ବ୍ରହ୍ମପୁର, ଅକ୍ଟୋବର ୬ (ଲୋକାଲ ୱାୟାର): ଗଞ୍ଜାମ ଜିଲ୍ଲାର ଦୁଇଟି କଲେଜ ଦୁଇ ବର୍ଷିଆ ବି.ଇଡି ଶିକ୍ଷାଦାନରୁ ୨୦୨୦-୨୨ ବର୍ଷ ପାଇଁ ବାଦ ପଡିଛି ।
ଭିତିଭୂମି ଅଭାବ ବିଶେଷ କରି ଶିକ୍ଷକ ନଥିବାରୁ ଜାତୀୟ ଶିକ୍ଷକ ତାଲିମ ପରିଷଦ (ଏନସିଟିଇ) ଏହି କଲେଜ ଦୁଇଟିର ଅନୁମୋଦନ ପ୍ରତ୍ୟାହାର କରିନେଇଛି ।
ଏହି ଦୁଇଟି କଲେଜ ହେଲା ଦିବାକର ପଟ୍ଟନାୟକ ଇନଷ୍ଟିଚୁ୍ୟଟ ଅଫ ଆଡଭାନ୍ସଡ ଷ୍ଟଡି ଇନ ଏଜୁକେଶନ (ଡିପିଆଇଏଏସଇ), କନିଷି ଓ କେଏସୟୁବି କଲେଜ ଅଫ ଟିଚର ଏଜୁକେସନ (ସିଟିଇ), ଭଞ୍ଜନଗର ।
ଉଭୟ କଲେଜରେ ୧୦୦ଟି ଲେଖାଏ ବିଇଡି ସିଟ୍ ଥିଲା । ତେବେ ଡିପିଆଇଏଏସଇରେ ଏମ.ଇଡି ପାଇଁ ୫୦ଟି ସିଟ୍ ରହିଛି ।
ହେଲେ ଅନୁମୋଦନ ପ୍ରତ୍ୟାହାର ହୋଇଥିବାରୁ ଏମ.ଇଡି ନାମଲେଖା ମଧ୍ୟ ବନ୍ଦ ରହିବ ବୋଲି ଏସସିଇଆରଟି ଓ ଟିଇର ନିଦେ୍ର୍ଦଶକ ଗଙ୍ଗାଧର ସାହୁ ସୂଚନା ଦେଇଛନ୍ତି ।
ତେବେ ୨୦୨୦-୨୨ରେ ରାଜ୍ୟର ଅନ୍ୟ ୧୮ଟି ଶିକ୍ଷାନୁଷ୍ଠାନରେ ବି.ଇଡି ପାଠ୍ୟକ୍ରମରେ ନାମ ଲେଖା ଜାରି ରହିବ ।
ଲୋକାଲ ୱାୟାର
Leave a Reply