• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଗଜପତିରେ ପ୍ରବଳ ବର୍ଷା, ୬ଶହ ଲୋକ ସ୍ଥାନାନ୍ତରିତ, ସଡ଼କ ବିଚ୍ଛିନ୍ନ

ଗଜପତିରେ ପ୍ରବଳ ବର୍ଷା, ୬ଶହ ଲୋକ ସ୍ଥାନାନ୍ତରିତ, ସଡ଼କ ବିଚ୍ଛିନ୍ନ

October 13, 2020 By Hrusikesh Mohanty Leave a Comment

ବ୍ରହ୍ମପୁର, ଅକ୍ଟୋବର ୧୩(ଲୋକାଲ ୱାୟାର): କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ରାୟଗଡ଼ ବ୍ଲକର ଦୁଇଟି ସ୍ଥାନରେ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ୬ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

୭ଟି ବ୍ଲକର ୧୩ଟି ଗ୍ରାମ ଯେଉଁ ଗୁଡ଼ିକ ବିଶେଷ କରି ପାହାଡ଼ିଆ ସ୍ଥାନରେ ଅଛି, ସେଠାରୁ ଲୋକମାନଙ୍କୁ ପାଖ ସ୍କୁଲ କୋଠାକୁ ସ୍ଥାନାନ୍ତର କରାଯାଇଛି ।

ଚାରି ଶହ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ଅନ୍ୟ ଦୁଇ ଶହ ଜଣଙ୍କୁ ନିର୍ମାଣ ହୋଇଥିବା ନୂତନ ଘରକୁ ସ୍ଥାନାନ୍ତର କରାଯାଇଛି ।

୨୦୧୮ ଅକ୍ଟୋବର ୧୧ରେ ଝଡ଼ ତିତଲି ପ୍ରଭାବରେ ପାହାଡ଼ିଆ ଅଞ୍ଚଳରେ ଥିବା ସେମାନଙ୍କ ଘର ନଷ୍ଟ ହୋଇ ଯାଇଥିଲା ।

ଏବେ ବିଜୁ ପକ୍କା ଘର ଯୋଜନାରେ ସେମାନଙ୍କ ପାଇଁ ସମତଳ ଅଞ୍ଚଳରେ ନୂଆ ଘର ତିଆରି କରାଯାଇଛି ।

ତେବେ ଦୁଇ ଦିନର ବର୍ଷାରେ ଏ ପର୍ଯ୍ୟନ୍ତ କେବଳ ଗୋଟିଏ ଘର ଭାଙ୍ଗିଥିବା ଖବର ମିଳିଛି ବୋଲି କହିଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ଶାହା ।

କାଶୀନଗର ବ୍ଳକରେ କଚ୍ଚା ଘରେ ରହୁଥିବା ପ୍ରାୟ ୧୫ ପରିବାରଙ୍କୁ ତାରପୋଲିନ ସିଟ୍ ଯୋଗାଇ ଦିଆଯାଇଛି ।

ବରଘର ଓ କଇନପୁରରେ ଦୁଇଟି ରାସ୍ତା ଧୋଇ ଯାଇଛି । ତହସିଲଦାର ଓ ବିଡିଓମାନଙ୍କୁ କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଛି ।

ମଙ୍ଗଳବାର ସକାଳ ସାଢ଼େ ୮ଟା ସୁଦ୍ଧା ଶେଷ ହୋଇଥିବା ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୯୫.୪୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ମୋହନା ବ୍ଲକରେ ସର୍ବାଧିକ ୧୩୩ ମିଲିମିଟର ବର୍ଷା ହୋଇଥିବା ବେଳେ ପାରଳାଖେମୁଣ୍ଡିରେ ୧୧୭, ରାୟଗଡ଼ରେ ୧୧୪, ଗୋଷାଣୀରେ ୧୦୭, ଗୁମ୍ମାରେ ୯୪, ଆର.ଉଦୟଗିରିରେ ୭୫, ନୂଆପଡ଼ାରେ ୭୨ ଏବଂ କାଶୀନଗରରେ ୫୧ ମିମି ବର୍ଷା ରେକର୍ଡ କରାଯାଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଗଜପତି, ବ୍ରହ୍ମପୁର

Download LocalWire App for Hyperlocal  Odisha News any time anywhere

 

 

About Hrusikesh Mohanty

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire