ବ୍ରହ୍ମପୁର, ନଭେମ୍ବର ୨୮(ଲୋକାଲ ୱାୟାର): ଶନିବାର ଗଜପତି ଓ କନ୍ଧମାଳ ଜିଲ୍ଲାରୁ କେହି ବି କରୋନା ପଜିଟିଭ ଚିହ୍ନଟ ହୋଇନାହାନ୍ତି ।
ପ୍ରଥମ ଥର ପାଇଁ କନ୍ଧମାଳ ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ଶୂନ ଥିବା ବେଳେ ଗଜପତି ଜିଲ୍ଲାରେ ଗତ ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ଏହି ସଫଳତା ଦୋହରାଇଛି ।
ନଭେମ୍ବର ୨୨ରେ ଗଜପତି ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ଶୂନ ଥିଲା । ଶନିବାର ୬୦୪ ନମୁନା ପରୀକ୍ଷା ହୋଇଥିଲା ।
ସମସ୍ତ ରିପୋର୍ଟ ନେଗେଟିଭ ଆସିଛି ବୋଲି ଜିଲ୍ଲାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ସେହିପରି କନ୍ଧମାଳ ଜିଲ୍ଲା ପ୍ରଶାସନ ପରୀକ୍ଷା କରିଥିବା ୮୨୦ ନମୁନା ମଧ୍ୟରୁ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି ।
ଗଜପତି ଓ କନ୍ଧମାଳ ଜିଲ୍ଲାରେ ସମୁଦାୟ କରୋନା ରୋଗୀଙ୍କ ସଂଖ୍ୟା ଯଥାକ୍ରମେ ୩୯୪୯ ଓ ୫୮୮୮ ରହିଛି ।
ଗଜପତି ଜିଲ୍ଲାରେ ପ୍ରଥମ ଥର ପାଇଁ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୨୦ରୁ କମ୍ ରହିଛି ।
ଜିଲ୍ଲାରେ ସୁସ୍ଥ ସଂଖ୍ୟା ୨୮୯୭କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା୩୨ରେ ସ୍ଥିର ରହିଛି ।
ସେହିପରି କନ୍ଧମାଳ ଜିଲ୍ଲାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୧କୁ ଖସି ଆସିଛି ।
ଜିଲ୍ଲାରେ ୫୮୩୪ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୩ରେ ସ୍ଥିର ରହିଛି ।
ଲୋକାଲ ୱାୟାର
Leave a Reply