ବ୍ରହ୍ମପୁର, ଅଗଷ୍ଟ ୨୪ (ଲୋକାଲ ୱାୟାର) : କରୋନା ପାଇଁ ଗଞ୍ଜାମ ଜିଲ୍ଳାରେ ଲାଗିଥିବା କଟକଣା ଆଜି (ସୋମବାର)ଠାରୁ କୋହଳ କରାଯାଇଛି ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ୱିଟ୍ କରି କହିଛନ୍ତି ।
ଆଜିଠୁ ଜିଲ୍ଳାରେ ସକାଳ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ବଜାର ଖୋଲା ରହିବ । ହେଲେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସପ୍ତାହାନ୍ତ ସଟ୍ଡାଉନ୍ ରହିବ ।
ସାମାଜିକ ଦୂରତ୍ୱ ଓ ପଞ୍ଚସୂତ୍ରୀ କଟକଣା କଡାକଡି ପାଳନ କରିବାକୁ ଜିଲ୍ଳାପାଳ ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ଆଜିଠୁ ବ୍ରହ୍ମପୁର ସହରକୁ ଯିବାଆସିବା ପାଇଁ ଲାଗୁ ହୋଇଥିବା ପ୍ରତିବନ୍ଧକ ଉଠାଇ ଦିଆଯାଇଛି ବୋଲି ବ୍ରହ୍ମପୁର ମହାନଗର ନିଗମ ଟ୍ୱିଟ୍ କରି କହିଛି ।
ଏବେ ବ୍ରହ୍ମପୁର ଲୋକ ବାହାରକୁ ଆସିପାରିବେ ଓ ବାହାର ଲୋକ ବ୍ରହ୍ମପୁର ଯାଇ ପାରିବେ ।
ହେଲେ ପୂର୍ବପରି ଗଞ୍ଜାମ ସୀମାରେ କଟକଣା ବଳବତ୍ତର ରହିବ ।
ଲୋକାଲ ୱାୟାର
Leave a Reply