ବ୍ରହ୍ମପୁର, ଡିସେମ୍ବର ୪ (ଲୋକାଲ ୱାୟାର): ଜିଲ୍ଲାର ୨ଟି ଆଦର୍ଶ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ଆରମ୍ଭ କରିବାକୁ ନିଷ୍ପତି ନେଇଛି ଗଞ୍ଜାମ ପ୍ରଶାସନ ।
ଶାସନ ଅମ୍ବାଗାଁ (ହିଞ୍ଜିଳି) ଓ ପାକିଡି ହିଲ୍ ଭିତିରେ ସ୍ମାର୍ଟ କ୍ଲାସରେ ପରିଣତ କରାଯିବ । ଏହା ସଫଳ ହେଲେ ଅନ୍ୟ ଆଦର୍ଶ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ଆରମ୍ଭ କରାଯିବ ।
୨ଟି ରାଷ୍ଟ୍ରାୟତ ସଂସ୍ଥା ହିଞ୍ଜିଳି ବ୍ଲକର ୨୫ ଓ ଶେରଗଡ଼ର ୨୮ଟି ସ୍କୁଲର ଭିତିଭୂମି ଉନ୍ନତ କରିବାକୁ ଆଗେଇ ଆସିଛନ୍ତି ।
ସ୍ମାର୍ଟ କ୍ଲାସରେ ଆଣ୍ଡ୍ରଏଡ ଟିଭି ଭଳି ଉଚ୍ଚପ୍ରଯୁକ୍ତି ସମ୍ପନ୍ନ ଜ୍ଞାନକୌଶଳ ବ୍ୟବହାର କରିବାକୁ ଯୋଜନା ରହିଛି ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ।
ସ୍ମାର୍ଟ କ୍ଲାସରେ ପିଲାମାନେ ଖେଳ ମାଧ୍ୟମରେ ପାଠ ବୁଝିପାରିବେ । ନୂଆ ଶିକ୍ଷା ପଦ୍ଧତି ଓ ଶିକ୍ଷା ଉପକରଣ ଦ୍ୱାରା ଶିକ୍ଷକମାନେ ଭଲ ଭାବେ ପାଠ ବୁଝାଇ ପାରିବେ ।
ଖୁବଶୀଘ୍ର ଶ୍ରେଣୀ ଗୃହକୁ ସ୍ମାର୍ଟ କ୍ଲାସରେ ପରିଣତ କରିବାକୁ ଯୋଜନା ଓ ବଜେଟ ପ୍ରସ୍ତୁତ ହେବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ କହିଛନ୍ତି ।
ଲୋକାଲ ୱାୟାର
Leave a Reply