ଭୁବନେଶ୍ୱର, ଅଗଷ୍ଟ ୮ (ଲୋକାଲ ୱାୟାର) : ଗଞ୍ଜାମ ଓ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଶନିବାର ସକାଳେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ଜନସାଧରଣ କହିଥିବା ବେଳେ ପାଣିପାଗ କେନ୍ଦ୍ର ପକ୍ଷରୁ ଏ ସମ୍ପର୍କ ନିର୍ଦ୍ଦିଷ୍ଟ ଭାବେ ତଥ୍ୟ ଦିଆଯାଇ ନାହିଁ ।
ଶନିବାର ସକାଳ ୭ଟା ୧୦ ମିନିଟରେ ପ୍ରାୟ ୩ରୁ ୪ ସେକେଣ୍ଡ ପାଇଁ ଏହି ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୩.୮ ଥିଲା ।
ବ୍ରହ୍ମପୁରଠାରୁ ୭୩ କିଲୋମିଟର ପଶ୍ଚିମ ଦକ୍ଷିଣ-ପଶ୍ଚିମ ଦିଗରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ବୋଲି ସୂଚନା ମିଳିଛି ।
ଗଞ୍ଜାମ ଜିଲ୍ଲାର ପାତ୍ରପୁର, ଚିକିଟି ଓ ଦିଗପହଣ୍ଡି ଥରି ଉଠିଥିବା ବେଳେ ଗଜପତିର ମୋହନା, ଅଡବା, ଆର୍. ଉଦୟଗିରିରେ ମଧ୍ୟ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି ।
ଭୂକମ୍ପ ଯୋଗୁଁ ଭୟରେ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ । ହେଲେ କୌଣସି କ୍ଷୟକ୍ଷତିର ସୂଚନା ମିଳି ନାହିଁ ।
ଲୋକାଲ ୱାୟାର
Leave a Reply