ଗଞ୍ଜାମ, ଏପ୍ରିଲ ୨୩ (ଲୋକାଲ ୱାୟାର) : ଗଞ୍ଜାମ ଜିଲ୍ଲାରେ ସମସ୍ତ ଘରୋଇ ଔଷଧ ଦୋକାନୀ ସେମାନଙ୍କ ଦୋକାନରୁ ଔଷଧ କିଣିଥିବା ଲୋକଙ୍କ ତଥ୍ୟ ପ୍ରଶାସନକୁ ଦେବା ବାଧ୍ୟତାମୂଳକ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ।
ଆଜିଠାରୁ ଏହା ଜିଲ୍ଲାରେ ଲାଗୁ ହୋଇଛି ।
ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ କେଉଁ ରୋଗ ପାଇଁ କି ଔଷଧ କିଣିଛନ୍ତି, ଔଷଧ କିଣିଥିବା ବ୍ୟକ୍ତିଙ୍କ ନାମ ଓ ସମ୍ପୂର୍ଣ୍ଣ ଠିକଣା ଦୋକାନୀମାନେ ପଚାରି ବୁଝିବେ ।
ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଫର୍ମାଟରେ ଦୋକାନୀମାନେ ଏ ସବୁ ତଥ୍ୟ ର୍ଖି ପ୍ରତିଦିନ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ଦେବେ ।
All medicine shops will ask customer whosever visit shop for purchasing medicine about SYMPTOMS.. any SARI, ILI , fever, cough,cold, breathing problems like symptoms information will be collected through interaction with customers & intimated to COVID cell @CMO_Odisha @HFWOdisha
— Collector & District Magistrate, Ganjam (@Ganjam_Admin) April 22, 2020
ଡ୍ରଗ୍ସ ଇନ୍ସପେକ୍ଟରମାନେ ଦୈନିକ ଏହି ରିପୋର୍ଟ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଦେବେ ।
ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଊକ୍ତ ରିପୋର୍ଟ ଡିଆରଡିଏ ପିଡି ଓ ଛତ୍ରପୁର ସ୍ଥିତ କୋଭିଡ ସେଲକୁ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିରେ ଖିଲାପ କଲେ କଡା କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି ।
ଲୋକାଲ ୱାୟାର
Leave a Reply