ବ୍ରହ୍ମପୁର, ନଭେମ୍ବର ୨୯(ଲୋକାଲ ୱାୟାର): କୋଭିଡ-୧୯ ସଂକ୍ରମଣ ଯେପରି ପୁନର୍ବାର ତାହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଆସନ୍ତା ମଙ୍ଗଳବାର ଠାରୁ ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ, ବଜାର ଇତ୍ୟାଦି ଅଞ୍ଚଳରେ ବ୍ୟାପକ କୋଭିଡ ଟେଷ୍ଟିଂ ପାଇଁ ନିଷ୍ପତ୍ତି ନେଇଛି ।
ଜନସମାଗମ ହେଉଥିବା ସମସ୍ତ ଅଞ୍ଚଳରେ ସ୍କ୍ରିନିଂ ଓ ଟେଷ୍ଟିଂ ଆରମ୍ଭ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟ ଅମ୍ୟତ କୁଲାଙ୍ଗେ ।
ପ୍ରତି ବ୍ଲକ ସ୍ତରରେ ୨୫ ଟି ଆରଟି-ପିସିଆର ଟେଷ୍ଟିଂକୁ ମିଶାଇ ୨ ଶହ ଲେଖାଏଁ ନମୁନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଶେଷ କରି କରୋନା ସମ୍ପର୍କିତ କୌଣସି ଲକ୍ଷଣ ଥିବା ଲୋକଙ୍କୁ ଟାର୍ଗେଟ କରାଯିବ ।
ଏହାଦ୍ୱାରା କୋଭିଡ ଆକ୍ରାନ୍ତଙ୍କୁ ଶୀଘ୍ର ଠାବ କରିହେବ ଏବଂ ଏହାର ସଂକ୍ରମଣ ରୋକିହେବ । ବର୍ତ୍ତମାନ ବ୍ଲକ ସ୍ତରରେ ଥିବା ମୋବାଇଲ ଟେଷ୍ଟିଂ ଟିମକୁ ଏହି ଦାୟିତ୍ୱ ପ୍ରଦାନ କରାଯିବ ।
ଏଥିପାଇଁ ଆବଶ୍ୟକ ମାନସମ୍ବଳ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯୋଗାଇ ଦେବ । ବିଡିଓ ଏବଂ ଏକଜିକ୍ୟଟିଭ୍ ଅଫିସରମାନଙ୍କ ସହ ସମନ୍ୱୟ ରକ୍ଷା କରି ଦୈନିକ ସ୍ୱାବ ସଂଗ୍ରହକୁ ଅନୁଧ୍ୟାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଲୋକାଲ ୱାୟାର
Leave a Reply