ବ୍ରହ୍ମପୁର, ଡିସେମ୍ବର ୧୫ (ଲୋକାଲ ୱାୟାର): ଗଞ୍ଜାମ ଜିଲ୍ଲାରେ ବୁଧବାର ଠାରୁ ହେବାକୁ ଥିବା ଧାନକିଣା ପ୍ରକ୍ରିୟାରେ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିୟୋଜିତ ହେବେ ।
ଗତବର୍ଷ ୫୦ ମହିଳା ଏସଏଚଜି ସାମିଲ ହୋଇଥିବା ବେଳେ ଚଳିତ ବର୍ଷ ଏହା ୬୪କୁ ବୃଦ୍ଧି ପାଇଛି ।
ଏହାବ୍ୟତୀତ ଗୋଟିଏ ପାଣି ପଂଚାୟତ ଓ ୩୭୮ ପ୍ରାଥମିକ କୃଷି ସମବାୟ ସମିତି ଏହି ପ୍ରକ୍ରିୟାରେ ସାମିଲ ହେବେ । ଜିଲ୍ଲାରେ ୪୪୩ଟି ମଣ୍ଡି ଖୋଲାଯାଇଛି ।
ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଧାନକିଣା ପ୍ରସ୍ତୁତି ସମୀକ୍ଷା କରିଥିଲେ ।
ବୁଧବାର ସମସ୍ତ ମଣ୍ଡି ଖୋଲିବାକୁ ଚେଷ୍ଟା କରାଯିବ । ସରକାର ଚଳିତ ବର୍ଷ ପ୍ରାଥମିକ ପର୍ଯ୍ୟାୟରେ ୨୫.୯୪ ଲକ୍ଷ କ୍ୱିଂଟାଲ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ପରେ ଏହାକୁ ବଢାଇ ପାରନ୍ତି ।
ଚଳିତ ବର୍ଷ ପ୍ରାୟ ୧.୩୯ ଲକ୍ଷ ଚାଷୀ ଧାନ ବିକିବା ପାଇଁ ପଞ୍ଜିକରଣ କରାଇଛନ୍ତି । ମଣ୍ଡିଗୁଡିକରେ କରୋନା ନିୟମାବଳୀ ପାଳନ କରାଯିବ ।
ଚଳିତ ବର୍ଷ ବାୟୋମେଟ୍ରିକ ଫିଙ୍ଗରପ୍ରିଂଟ ବଦଳରେ ଆଖି ସ୍କ୍ରିନିଂ ହେବ ବୋଲି ବୋଲି ମୁଖ୍ୟ ଯୋଗାଣ ଅଧିକାରୀ, ଗଞ୍ଜାମ ଉମାଶଙ୍କର ପତି କହିଛନ୍ତି ।
ଲୋକାଲ ୱାୟାର
Leave a Reply