ଭୁବନେଶ୍ୱର, ଫେବ୍ରୁଆରୀ ୨(ଲୋକାଲ ୱାୟାର): ସମାଜସେବା, ଭାଇଚାର ପ୍ରତିଷ୍ଠା, ସବୁରି ମୁହଁରେ ଆଶାର ଆଲୋକ, ହସର ଢେଉ ପାଇଁ ଶ୍ରୀଲିଙ୍ଗରାଜ ସିଂହଦ୍ୱାର ସମ୍ମୁଖରେ ଶ୍ରୀଲିଙ୍ଗରାଜ ସେନା ଗଠିତ ହୋଇଛି ।
ସମସ୍ତ କର୍ମକର୍ତ୍ତା ଶ୍ରୀଲିଙ୍ଗରାଜଙ୍କ ନିକଟରେ ଶପଥ କରି ପ୍ରଦୀପ ଜାଳି ପଦଯାତ୍ରା କରି କେଦାରଗୌରୀ ନିକଟରେ ପହଞ୍ଚିଥିଲେ ।
ଏଥିରେ ସଙ୍ଗଠନର ସଭାପତି ରାଜେନ୍ଦ୍ର ସମର୍ଥା, କାର୍ଯ୍ୟକାରୀ ସଭାପତି ଅଞ୍ଚଳ ବଟୁ, ଉପସଭାପତି ଦେବୀପ୍ରସାଦ ନନ୍ଦ, ଦାଶରଥୀ ଗରାବଡ଼ୁ, ସମ୍ପାଦକ ବିରଞ୍ଚି ନାରାୟଣ ପତି, ସଙ୍ଗଠନ ସମ୍ପାଦକ ବେଣୁଧର ପାତ୍ର, ଶିବପ୍ରସାଦ ବେହେରା, ପ୍ରସନ୍ନ କୁମାର ମହାସୁଆର, କୋଷାଧ୍ୟକ୍ଷ କମଳକାନ୍ତ ବଟୁ ଓ ସାଂସ୍କୃତିକ ସମ୍ପାଦକ ଗୌରୀଶଙ୍କର ମହାସୁଆର ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ଲୋକାଲ ୱାୟାର
Leave a Reply