା ଖ୍ୟାତନାମା ସିନେ-ଏଡିଟର ଦେବେନ ମିଶ୍ରଙ୍କର ପ୍ରାୟ ୨୦ ଦିନ ତଳେ ପରଲୋକ ହୋଇଥିଲା ।
ଲୋକାଲ ୱାୟାର
Leave a Reply