• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଗଞ୍ଜାମ ପାଇଁ ଆଶ୍ବସ୍ତି- ଏଡ୍ସ ଆକ୍ରାନ୍ତ ମାଆ ଜନ୍ମ ଦେଉଛନ୍ତି ସୁସ୍ଥ ନବଜାତ

ଗଞ୍ଜାମ ପାଇଁ ଆଶ୍ବସ୍ତି- ଏଡ୍ସ ଆକ୍ରାନ୍ତ ମାଆ ଜନ୍ମ ଦେଉଛନ୍ତି ସୁସ୍ଥ ନବଜାତ

December 1, 2019 By Hrusikesh Mohanty Leave a Comment

ବ୍ରହ୍ମପୁର, ଡିସେମ୍ବର ୦୧ (ଲୋକାଲ ୱାୟାର): ରାଜ୍ୟର ସବୁଠାରୁ ଅଧିକ ଏଚ୍.ଆଇ.ଭି. ଆକ୍ରାନ୍ତ ଥିବା ଗଂଜାମ ଜିଲ୍ଲାରେ ଗତ ଦୁଇ ବର୍ଷ ମଧ୍ୟରେ କୌଣସି ଏଡ୍ସ ଆକ୍ରାନ୍ତ ମା ସଂକ୍ରମିତ ଶିଶୁଙ୍କୁ ଜନ୍ମ ଦେଇନଥିବା ସୂଚନା ମିଳିଛି।

ଗଂଜାମ ଜିଲ୍ଲାରେ ୨୦୧୮ରେ ୩୪ ଜଣ ଓ ୨୦୧୯ର ଅକ୍ଟୋବର ସୁଦ୍ଧା ୨୩ ଜଣ ଏଡ୍ସ ଆକ୍ରାନ୍ତ ମହିଳା ଛୁଆ ଜନ୍ମ ଦେଇଛନ୍ତି ଓ ଏମାନଙ୍କ ମଧ୍ୟରୁ ସମସ୍ତ ନବଜାତ ଏଚ୍.ଆଇ.ଭି. ନେଗେଟିଭ୍ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଜିଲ୍ଲାରେ ଏଡ୍ସ ନିରାକରଣ କାର୍ଯ୍ୟକ୍ରମର ଏହା ସଫଳତା ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିଜୟ ଚନ୍ଦ୍ର ପାଣିଗ୍ରାହୀ ଦାବି କରିଛନ୍ତି।

ପୂର୍ବରୁ ଏଡ୍ସ ଆକ୍ରାନ୍ତ ପ୍ରସୂତିଙ୍କ ଛୁଆଙ୍କ ରକ୍ତ ନମୁନାରେ ଏଚ୍.ଆଇ.ଭି. ପଜିଟିଭ୍ ବାହାରୁଥିଲା ଓ ପରେ ଏଥିରେ ସୁଧାର ଦେଖାଦେଇଛି।

ପରେ ପରେ ଏହି ଧାରା କମିବାର ଦେଖାଯାଉଛି।

ତଥ୍ୟ ଅନୁସାରେ, ୨୦୧୪ରେ ୫୮ ଜଣ ମହିଳାଙ୍କ ମଧ୍ୟରୁ ୫ ଜଣ ଏଭଳି ଶିଶୁଙ୍କୁ ଜନ୍ମଦେଇଥିବାବେଳେ ୨୦୧୬ରେ ୬୭ ଜଣ ମହିଳା ୪ ଜଣ ଓ ୨୦୧୭ରେ ୪୯ ଜଣ ମହିଳାଙ୍କ ମଧ୍ୟରୁ ମାତ୍ର ଜଣେ ଏଚ୍.ଆଇ.ଭି. ପଜିଟିଭ୍ ଶିଶୁକୁ ଜନ୍ମ ଦେଇଥିଲେ।

ଜାତୀୟ ଏଡ୍ସ ନିୟନ୍ତ୍ରଣ ସଂସ୍ଥା (ନାକୋ) ଏଦିଗରେ କାର୍ଯ୍ୟ କରି ସଫଳ ହୋଇଥିବା କୁହାଯାଉଛି।

୨୦୧୪ରେ ଗଂଜାମ ଜିଲ୍ଲାରେ ଏଡ୍ସ ଆକ୍ରାନ୍ର ମାଆମାନଙ୍କର ଶିଶୁଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ ଆରମ୍ଭ ହୋଇଥିବା ବିଭାଗୀୟ ଅଧିକାରୀ ହେମନ୍ତ ଦାସ ସୂଚନା ଦେଇଛନ୍ତି।

ଗର୍ଭବତୀ ଏଡ୍ସ ଆକ୍ରାନ୍ତଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ର ଓ ସ୍ଥାନୀୟ ଡାକ୍ତରଖାନାରେ ସବୁ ପ୍ରକାର ସହଯୋଗ ଓ ସଚେତନତା ପହଞ୍ଚିପାରିବାରୁ ଏହା ସମ୍ଭବ ହୋଇଥିବା ସେ କହିଛନ୍ତି।

ଏଥିପାଇଁ ଜିଲ୍ଲାର ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ର, ସବଡିଭିଜନାଲ୍ ହସ୍ପିଟାଲ୍, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବ୍ରହ୍ମପୁର ବଡ଼ ଡାକ୍ତରଖାନା ଓ ଅନ୍ୟ ଘରୋଇ ଡାକ୍ତରଖାନାଗୁଡ଼ିକରେ ୨୫ଟି ସମନ୍ବିତ ପରାମର୍ଶ ଓ ପରୀକ୍ଷା କେନ୍ଦ୍ର (ଆଇସିଟିସି) ଖୋଲାଯାଇଛି।

ପୂର୍ବରୁ ଏଚ୍.ଆଇ.ଭି. ଆକ୍ରାନ୍ତ ମହିଳାମାନେ ସେମାନଙ୍କ ପରୀକ୍ଷା କରାଇବାକୁ ରାଜି ହେଉନଥିଲେ, ହେଲେ ଏବେ ଏହି ଧାରା ବଦଳିଥିବା ଏ ଦିଗରେ କାର୍ଯ୍ୟ କରୁଥିବା ଅରୁଣା ସଂଗଠନର ନିର୍ଦ୍ଦେଶକ ଲୋକନାଥ ମିଶ୍ର କହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଅକ୍ଟୋବର ସେଷ ସୁଦ୍ଧା ଗଂଜାମ ଜିଲ୍ଲାରେ ୧୬ ହଜାର ୧୧ ଜଣ ଏଚ୍.ଆଇ.ଭି. ପଜିଟିଭ୍ ଆକ୍ରାନ୍ତ ଥିବାବାବେଳେ ଏମାନଙ୍କ ମଧ୍ୟରେ ୮୮୭ ଜଣ ଗର୍ଭବତୀ ଅଛନ୍ତି।

ଲୋକାଲ ୱାୟାର

Filed Under: Odia, ଘଟଣା Tagged With: ଘଟଣା, ବ୍ରହ୍ମପୁର

Download LocalWire App for Hyperlocal  Odisha News any time anywhere

 

 

About Hrusikesh Mohanty

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକାଲ ୱାୟାର ନୂଆ ଡିଜାଇନ

ଲୋକପ୍ରିୟ

କୋଭିଡ-୧୯ ମହାମାରୀ ବିରୋଧରେ ଓଡିଶାର ଲଢେଇ: ଏକ ବିହଙ୍ଗାବଲୋକନ

କୋଭିଡ-୧୯ ନିୟନ୍ତ୍ରଣ ଓ ମୁକାବିଲାରେ ଦେଶର ଶୀର୍ଷ ଦୁଇଟି ରାଜ୍ୟ ମଧ୍ୟରେ ଥିବାରୁ କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଶଂସା କରିଛନ୍ତି ।

କୋଭିଡ-୧୯ ସଙ୍କଟକୁ ସଫଳ ଭାବେ ମୁକାବିଲା କରିଥିବା କେରଳ ଓ ଓଡ଼ିଶାକୁ ବିଶ୍ୱ ଅର୍ଥନୈତିକ ଫୋରମ ପ୍ରଶଂସା କରିଛି ।

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ଅଧିକ ବିଶେଷ ଖବର

Copyright © 2021 · LocalWire