କଟକ,ଡିସେମ୍ବର ୧୫(ଲୋକାଲ ୱାୟାର): ଗପଘର ପକ୍ଷରୁ ରବିବାର ଦିନ ବର୍ଷାନ୍ତ ଗପ ଆସର ଅନୁଷ୍ଠିତ ହୋଇଥିବା ଏହାର ଆବାହକ ରବି ନାରାୟଣ ଦାଶ କହିଛନ୍ତି ।
ଏଥିରେ ଅତିଥି ବକ୍ତା ଭାବେ ବିଶିଷ୍ଟ ସମାଲୋଚକ ପ୍ରଫେସର ଡକ୍ଟର ବୈଷ୍ଣବ ଚରଣ ସାମଲ ଯୋଗ ଦେଇ ନିଜର ମତବ୍ୟକ୍ତ କରିଥିଲେ ।
କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ବିଜୟାନନ୍ଦ ସିଂହଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆସରରେ ଅତିଥି କଥାକାର ଭାବେ ଖ୍ୟାତନାମା ଗାଳ୍ପିକ ପରେଶ ପଟ୍ଟନାୟକ ଯୋଗ ଦେଇ ତାଙ୍କର ଗଳ୍ପ ‘ଗୋଟିଏ ସାର୍ଟ’, ଲେଖିକା ସଂଯୁକ୍ତା ମହାନ୍ତି ଗପ ‘ସାକ୍ଷୀ ରହିଯାଏ କଣ୍ଟା ତାର’ ଓ ଯୁବ ଗାଳ୍ପିକ କ୍ଷେତ୍ରବାସୀ ନାଏକ ଗପ ‘ଚାଷୀର ପ୍ରେମକଥା’ ପାଠ କରିଥିଲେ ।
ଲୋକପ୍ରିୟ କଥାଶଳ୍ପୀ ସଦାନନ୍ଦ ତ୍ରିପାଠୀ, ଇଂ ବିଷ୍ଣୁ ସାହୁ ଓ ରବି ପଣ୍ଡା ଏହି ତିନି ଗଳ୍ପ ସଂପର୍କରେ ସମୀକ୍ଷା କରିଥିଲେ ।
କଥାକାର ଚିତ୍ତରଂଜନ ଚିରଞ୍ଜିତ ଅତିଥି ପରିଚୟ ଦେଇଥିବା ବେଳେ ଏହାକୁ ପ୍ରକାଶକ ଶୁଭାଶିଷ କର, ଶିବାଶିଷ କର ଓ ଗାଳ୍ପିକ ରାଜେଶ କୁମାର ପତି, ଅଧ୍ୟାପକ କମଳ କୁମାର ମାହୁନ୍ତ ପ୍ରମୁଖ ପରିଚାଳନା କରିଥିଲେ ।
ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମରେ ପ୍ରଫୁଲ୍ଲ ସାହୁ ପ୍ରମୁଖ ଭାଗ ନେଇଥିବା ବେଳେ ଏହି ଅବସରରେ ପ୍ରତୀକାତ୍ମକ ଭାବେ ଲେଖିକା ଶର୍ମିଷ୍ଠା ମହାପାତ୍ରଙ୍କ ଗଳ୍ପ ପୁସ୍ତକ ‘ଅଟୋଗ୍ରାଫ’ ଉନ୍ମୋଚିତ ହୋଇଥିଲା ।
ଲୋକାଲ ୱାୟାର
Leave a Reply